ଲକ୍ଷ୍ନୌ: ଲୋକସଭା ନିର୍ବାଚନ ପୂର୍ବରୁ ୟୁପିରେ ଏସପି-ବିଏସପି ସହ କଂଗ୍ରେସର ହୋଇପାରି ନଥିଲା ମେଣ୍ଟ । ଅନ୍ୟପକ୍ଷେ ଏହି ମେଣ୍ଟ କଂଗ୍ରେସ ପାଇଁ ଛାଡିଥିଲା ମାତ୍ର ୨ଟି ଆସନ । କିନ୍ତୁ ବର୍ତ୍ତମାନ କଂଗ୍ରେସ ପକ୍ଷରୁ ମେଣ୍ଟ ପାଇଁ ଛଡା ଯାଇଛି ୭ଟି ଆସନ ।
ମେଣ୍ଟ ପାଇଁ ତ୍ୟାଗ: ୟୁପିରେ 7ଟି ଆସନରୁ ଲଢିବନି କଂଗ୍ରେସ - SP
ବିଏସପି ସୁପ୍ରିମୋ ମାୟବତୀ, ଏସପି ବରିଷ୍ଠ ନେତା ମୁଲାୟମ ସିଂ ଯାଦବ, ଅଖିଲେଶ ଯାଦବ, ଆରଏଲଡି ନେତା ଅଜିତ ସିଂ ଓ ତାଙ୍କ ପୁଅ ଜୟନ୍ତ ସିଂଙ୍କ ଆସନରେ କଂଗ୍ରେସ କୌଣସି ପ୍ରାର୍ଥୀ ଦେବ ନାହିଁ ବୋଲି ଘୋଷଣା କରିଛି । ଏହାସହ ୟୁପି କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ରାଜ ବବ୍ବର କହିଛନ୍ତି ଯେ ଆପନା ଦଳ(କୃଷ୍ଣ ପଟେଲ ଗୋଷ୍ଠୀ)କୁ ମଧ୍ୟ ୨ଟି ଆସନ ଦିଆଯାଇଛି । ଏହି ୨ଟି ଆସନ ହେଉଛି ଗୋଣ୍ଡା ଓ ପିଲିଭିତ ।
![ମେଣ୍ଟ ପାଇଁ ତ୍ୟାଗ: ୟୁପିରେ 7ଟି ଆସନରୁ ଲଢିବନି କଂଗ୍ରେସ](https://etvbharatimages.akamaized.net/etvbharat/images/768-512-2717981-974-d5fc5afd-0bc8-4e8f-a2cb-972fcae165e4.jpg)
ବିଏସପି ସୁପ୍ରିମୋ ମାୟବତୀ, ଏସପି ବରିଷ୍ଠ ନେତା ମୁଲାୟମ ସିଂ ଯାଦବ, ଅଖିଲେଶ ଯାଦବ, ଆରଏଲଡି ନେତା ଅଜିତ ସିଂ ଓ ତାଙ୍କ ପୁଅ ଜୟନ୍ତ ସିଂଙ୍କ ଆସନରେ କଂଗ୍ରେସ କୌଣସି ପ୍ରାର୍ଥୀ ଦେବ ନାହିଁ ବୋଲି ଘୋଷଣା କରିଛି । ଏହାସହ ୟୁପି କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ରାଜ ବବ୍ବର କହିଛନ୍ତି ଯେ ଆପନା ଦଳ(କୃଷ୍ଣ ପଟେଲ ଗୋଷ୍ଠୀ)କୁ ମଧ୍ୟ ୨ଟି ଆସନ ଦିଆଯାଇଛି । ଏହି ୨ଟି ଆସନ ହେଉଛି ଗୋଣ୍ଡା ଓ ପିଲିଭିତ ।
ରାଜ ବବ୍ବର ଆହୁରି କହିଛନ୍ତି ଯେ ମହାନ ଦଳ ସହ ମେଣ୍ଟ ପାଇଁ ଆଲୋଚନା ଚାଲିଛି । ମହାନ ଦଳ ଲୋକସଭା ନିର୍ବାଚନ ପାଇଁ କୌଣସି ଆସନ ଦାବି କରିନାହିଁ । କେବଳ ବିଧାନସଭା ନିର୍ବାଚନ ପାଇଁ ଦଳ ଆସନ ମାଗିଛି । ତେବେ କଂଗ୍ରେସ ଚିହ୍ନରେ ମହାନ ଦଳ ଲୋକସଭା ନିର୍ବାଚନ ଲଢିବ ବୋଲି ସେ କହିଛନ୍ତି । ଏହାସହ ଜନ ଅଧିକାର ଦଳ ସହ କଂଗ୍ରେସ ଆସନ ବୁଝାମଣା କରି ନେଇଛି । ଜନ ଅଧିକାର ଦଳକୁ ୭ଟି ଆସନ ଦିଆଯାଇଛି । ଏଥିରୁ ୫ଟି ଜନ ଅଧିକାର ପାର୍ଟିର ପ୍ରାର୍ଥୀ ହେବ ଓ ୨ଟି କଂଗ୍ରେସର ପ୍ରାର୍ଥୀ ହେବ ବୋଲି ରାଜ ବବ୍ବର କହିଛନ୍ତି ।