ଓଡିଶା

odisha

‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ନେଇ ମୋଦିଙ୍କୁ ସମାଲୋଚନା

ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମକୁ ନେଇ କଂଗ୍ରେସର ସମାଲୋଚନା । ମୋଦି ଏଭଳି କାର୍ଯ୍ୟକ୍ରମ କରି ଛାତ୍ରଛାତ୍ରୀଙ୍କ ମୂଲ୍ୟବାନ ସମୟ ନଷ୍ଟ କରୁଥିବା ଦଳର ବରିଷ୍ଠ ନେତା କପିଲ ସିବ୍ବଲ କହିଛନ୍ତି । ଅଧିକ ପଢନ୍ତୁ...

By

Published : Jan 20, 2020, 9:57 PM IST

Published : Jan 20, 2020, 9:57 PM IST

kapil sibbal
କପିଲ ସିବ୍ବଲ

ନୂଆଦିଲ୍ଲୀ: ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ଚିନ୍ତା ଦୂର କରିବା ପାଇଁ ସୋମବାର ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ଜରିଆରେ କିଛି ଟିପ୍ସ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ନିଜର ମୂଲ୍ୟବାନ ଉପଦେଶ ଛାତ୍ରଛାତ୍ରୀ, ଅଭିଭାବକଙ୍କ ଏବଂ ଶିକ୍ଷକଙ୍କ ସହ ସେୟାର କରିଛନ୍ତି । ସେପଟେ ଏହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚନା କରିଛି କଂଗ୍ରେସ । ମୋଦି ଏଭଳି କାର୍ଯ୍ୟକ୍ରମ କରି ଛାତ୍ରଛାତ୍ରୀଙ୍କ ମୂଲ୍ୟବାନ ସମୟ ନଷ୍ଟ କରୁଥିବା ଦଳର ବରିଷ୍ଠ ନେତା କପିଲ ସିବ୍ବଲ କହିଛନ୍ତି ।

ପ୍ରକାଶ ରାଜ

ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସିବ୍ବଲ କହିଛନ୍ତି, 'ମୁଁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିବାକୁ ଚାହୁଁଛି କି ସେ ଛାତ୍ରଛାତ୍ରୀଙ୍କୁ ଏକାକି ଛାଡିଦିଅନ୍ତୁ । କାରଣ ଏହି ସମୟ ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତି କରିବାର ସମୟ । ମୋଦି ସେମାନଙ୍କ ସମୟ ନଷ୍ଟ କରନ୍ତୁ ନାହିଁ । ଡିଗ୍ରୀ ମିଳିବା ପରେ ସେମାନଙ୍କ ସହ ଚର୍ଚ୍ଚା ହେବା ଉଚିତ ଏବଂ ଏହା ସମସ୍ତେ ଜାଣିବା ଆବଶ୍ୟକ । ପ୍ରଧାନମନ୍ତ୍ରୀଙ୍କୁ ଏହି ବିଷୟ ଉପରେ ମନ କୀ ବାତ କରିବା ଆବଶ୍ୟକ ।'

ସେପଟେ ଅଭିନେତାରୁ ରାଜନେତା ପାଲଟିଥିବା ପ୍ରକାଶ ରାଜ ମଧ୍ୟ ଏନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚନା କରିଛନ୍ତି । ଟ୍ବିଟ କରି ସେ ପ୍ରଧାନମନ୍ତ୍ରୀଙ୍କୁ ନିଜ ଡିଗ୍ରୀ ଦେଖାଇବା ପାଇଁ କହିଛନ୍ତି । ସେ ଲେଖିଛନ୍ତି, 'ପରୀକ୍ଷା ପେ ଚର୍ଚ୍ଚା କରିବା ପୂର୍ବରୁ ନିଜ ଡିଗ୍ରୀ ସାର୍ଟିଫିକେଟ ଦେଖାନ୍ତୁ ।'

ABOUT THE AUTHOR

...view details