ମୁମ୍ବାଇ: ମଧ୍ୟପ୍ରଦେଶର ରାଜନୀତିରେ ଅସ୍ଥିରତା ଦେଖାଦେଇଛି । ଯୁବ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ନିଜ ସମର୍ଥକ ବିଧାୟକଙ୍କ ସହିତ ଇସ୍ତଫା ଦେବାପରେ ସରକାରରେ ସଙ୍କଟ ଦେଖାଦେଇଛି । ଏହି ସମୟରେ ମହାରାଷ୍ଟ୍ରରେ ଶିବସେନା, କଂଗ୍ରେସ ଓ ଏନସିପିକୁ ନେଇ ମେଣ୍ଟ ସରକାର ଗଠନ କରାଯାଇଛି । ଏହାକୁ ନେଇ ଏକ ବଡ ବୟାନ ଦେଇଛନ୍ତ ଦଳୀୟ ସ୍ତରରେ ଅସନ୍ତୁଷ୍ଟ ଥିବା କଂଗ୍ରେସ ନେତା ସଞ୍ଜୟ ନିରୂପମ । 'ମହାରାଷ୍ଟ୍ରର ସରକାର ସ୍ଥିର ନାହିଁ ଏବଂ କଂଗ୍ରେସ ଏହି ମେଣ୍ଟରୁ ଓହରିଯିବା କଥା ବୋଲି କହିଛନ୍ତି' ।
‘ମହାରାଷ୍ଟ୍ରରେ ଅସ୍ଥିର ସରକାର, କଂଗ୍ରେସ ମେଣ୍ଟରୁ ଓହରିବା ଉଚିତ’ - Mumbai news
ମଧ୍ୟପ୍ରଦେଶର ରାଜନୀତିରେ ଅସ୍ଥିରତା ଦେଖାଦେଇଛି । କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ନିଜ ସମର୍ଥକ ବିଧାୟକଙ୍କ ସହିତ ଇସ୍ତଫା ଦେବାପରେ ସରକାରରେ ସଙ୍କଟ ଦେଖାଦେଇଛି । ଏହି ସମୟରେ ମହାରାଷ୍ଟ୍ରର ମେଣ୍ଟ ସରକାରକୁ ନେଇ ଏକ ବଡ ବୟାନ ଦେଇଛନ୍ତ ଦଳୀୟ ସ୍ତରରେ ଅସନ୍ତୁଷ୍ଟ ଥିବା କଂଗ୍ରେସ ନେତା ସଞ୍ଜୟ ନିରୂପମ 'ମହାରାଷ୍ଟ୍ରରେ ସ୍ଥିର ନାହିଁ ସରକାର' ବୋଲି କହିଛନ୍ତି ।
କଂଗ୍ରେସ ନେତା ସଞ୍ଜୟ ନିରୂପମଙ୍କ ବଡ ବୟାନ 'ସ୍ଥିର ନାହିଁ ମହାରାଷ୍ଟ୍ର ସରକାର'
ମହାରାଷ୍ଟ୍ର ସରକାରକୁ ନେଇ ଗଣମାଧ୍ୟମ ପ୍ରତିକ୍ରୟାରେ କହିଛନ୍ତି ମହାରାଷ୍ଟ୍ରରେ ଥିବା ତିନି ଦଳର ସରକାର ସ୍ଥିର ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଉଧାରରେ ସିନ୍ଦୁର ନେଇ ସଧବା ହେବା ଘଟଣା ସ୍ଥାୟୀ ନୁହେଁ | କଂଗ୍ରେସ ଏଭଳି ଦଳର ଅଂଶ ହେବା ଅନୁଚିତ ବୋଲି କହିଛନ୍ତି ।
ସୂଚନାଥାଉକି ମହାରାଷ୍ଟ୍ରରେ ଶିବସେନା ବିଜେପି ସହିତ ମେଣ୍ଟ ସମ୍ପର୍କ ଛିନ୍ନ କରି ନିଜର ଘୋର ବିରୋଧୀ କଂଗ୍ରେସ ଓ ଏନସିପିକୁ ନେଇ ମହାବିକାଶ ଆଘାଡି ନାମରେ ମେଣ୍ଟକରି ସରକାର ଗଠନ କରିଛନ୍ତି । ବର୍ତ୍ତମାନ ମହାରାଷ୍ଟ୍ରରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ନେତୃତ୍ବରେ ସରକାର କାର୍ଯ୍ୟ କରୁଛି ।