ଓଡିଶା

odisha

ETV Bharat / bharat

CWC ବୈଠକ ଆରମ୍ଭ, କାର୍ଯ୍ୟାଳୟରେ ପହଁଞ୍ଚିଲେ ହେଭିଓ୍ବେଟ

ଅଧ୍ୟକ୍ଷ ପଦ ପାଇଁ ପୁଣି କସରତ ଆରମ୍ଭ । କଂଗ୍ରେସ କାର୍ଯ୍ୟାଳୟରେ ପହଁଞ୍ଚିଲେ ବରିଷ୍ଠ ନେତା । ଆଜି ଦିନରେ ଦ୍ବିତୀୟ ଥର ପାଇଁ ବସିଲା CWC ବୈଠକ ।

By

Published : Aug 10, 2019, 9:16 PM IST

ଫଟୋ ସୌଜନ୍ୟ: ଏଏନ୍ଆଇ

ନୂଆଦିଲ୍ଲୀ: ପୁଣି ଆରମ୍ଭ ହେଲା କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ । ଦିନରେ ବସିଥିବା ବୈଠକରେ ଅଧ୍ୟକ୍ଷ ପଦରୁ ହଟି ପାରିନଥିଲା ସସପେନ୍ସ । ଆଜି ଦ୍ବିତୀୟ ଥର ପାଇଁ ଏହି ବୈଠକ ବସିଥିବା ବେଳେ ଦଳର ନୂଆ କ୍ୟାପଟେନ କିଏ ହେବ ? ସେ ନେଇ ଚାଲିଛି କସରତ । କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ଦଳର ହେଭିୱେଟ ।

ପୂର୍ବତନ କଂଗ୍ରସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଦଳର ବରିଷ୍ଠ ନେତା ମଲିକାର୍ଜୁନ ଖଡଗେ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଦି କାର୍ଯାଳୟରେ ପହଁଞ୍ଚିଛନ୍ତି ।

ସକାଳେ ବସିଥିବା ବୈଠକରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଯୋଗଦେଇଥିଲେ ମଧ୍ୟ ଅଧାରୁ ବୈଠକ ତ୍ୟାଗ କରିଥିଲେ । ତେବେ ପୁଣି ବସିଥିବା ବୈଠକରେ ଉଭୟ ଯୋଗଦେବାକୁ ଗଣମାଧ୍ୟମକୁ ସୂଚନା ଦେଇଥିଲେ ମଧ୍ୟ ବର୍ତ୍ତମାନ ସୋନିଆଙ୍କ ଉପସ୍ଥିତି ଦେଖିବାକୁ ମିଳିଛି ।

ABOUT THE AUTHOR

...view details