ଓଡିଶା

odisha

ETV Bharat / bharat

ଲୋକପାଳ ଚୟନ ସମିତିରେ ସାମିଲ ହେବେନି ଖଡଗେ ! - Congress

ଖଡଗେ ସାତ ଥର ମୋଦି ସରକାରଙ୍କୁ ଚିଠି ଲେଖି ଚୟନ ସମିତିର ବୈଠକରେ ସାମିଲ ହେବେ ନାହିଁ ବୋଲି କହି ସାରିଛନ୍ତି । ନିଜ ଚିଠିରେ ସେ ଲେଖିଛନ୍ତି ଯେ ଲୋକପାଳ ଅଧିନିୟମ ୨୦୧୩ର ଧାରା ୪ ଅନୁସାରେ ବିଶେଷ ଆମନ୍ତ୍ରିତ ସଦସ୍ୟଙ୍କୁ ଲୋକପାଳ ଚୟନ ସମିତିରେ ଅଂଶ ଗ୍ରହଣ ବା ଏହାର ବୈଠକରେ ସାମିଲ ହୋଇ ପାରିବେ ନାହିଁ । ୨୦୧୪ରୁ ମୋଦି ସରକାର କ୍ଷମତାରେ ଥିଲେ ମଧ୍ୟ ଲୋକପାଳ ଆଇନରେ କୌଣସି ସଂଶୋଧନ କରିବାକୁ ପ୍ରୟାସ କରି ନାହାନ୍ତି, ଯେଉଁଥିରେ ବିରୋଧୀ ଦଳର ସବୁଠାରୁ ବଡ ପାର୍ଟିର ନେତା ଏହି ଚୟନ ସମିତିର ବୈଠକରେ ସାମିଲ ହୋଇପାରିବେ ।

ଫାଇଲ ଫଟୋ

By

Published : Mar 15, 2019, 11:33 PM IST

ନୂଆଦିଲ୍ଲୀ: ନିଯୁକ୍ତି ହୋଇପାରୁନି ଲୋକାୟୁକ୍ତ । କାର୍ଯ୍ୟକାରୀ ହୋଇପାରୁନି ଲୋକପାଳ ଆଇନ । ସେହିପରି ସରକାରଙ୍କୁ ୧୦ ଦିନ ସମୟ ଦେଇଥିଲେ ସୁପ୍ରିମକୋର୍ଟ । ଅନ୍ୟପକ୍ଷେ ଶୁକ୍ରବାର କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ଲୋକପାଳ ଚୟନ ସମିତି ବୈଠକରେ ସାମିଲ ହେବାକୁ ମନା କରିଦେଇଛନ୍ତି । କାରଣ ମୋଦି ସରକାର ତାଙ୍କୁ ବିଶେଷ ଆମନ୍ତ୍ରିତ ସଦସ୍ୟ ଭାବେ ଚୟନ ସମିତିର ବୈଠକରେ ଡାକିଛନ୍ତି । ଯାହାକୁ ସେ ବିରୋଧ କରୁଛନ୍ତି ।

ଖଡଗେ ସାତ ଥର ମୋଦି ସରକାରଙ୍କୁ ଚିଠି ଲେଖି ଚୟନ ସମିତିର ବୈଠକରେ ସାମିଲ ହେବେ ନାହିଁ ବୋଲି କହି ସାରିଛନ୍ତି । ନିଜ ଚିଠିରେ ସେ ଲେଖିଛନ୍ତି ଯେ ଲୋକପାଳ ଅଧିନିୟମ ୨୦୧୩ର ଧାରା ୪ ଅନୁସାରେ ବିଶେଷ ଆମନ୍ତ୍ରିତ ସଦସ୍ୟଙ୍କୁ ଲୋକପାଳ ଚୟନ ସମିତିରେ ଅଂଶ ଗ୍ରହଣ ବା ଏହାର ବୈଠକରେ ସାମିଲ ହୋଇ ପାରିବେ ନାହିଁ । ୨୦୧୪ରୁ ମୋଦି ସରକାର କ୍ଷମତାରେ ଥିଲେ ମଧ୍ୟ ଲୋକପାଳ ଆଇନରେ କୌଣସି ସଂଶୋଧନ କରିବାକୁ ପ୍ରୟାସ କରି ନାହାନ୍ତି, ଯେଉଁଥିରେ ବିରୋଧୀ ଦଳର ସବୁଠାରୁ ବଡ ପାର୍ଟିର ନେତା ଏହି ଚୟନ ସମିତିର ବୈଠକରେ ସାମିଲ ହୋଇପାରିବେ ।

ଏହାପୂର୍ବରୁ ଖଡଗେ ଗତବର୍ଷ ସେପ୍ଟମ୍ବରରେ ଚୟନ ସମିତିର ବୈଠକରେ ସାମିଲ ହେବାକୁ ମନା କରିଥିଲେ । ଆମନ୍ତ୍ରିତ ସଦସ୍ୟ ପରିବର୍ତ୍ତେ ପୂର୍ଣ୍ଣ ସଦସ୍ୟର ମାନ୍ୟତା ନ ମିଳୁଛି ଲୋକପାଳ ଚୟନ ସମିତିର ବୈଠକରେ ଯୋଗଦେବି ନାହିଁ ବୋଲି କହିଛନ୍ତି ସେ ।

ABOUT THE AUTHOR

...view details