ହାଇଦ୍ରାବାଦ: ତେଲୁଗୁ ରାଜ୍ୟର ସବୁଠୁ ଧନୀ ରାଜନେତା । ତେଲେଙ୍ଗାନା ଚେଭେଲ୍ଲା ଲୋକସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ କୋଣ୍ଡା ବିଶେଶ୍ବର ରେଡ୍ଡୀ ନିଜ ସ୍ତାବର ଅସ୍ତାବର ସମ୍ପତ୍ତି ଘୋଷଣା କରିଛନ୍ତି । ତାଙ୍କର ଓ ପରିବାରର ମୋଟ ଆୟ ରହିଛି 895 କୋଟି ଟଙ୍କା । ନିଜ ନାମାଙ୍କନ ପତ୍ର ଦାଖଲ ସମୟରେ ସମ୍ପତ୍ତିର ବିବରଣୀ ଦେଇଥିଲେ ବିଶେଶ୍ବର । ଯେଉଁଥିରେ ଜଣାପଡିଛି ସେ ତେଲୁଗୁ ରାଜ୍ୟର ସବୁଠାରୁ ଧନୀ ରାଜନେତା ।
ତେଲୁଗୁ ରାଜ୍ୟର ସବୁଠୁ ଧନୀ କଂଗ୍ରେସ ରାଜନେତା - telugu
ତେଲେଙ୍ଗାନା ଚେଭେଲ୍ଲା ଲୋକସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ କୋଣ୍ଡା ବିଶେଶ୍ବର ରେଡ୍ଡୀ ନିଜ ସ୍ତାବର ଅସ୍ତାବର ସମ୍ପତ୍ତି ଘୋଷଣା କରିଛନ୍ତି । ତାଙ୍କର ଓ ପରିବାରର ମୋଟ ଆୟ ରହିଛି 895 କୋଟି ଟଙ୍କା । ଯେଉଁଥିରେ ଜଣାପଡିଛି ସେ ତେଲୁଗୁ ରାଜ୍ୟର ସବୁଠାରୁ ଧନୀ ରାଜନେତା ।
ଫଟୋ ସୌଜନ୍ୟ:ସୋସିଆଲ ମିଡିଆ/ଟ୍ବିଟର@ kvish Reddy
ବିଶେଶ୍ବର ରେଡ୍ଡୀଙ୍କର ସ୍ଥାବର ସମ୍ପତ୍ତି ରହିଛି 223କୋଟି ଯେତେବେଳେ କି ତାଙ୍କ ଧର୍ମପତ୍ନୀ ସଙ୍ଗୀତା ରେଡ୍ଡୀଙ୍କର ରହିଛି 613 କୋଟି । ଏହାସହ ତାଙ୍କ ପୁଅର 20 କୋଟି ଟଙ୍କାର ସମ୍ପତ୍ତି ରହିଛି । ବିଶେଶ୍ବର ରେଡ୍ଡୀଙ୍କ ଅସ୍ଥାବର ସମ୍ପତ୍ତି ହେଉଛି 36 କୋଟି । ସେମିତି ତାଙ୍କ ପତ୍ନୀଙ୍କର ମଧ୍ୟ 1.81 କୋଟି । 2014ରେ ତାଙ୍କ ପରିବାରର ସମ୍ପତ୍ତି ଥିଲା ମୋଟ 528କୋଟି ଟଙ୍କା । ଏହାପରେ ସେ ଟିଆରଏସର ପ୍ରାର୍ଥୀ ଭାବରେ ବିଜୟ ଲାଭ କରିଥିଲେ । ପରେ ସେ ଗତ ଡିସେମ୍ବର ମାସରେ କଂଗ୍ରେସରେ ଯୋଗ ଦେଇଥିଲେ ।
Last Updated : Mar 23, 2019, 4:40 PM IST