ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ୍(ସିଏଏ) ଏବଂ ଜାତୀୟ ନାଗରିକତା ପଞ୍ଜିକା(ଏନଆରସି) ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସର ବରିଷ୍ଠ ନେତା ଶଶୀ ଥରୁର । ସିଏଏ ଏବଂ ଏନଆରସି ଦେଶରେ କାର୍ଯ୍ୟକାରୀ ହେଲେ ପାକିସ୍ତାନର ସଂସ୍ଥାପକ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ଦୁଇ ରାଷ୍ଟ୍ର ସିଦ୍ଧାନ୍ତର ବିଜୟ ହେବ ବୋଲି ସେ କହିଛନ୍ତି ।
'ସିଏଏର କାର୍ଯ୍ୟକାରିତା ଜିନ୍ନାଙ୍କ ବିଜୟ' - congress leader shashi tharoor
ସିଏଏ ଏବଂ ଏନଆରସି ଦେଶର କାର୍ଯ୍ୟକାରୀ ହେଲେ ପାକିସ୍ତାନର ସଂସ୍ଥାପକ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ଦୁଇ ରାଷ୍ଟ୍ର ସିଦ୍ଧାନ୍ତର ବିଜୟ ହେବ ବୋଲି କଂଗ୍ରେସ ନେତା ଶଶୀ ଥରୁର କହିଛନ୍ତି। ଅଧିକ ପଢନ୍ତୁ...
ଜୟପୁର ସାହିତ୍ୟ ଉତ୍ସବରେ ଯୋଗ ଦେଇ ଥରୁର କହିଛନ୍ତି, 'ଧର୍ମ ଆଧାରରେ ନାଗରିକତା ଦେବାର ବିଚାରଧାରା ପାକିସ୍ତାନର ରହିଛି । ଯଦି ସିଏଏ, ଏନଆରସି ଏବଂ ଏନପିଆର କାର୍ଯ୍ୟକାରୀ ହୁଏ, ତାହେଲେ ଜିନ୍ନାଙ୍କ ସିଦ୍ଧାନ୍ତର ବିଜୟ ହେବ । ସେ ଯେଉଁଠାରେ ମଧ୍ୟ ଥିବେ ତାଙ୍କ ସିଦ୍ଧାନ୍ତ ଠିକ୍ ଥିଲା ବୋଲି କହିବେ । କାରଣ ହିନ୍ଦୁ ମୁସଲମାନଙ୍କୁ ନ୍ୟାୟ ଦେବେ ନାହିଁ । ସେମାନଙ୍କୁ ଏକ ଭିନ୍ନ ଦେଶର ଆବଶ୍ୟକତା ରହିଛି ବୋଲି ଜିନ୍ନା କହିବେ । '
ଏହା ବ୍ୟତୀତ ସିଏଏର କାର୍ଯ୍ୟକାରୀ ଜିନ୍ନାଙ୍କ ଦୁଇ ରାଷ୍ଟ୍ର ସିଦ୍ଧାନ୍ତକୁ ପୂରଣ କରୁଛି କି ନାହିଁ ବୋଲି ପଚାରାଯାଇଥିବା ଏକ ପ୍ରଶ୍ନର ଜବାବରେ ଥରୁର କହିଛନ୍ତି, ‘ବର୍ତ୍ତମାନ ଜିନ୍ନା ସମ୍ପୂର୍ଣ୍ଣ ଭାବରେ ଜିତି ଯାଇଛନ୍ତି ବୋଲି କହି ହେବନାହିଁ, ହେଲେ ସେ ଜିତୁଛନ୍ତି । ’