ନୂଆଦିଲ୍ଲୀ: ଆଗ ପଛ ହୋଇ ଶପଥ ନେଲେ ଗାନ୍ଧୀ ପରିବାରର 2 ବୋହୁ । ବଡ ବୋହୁ ସୋନିଆ ପ୍ରଧମେ ଶପଥ ନେଇଥିବା ବେଳେ ସାନ ବୋହୁ ତାଙ୍କ ପରେ ଶପଥ ନେଇଛନ୍ତି । 17ତମ ଲୋକସଭାର ପ୍ରଥମ ଅଧିବେଶନର ଦ୍ବିତୀୟ ଦିନ(ମଙ୍ଗଳବାର)ରେ ମଧ୍ୟ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଜାରି ରହିଛି । ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ମଙ୍ଗଳବାର ସାଂସଦ ଭାବେ ଶପଥ ନେଇଛନ୍ତି ।
ଆଗପଛ ହୋଇ ଶପଥ ନେଲେ ସୋନିଆ-ମେନକା - takes-oath
ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ମଙ୍ଗଳବାର ସାଂସଦ ଭାବେ ଶପଥ ନେଇଛନ୍ତି । ତାଙ୍କ ଶପଥ ଗ୍ରହଣ ପରେ ତାଙ୍କ ସାନ ଯା' ମେନକା ଗାନ୍ଧୀ ଶପଥ ନେଇଥିଲେ ।

ଡିଜାଇନ ଫଟୋ
ରାଇବରେଲିରୁ ସାଂସଦ ଭାବେ ବିଜୟୀ ହୋଇଥିବା ସୋନିଆ ହିନ୍ଦୀ ଭାଷାରେ ଶପଥ ନେଇଛନ୍ତି । ତେବେ ସୋନିଆଙ୍କ ଶପଥ ଗ୍ରହଣ ପରେ ତାଙ୍କ ସାନ ଯା' ମେନକା ଗାନ୍ଧୀ ଶପଥ ନେଇଥିଲେ । ସେ ମଧ୍ୟ ହିନ୍ଦୀ ଭାଷାରେ ନିଜ ପଦ ଏବଂ ଗୋପନୀୟତାର ଶପଥ ପାଠ କରିଥିଲେ ।
ସୂଚନା ଯୋଗ୍ୟ ଯେ, ମେନକା ଗାନ୍ଧୀ ମୋଦି ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଥିଲେ । କିନ୍ତୁ ଚଳିତ ଥର ତାଙ୍କୁ କୌଣସି ମନ୍ତ୍ରୀପଦ ମିଳିନାହିଁ ।