ଓଡିଶା

odisha

By

Published : May 15, 2020, 12:51 AM IST

ETV Bharat / bharat

ଆର୍ଥିକ ପ୍ୟାକେଜ ଘୋଷଣାକୁ ନେଇ ଅର୍ଥମନ୍ତ୍ରୀଙ୍କୁ କଂଗ୍ରେସ ନେତାଙ୍କ ଟାର୍ଗେଟ

ଦ୍ବିତୀୟ ଦିନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କରିଥିବା ଘୋଷଣାନାମାକୁ କଂଗ୍ରେସ ନେତା ରଣଦୀପ ସିଂ ସୁରଜେବାଲା 'ଖୋଦା ପାହାଡ, ନିକଲା ଜୁମଲା' ବୋଲି କହିଛନ୍ତି । ଟ୍ବଟ କରି ଏଭଳି ମନ୍ତବ୍ୟ ଦେଇଛନ୍ତି କଂଗ୍ରେସ ନେତା ।

congress leader randeep surjewala target on modi govt economic package
ଆର୍ଥିକ ପ୍ୟାକେଜ ଘୋଷଣାକୁ ନେଇ ମୋଦି ସରକାରଙ୍କୁ କଂଗ୍ରେସ ନେତାଙ୍କ ଟାର୍ଗେଟ

ନୂଆଦିଲ୍ଲୀ: ମୋଦି ସରକାର ଦ୍ବିତୀୟ ପର୍ଯ୍ୟାୟରେ 20 ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି । ଯାହାକୁ ନେଇ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରଣଦୀପ ସିଂ ସୁରଜେବାଲା । ଦ୍ବିତୀୟ ଦିନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କରିଥିବା ଘୋଷଣାନାମାକୁ ସେ 'ଖୋଦା ପାହାଡ, ନିକଲା ଜୁମଲା' ବୋଲି କହିଛନ୍ତି । ଟ୍ବିଟ କରି ଏଭଳି ମନ୍ତବ୍ୟ ଦେଇଛନ୍ତି କଂଗ୍ରେସ ନେତା ରଣଦୀପ ।

ଆର୍ଥିକ ପ୍ୟାକେଜ ଘୋଷଣାକୁ ନେଇ ମୋଦି ସରକାରଙ୍କୁ କଂଗ୍ରେସ ନେତାଙ୍କ ଟାର୍ଗେଟ

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିଥିବା ଆର୍ଥିକ ପ୍ୟାକେଜର ଦ୍ବିତୀୟ ପର୍ଯ୍ୟାୟରେ 9ଟି ବଡ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ଏହି ଘୋଷଣାନାମାରେ ଅର୍ଥମନ୍ତ୍ରୀ ଶ୍ରମିକ, କ୍ଷୁଦ୍ର ଚାଷୀ, ପ୍ରବାସୀ ଶ୍ରମିକ, ସହରାଞ୍ଚଳ ଗରିବ ସମେତ ଅନ୍ୟ କ୍ଷେତ୍ର ଗୁଡିକ ଉପରେ ସହାୟତା ଘୋଷଣା କରିଛନ୍ତି । ଏହାସହ ପ୍ରବାସୀ ଶ୍ରମିକଙ୍କୁ ଆଗାମୀ ଦୁଇ ମାସ ପର୍ଯ୍ୟନ୍ତ ବିନା ରାସନ କାର୍ଡରେ ମାଗଣା ରାସନ ଦେବାକୁ ମଧ୍ୟ ଘୋଷଣା କରିଛନ୍ତି ।

ABOUT THE AUTHOR

...view details