ଓଡିଶା

odisha

କେନ୍ଦ୍ରକୁ 2264 ଥର ଚୀନ୍ ଉଲ୍ଲଙ୍ଘନର ଜବାବ ମାଗନ୍ତୁ ନଡ୍ଡା: କଂଗ୍ରେସ

ବିଜେପି ସଭାପତି ଜେପି ନଡ୍ଡାଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ନଡ୍ଡା ଆକ୍ଷେପ କରିବାର ମାତ୍ର ଦିନକ ପରେ କଂଗ୍ରେସ କାଉଣ୍ଟର ଆଟାକ୍ କରିଛି । ଅଧିକ ପଢନ୍ତୁ...

By

Published : Jun 22, 2020, 10:19 PM IST

Published : Jun 22, 2020, 10:19 PM IST

କେନ୍ଦ୍ରକୁ 2264ଟି ଚୀନ୍ ଉଲ୍ଲଙ୍ଘନର ଜବାବ ମାଗନ୍ତୁ ନଡ୍ଡା: କଂଗ୍ରେସ
କେନ୍ଦ୍ରକୁ 2264ଟି ଚୀନ୍ ଉଲ୍ଲଙ୍ଘନର ଜବାବ ମାଗନ୍ତୁ ନଡ୍ଡା: କଂଗ୍ରେସ

ନୂଆଦିଲ୍ଲୀ: ବିଜେପି ସଭାପତି ଜେପି ନଡ୍ଡାଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ନଡ୍ଡା ଆକ୍ଷେପ କରିବାର ମାତ୍ର ଦିନକ ପରେ କଂଗ୍ରେସ କାଉଣ୍ଟର ଆଟାକ୍ କରିଛି । କଂଗ୍ରେସ ସରକାରଙ୍କୁ ଟାର୍ଗେଟ ନକରି ନିଜ ସରକାରକୁ ଜବାବ ମାଗନ୍ତୁ ନଡ୍ଡା ବୋଲି କହିଛନ୍ତି ଦଳର ମୁଖପାତ୍ର ରଣଦୀପ ସିଂହ ସୂର୍ଯେୱାଲା ।

ରଣଦୀପ ନିଜ ଟ୍ବିଟରରେ ଲେଖିଛନ୍ତି ଯେ ମୋଦି ସରକାରଙ୍କୁ କେତେକ ପ୍ରଶ୍ନ ପଚାରି ନିଜ ସାହାସ ଦେଖାନ୍ତୁ । 2015ରୁ ଚୀନ୍ 2264 ଥର ସୀମା ଉଲ୍ଲଙ୍ଘନ କରିବାର ପ୍ରୟାସ କରିଛି । ଜମ୍ମୁ ଓ କାଶ୍ମୀରରେ ଗତ 30 ବର୍ଷ ଭିତରେ ସର୍ବାଧିକ 471 ଯବାନ ଶହୀଦ ହେବା ସହ 253 ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଛି । କେବଳ 2019ରେ ପାକ୍ 3289 ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ଯାହା 16 ବର୍ଷରେ ସର୍ବାଧିକ । ଯଦି ବିଜେପି ସଭାପତିଙ୍କର ସାହାସ ଅଛି ତେବେ ଏହିସବୁ ତଥ୍ୟ ଉପରେ କେନ୍ଦ୍ର ସରକାରଙ୍କୁ ଜବାବ ମାଗନ୍ତୁ ବୋଲି ସୂର୍ଯେୱାଲା କହିଛନ୍ତି ।

ପ୍ରକାଶ ଥାଉ କି ଦିନକ ପୂର୍ବରୁ ନଡ୍ଡା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଟାର୍ଗେଟ କରି ଟ୍ବିଟରେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଥିବାବେଳେ ସେ 2010ରୁ 2013 ମଧ୍ୟରେ ଚୀନ୍ ସାମନାରେ ଆତ୍ମସମର୍ପଣ କରିଥିଲେ । ପଡୋଶୀ ଦେଶକୁ ଶହ ଶହ ସ୍କୋୟାର କିଲୋମିଟର ଦେଇ ସେ ଚୁପ୍ ରହିଥିଲେ । ନଡ୍ଡାଙ୍କ ଟ୍ବିଟ୍ ସେତେବେଳେ ଆସିଥିଲା ଯେବେ ମନମୋହନ ନିଜେ ଦେଶବାସୀଙ୍କୁ ଚୀନ୍ ବିରୋଧରେ ଏକାଠି ହେବା ପାଇଁ ଆହ୍ବାନ ଦେଇଥିଲେ । ସରକାର ମିଥ୍ୟା ଦେଇ ସତକୁ ଲୁଚାଇ ପାରିବେନି । ଚୀନ୍ ବିରୋଧରେ ଏବେ ସମସ୍ତଙ୍କୁ ଏକଜୁଟ୍ ହେବାର ସମୟ ଆସିଯାଇଛି ବୋଲି ସେ କହିଥିଲେ । ଏହାକୁ ନେଇ ବିଜେପି ସଭାପତି ନଡ୍ଡା ତାଙ୍କୁ ଆକ୍ଷେପ କରିଥିଲେ ।

ABOUT THE AUTHOR

...view details