ପାଟନା: କଂଗ୍ରେସ ନେତା ଓ ସାଂସଦ ରାହୁଲ ଗାନ୍ଧୀ ଏକ ମାନହାନି ମାମଲାରେ ହାଜର ହେବାକୁ ପାଟନା ଯାଇଥିବାବେଳେ ରେସ୍ତୋରାଁରେ ଦୋସା ଖାଉଥିବାର ଦେଖିବାକୁ ମିଳିଛି ।
ରେସ୍ତୋରାଁରେ ରାହୁଲ ଖାଇଲେ ଦୋସା, ଲୋକଙ୍କ ସହ ନେଲେ ସେଲଫି
କଂଗ୍ରେସ ନେତା ରାହୁଲ ଗାନ୍ଧୀ ପାଟନାର ଏକ ରେସ୍ତୋରାଁରେ ଦୋସା ଖାଇଛନ୍ତି । ମାନହାନି ମାମଲାରେ ହାଜର ହେବାକୁ ରାହୁଲ ପାଟନା ଅଦାଲତ ଯାଇଥିଲେ ।
ମାନହାନି ମାମଲାର ଶୁଣାଣିରେ ହାଜର ହେବାକୁ ରାହୁଲ ପାଟନା ଅଦାଲତରେ ପହଞ୍ଚି ଥିଲେ । ଏହି ସମୟରେ ରାହୁଲଙ୍କୁ ଭୋକ ଲାଗିବାରୁ ସେ ଏକ ରେସ୍ତୋରାଁରେ ପହଞ୍ଚି ସେଠାରେ ଦୋସା ଓ କଫିର ଆନନ୍ଦ ନେଇଥିଲେ ।
ଅଦାଲତରୁ ବାହାରି ରାହୁଲ ମୌର୍ଯ୍ୟ ଲୋକ ସ୍ଥିତ ବସନ୍ତ ବିହାର ରେସ୍ତୋରାଁରେ ପହଞ୍ଚି ଏକ ଟେବୁଲରେ ବସି ଯାଇଥିଲେ । ଶନିବାର ଦ୍ବିପହର ସମୟରେ ରେସ୍ତୋରାଁରେ ଥିବା ଲେକେ ରାହୁଲଙ୍କୁ ଦେଖି ଆଶ୍ଚର୍ଯ୍ୟ ହେବା ସହିତ ନିଜ ମୋବାଇଲ ଫୋନରେ ଫଟୋ ନେବା ଆରମ୍ଭ କରି ଦେଇଥିଲେ । ରାହୁଲ ମଧ୍ୟ କିଛି ଛୋଟ ପିଲା ଓ ପରିବାର ସହ ଆସିଥିବା ଲୋକଙ୍କ ସହ କଥାବାର୍ତ୍ତା ମଧ୍ୟ ହୋଇଛନ୍ତି ।