ନୂଆଦିଲ୍ଲୀ: କୃଷି ବିଲକୁ ନେଇ ସଂସଦରେ ଦୁଇ ଦିନ ହେବ ବିବାଦ ଜାରି ରହିଛି । ରବିବାର ଏହାକୁ ନେଇ ଏକ ବଡ ଧରଣର ଉତ୍ତେଜନା ଦେଖାଦେଇଥିଲା । ଏହାପରେ ସୋମବାର କିଛି ସାଂସଦଙ୍କୁ ସଂସଦକୁ ନିଲମ୍ବିତ କରାଯାଇଥିଲା । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି । ରାହୁଲ କହିଛନ୍ତି ଯେ ମୋଦି ସରକାର ଗଣତାନ୍ତ୍ରିକ ଦେଶକୁ ନୀରବ କରିବାରେ ବ୍ୟସ୍ତ ଅଛନ୍ତି।
ଗଣତାନ୍ତ୍ରିକ ଦେଶରେ ଲୋକଙ୍କୁ ଚୁପ୍ କରାଇବାକୁ ଚେଷ୍ଟା କରୁଛି ମୋଦି ସରକାର: ରାହୁଲ ଗାନ୍ଧୀ - rajya sabha mp suspension
କୃଷି ବିଲକୁ ନେଇ ସଂସଦରେ ଦୁଇ ଦିନ ହେବ ବିବାଦ ଜାରି ରହିଛି । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି ।
ଏନେଇ ରାହୁଲ ଟ୍ବିଟ୍ କରିଛନ୍ତି। ସେ ଲେଖିଛନ୍ତି,‘ଗଣତାନ୍ତ୍ରିକ ଦେଶ ନୀରବ ରହିଆସିଛି। ପ୍ରଥମେ ସ୍ବର ଉଠାଇଲେ ଦମନ କର, ତା’ପରେ ସାଂସଦମାନଙ୍କୁ ନିଲମ୍ବନ କର ଏବଂ କୃଷକମାନଙ୍କ ପାଇଁ ଆଣିଥିବା କଳା ନିୟମ ଉପରେ ଆଖି ବନ୍ଦ କର ’ । କଂଗ୍ରେସ ନେତା କହିଛନ୍ତି ଯେ ଏହି ସର୍ବଜ୍ଞାନୀ ସରକାରଙ୍କ ଗର୍ବ ସମଗ୍ର ଦେଶକୁ ଏକ ଆର୍ଥିକ ବିପର୍ଯ୍ୟୟକୁ ଠେଲି ଦେଇଛି।
ପ୍ରକାଶଥାଉକି, ରବିବାର କୃଷି ବିଲ୍ ପାରିତ ସମୟରେ ଭୋଟିଂ ବେଳେ କିଛି ସାଂସଦ ବିରୋଧ ପ୍ରଦର୍ଶନ କରିଥିଲେ । ଉପବାଚସ୍ପତିଙ୍କ ମାଇକ୍ ଭାଙ୍ଗିବା ସହ କାଗଜପତ୍ର ନଷ୍ଟ କରିଦେଇଥିଲେ । ଏହା ବିରୋଧରେ ସୋମବାର ରାଜ୍ୟସଭା ବାଚସ୍ପତି ଭେଙ୍କେୟା ନାଇଡକୁ 8 ଜଣ ସାଂସଦଙ୍କୁ ନିଲମ୍ବିତ କରିଛନ୍ତି । ନିଲମ୍ବିତ ସାଂସଦମାନଙ୍କ ମଧ୍ୟରେ ସଞ୍ଜୟ ସିଂ, ଡେରେକ ଓ’ବ୍ରାଇନଙ୍କ ଭଳି ନେତା ଅଛନ୍ତି। ନିଲମ୍ବନ ପରେ ମଧ୍ୟ ଏହି ସମସ୍ତ ସାଂସଦ ଗୃହ ଛାଡି ରାଜ୍ୟସଭାରେ ଧର୍ମଘଟରେ ବସିଥିଲେ।