ଓଡିଶା

odisha

ETV Bharat / bharat

ଦେଶର ପ୍ରଥମ ସାଂସଦଙ୍କ କୋରୋନାରେ ମୃତ୍ୟୁ, ଶୋକ ପ୍ରକାଶ କଲେ ମୋଦି - Vasantha Kumar died of COVID-19

କନ୍ୟାକୁମାରୀରରୁ କଂଗ୍ରେସ ସାଂସଦ ବସନ୍ତକୁମାରଙ୍କର କୋରୋନାରେ ମୃତ୍ୟୁ ଘଟିଛି । କୋରୋନାରେ ସଂକ୍ରମିତ ହେବାପରେ ସେ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।

Congress MP Vasantha Kumar died of COVID-19
ଦେଶର ପ୍ରଥମ ସାଂସଦଙ୍କ ମୁଣ୍ଡ ନେଲା କୋରୋନା

By

Published : Aug 28, 2020, 7:39 PM IST

Updated : Aug 28, 2020, 8:07 PM IST

ଚେନ୍ନାଇ:ଆଉ ଜଣେ ନେତାଙ୍କ ମୁଣ୍ଡ ନେଲା କୋରୋନା । କନ୍ୟାକୁମାରୀରରୁ କଂଗ୍ରେସ ସାଂସଦ ବସନ୍ତ କୁମାରଙ୍କ କୋରୋନାରେ ମୃତ୍ୟୁ ଘଟିଛି । କୋରୋନାରେ ସଂକ୍ରମିତ ହେବାପରେ ସେ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଶୁକ୍ରବାର ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇଥିଲା । ତେବେ ସନ୍ଧ୍ୟାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।

70 ବର୍ଷୀୟ ନେତାଙ୍କୁ 10 ଅଗଷ୍ଟରେ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କୋରୋନା ସହ ସେ ନିମୋନିଆରେ ପୀଡିତ ଥିଲେ । ଶୁକ୍ରବାର ତାଙ୍କ ସ୍ବାସ୍ଥ୍ୟଅବସ୍ଥା ଗୁରୁତର ଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଥିଲା । ତାମିଲନାଡୁରୁ ପ୍ରଥମ ଥର ସାଂସଦ ହୋଇଥିବା ବସନ୍ତକୁମାର ଦୁଇଥର ବିଧାୟକ ଥିଲେ।

ଦେଶର ପ୍ରଥମ ସାଂସଦଙ୍କ କୋରୋନାରେ ମୃତ୍ୟୁ, ଶୋକ ପ୍ରକାଶ କଲେ ମୋଦି

ତେବେ ଲୋକସଭା ସାଂସଦ ବସନ୍ତକୁମାରଙ୍କର ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି ଟ୍ବିଟ କରି ଲେଖିଛନ୍ତି, ବ୍ୟବସାୟ ଏବଂ ସାମାଜିକ ସେବା ପ୍ରୟାସରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି । ତାଙ୍କ ସହ କଥାବାର୍ତ୍ତା ସମୟରେ, ମୁଁ ତାମିଲନାଡୁର ଅଗ୍ରଗତି ପ୍ରତି ତାଙ୍କର ଆଗ୍ରହ ଦେଖିଥିଲି । ତାଙ୍କ ପରିବାର ଏବଂ ସମର୍ଥକଙ୍କ ପ୍ରତି ମୋର ସମବେଦନା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 28, 2020, 8:07 PM IST

ABOUT THE AUTHOR

...view details