ନୂଆଦିଲ୍ଲୀ: ଜୟ ଶ୍ରୀରାମ ନାରାକୁ ନେଇ ଦେଶରେ ହିଂସା ଜାରି ରହିଥିବାବେଳେ ଏହି ସମୟରେ କଂଗ୍ରେସ ନେତା ତଥା କେରଳର ଥିରୁଅନନ୍ତପୁରମରୁ ସାଂସଦ ଶଶି ଥରୁରଙ୍କ ଏକ ଟ୍ବିଟ୍ ମାମଲାକୁ ଆହୁରି ସରଗରମ କରିଦେଇଛି । ସେ ଭଗବାନ ରାମଚନ୍ଦ୍ରଙ୍କ କାର୍ଟୁନରେ ଏକ ଟ୍ବିଟ କରିଥିଲେ ଯେଉଁଥିରେ ସେ କ୍ୟାପସନରେ ଜୟ ଶ୍ରୀରାମ ଲେଖିଥିଲେ । ଆଉ ଏହି ଟ୍ବିଟ ପରେ କଂଗ୍ରେସ ନେତା ଥରୁର ଟ୍ରୋଲ ହେବାରେ ଲାଗିଛନ୍ତି ।
ରାମଙ୍କ କାର୍ଟୁନ ଟ୍ବିଟ କରି ଟ୍ରୋଲ ହେଲେ ଥରୁର - jai shri ram
ଜୟ ଶ୍ରୀରାମ ନାରାକୁ ନେଇ ଦେଶରେ ଦେଖାଦେଇଛି ହିଂସା । ଏଭଳି ସ୍ଥିତିରେ ରାମଙ୍କ କାର୍ଟୁନ ଟ୍ବିଟ କରି ଟ୍ରୋଲର ଶିକାର ହୋଇଛନ୍ତି କଂଗ୍ରେସ ନେତା ତଥା ସାଂସଦ ଶଶି ଥରୁର ।
![ରାମଙ୍କ କାର୍ଟୁନ ଟ୍ବିଟ କରି ଟ୍ରୋଲ ହେଲେ ଥରୁର](https://etvbharatimages.akamaized.net/etvbharat/prod-images/768-512-3669344-thumbnail-3x2-sashi.jpg)
ତେବେ ଟ୍ବିଟରରେ ଦେଖିବାକୁ ମିଳିଛି ଯେ, ଜଣେ ବ୍ୟକ୍ତିକୁ ଏକ ଗଛରେ ବାନ୍ଧି କିଛି ଲୋକ ପିଟୁଛନ୍ତି । ଆଉ ବ୍ୟକ୍ତି ଜଣଙ୍କୁ ଜୟଶ୍ରୀ ରାମ ନାରା ଦେବା ପାଇଁ କହୁଛନ୍ତି, ହେଲେ ସେ ଏହା କହିବା ପାଇଁ ମତେ ବାଧ୍ୟ କରନ୍ତୁନି ବୋଲି ହାତ ଯୋଡି ଥିବାବେଳେ ସେହି ପୋଷ୍ଟରର ଠିକ ତଳେ ଭଗବାନ ରାମଙ୍କର ଛବି ଅଙ୍କା ହୋଇଛି ଆଉ ଶ୍ରୀରାମ ତାଙ୍କ ନାଁ ନ ନେବାପାଇଁ ହାତଯୋଡିଛନ୍ତି ।
ଏହି ଟ୍ବିଟ ପରେ ଜଣେ ୟୁଜର୍ସ ତାଙ୍କୁ ରିଟ୍ବିଟ କରି ଲେଖିଛନ୍ତି ଯେ, କେବେ 'ଆହ୍ଲା ହୋ ଆକବର' କହି ମାରୁଥିବା ବ୍ୟକ୍ତିର କାର୍ଟୁନ ତିଆରି କରି ଟ୍ବିଟ କରନ୍ତୁ । ଏହା ବ୍ୟତୀତ ଅନ୍ୟ ଜଣେ ୟୁଜର୍ସ ପ୍ରଶ୍ନ କରିଛନ୍ତି ଯେ, ଆହ୍ଲା ହୁ ଆକବର ଲେଖି ଟ୍ବିଟ କରିବାର ସାହାସ ଅଛି ଥରୁରଙ୍କର । ପୁଣି ଜଣେ ୟୁଜର୍ସ କହିଛନ୍ତି ଯେ, ମୋତେ ପୁରା ବିଶ୍ବାସ ହୋଇଗଲା ଯେ, କଂଗ୍ରେସ କେବଳ ମୁସଲମାନଙ୍କର ହିଁ ପାର୍ଟି ଅଟେ ।