ଓଡିଶା

odisha

ETV Bharat / bharat

ଇଞ୍ଜିନିୟରଙ୍କୁ କାଦୁଅ ଫୋପାଡି ବିବାଦରେ କଂଗ୍ରେସ ବିଧାୟକ, ଭିଡିଓ ଭାଇରାଲ

ନିମ୍ନମାନର ରାସ୍ତାକାମ ଅଭିଯୋଗରେ ତାତିଲେ ବିଧାୟକ ନିତେଶ ନାରାୟଣ ରାଣେ । ଆଉ ବିଧାୟକଙ୍କ ଆକ୍ରୋଶର ଶିକାର ହେଲେ ଇଞ୍ଜିନିୟର ବାବୁ ।

By

Published : Jul 4, 2019, 5:39 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ

ମୁମ୍ବାଇ: ପୁଣି ଭାଇରାଲ ହେଲା ବିଧାୟକଙ୍କ ଦବଙ୍ଗଗିରି । ଓଡିଶାର ପାଟଣାଗଡ ପରେ ପୁଣି ଜଣେ ଇଞ୍ଜିନିଅର ବାବୁ ବିଧାୟକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ମହାରାଷ୍ଟ୍ରର କଂଗ୍ରେସ ବିଧାୟକ ନିତେଶ ନାରାୟଣ ରାଣେ ଓ ତାଙ୍କ ସମର୍ଥକମାନେ ମୁମ୍ବାଇ-ଗୋଆ ହାଇୱେ ନିକଟରେ ଜଣେ ଇଞ୍ଜିନିୟରଙ୍କ ଉପରେ କାଦୁଅ ଫୋପାଡୁଥିବା ଘଟଣା ଭାଇରାଲ ହେବାରେ ଲାଗିଛି । ଇଞ୍ଜିନିୟରଙ୍କ ଅଧୀନରେ ହୋଇଥିବା ରାସ୍ତାକାମ ନିମ୍ନମାନର ହୋଇଥିବାରୁ ବିଧାୟକ ଏପରି ଆଚରଣ କରିଥିବା କୁହାଯାଉଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଭାଇରାଲ ହୋଇଥିବା ଭିଡିଓରେ ବିଧାୟକ ଇଞ୍ଜିନିୟରଙ୍କ ଉପରେ ବିରକ୍ତ ହେଉଥିବାର ଦେଖିବାକୁ ମିଳିଛି । ନିର୍ମାଣସ୍ଥଳରେ ଏକ ସର୍ଭିସ ରୋଡ ନ ହେବାରୁ ସେ ଏପରି କରିଥିବା ଜଣାପଡିଛି । ରାସ୍ତା ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ସମସ୍ୟାକୁ ନେଇ ଇଞ୍ଜିନିଅରଙ୍କୁ ବିଧାୟକ ଅନେକ ପ୍ରଶ୍ନ ପଚାରୁଥିବା ଭିଡିଓରେ ଦେଖିବାକୁ ମିଳିଛି । କେବଳ ଏତିକି ନୁହେଁ ଇଞ୍ଜିନିଅରଙ୍କ ଉପରେ ଖପ୍ପା ବିଧାୟକ ନିଜ ସମର୍ଥକମାନଙ୍କୁ କାଦୁଅ ଫୋପାଡିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଉଲ୍ଲେଖଯୋଗ୍ୟ, ନିତେଶ ନାରାୟଣ ରାଣେ ମହାରାଷ୍ଟ୍ର କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣ ରାଣେଙ୍କ ପୁତ୍ର ଅଟନ୍ତି । ପୂର୍ବରୁ ଗତ ସପ୍ତାହରେ ମଧ୍ୟ ବିଜେପି ନେତା କୈଳାସ ବିଜୟଭର୍ଗ୍ୟଙ୍କ ପୁଅ ଆକାଶ ବିଜୟଭର୍ଗ୍ୟ ମଧ୍ୟ ଜଣେ ପ୍ରଶାସନିକ ଅଧିକାରୀଙ୍କୁ ଗୋଡାଇ ଗୋଡାଇ ବ୍ୟାଟରେ ପିଟୁଥିବା ଦେଖିବାକୁ ମିଳିଥିଲା । ଏହି ମାମଲାରେ ସେ ଗିରଫ ହୋଇ ଜାମିନରେ ଆସିଛନ୍ତି ।

ABOUT THE AUTHOR

...view details