ଓଡିଶା

odisha

ETV Bharat / bharat

ମୋଦିଙ୍କୁ ସିବଲଙ୍କ ଟାର୍ଗେଟ: କୁଆଡେ ଗଲା 56 ଇଞ୍ଚିଆ ଛାତି ? - 56 ଇଞ୍ଚିଆ ଛାତି

ଲଦାଖର ଗଲୱାନ ଉପତ୍ୟକାରେ ସୋମବାର ରାତିରେ ଭାରତ-ଚୀନ ସେନା ମଧ୍ୟରେ ଘଟିଥିଲା ରକ୍ତାକ୍ତ ସଂଘର୍ଷ । ତେବେ ଏହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବରିଷ୍ଠ କଂଗ୍ରେସ ନେତା କପିଳ ସିବଲ ଟାର୍ଗେଟ କରିଛନ୍ତି । ଅଧିକ ପଢନ୍ତୁ..

ମୋଦିଙ୍କୁ ସିବଲଙ୍କ ଆଟାକ୍: କୁଆଡେ ଗଲା 56 ଇଞ୍ଚିଆ ଛାତି ?
ମୋଦିଙ୍କୁ ସିବଲଙ୍କ ଆଟାକ୍: କୁଆଡେ ଗଲା 56 ଇଞ୍ଚିଆ ଛାତି ?

By

Published : Jun 16, 2020, 5:28 PM IST

ନୂଆଦିଲ୍ଲୀ: ଚୀନ ସହ ସୀମା ବିବାଦ ଥମିବାର ନାମ ନେଉନାହିଁ । ଲଦାଖର ଗଲୱାନ ଉପତ୍ୟକାରେ ସୋମବାର ରାତିରେ ଦେଖା ରକ୍ତାକ୍ତ ସଂଘର୍ଷ । ତେବେ ଏହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ ଟାର୍ଗେଟ କରିଛନ୍ତି ।

ସିବଲ ମଙ୍ଗଳବାର ମୋଦିଙ୍କୁ ଏହା ଉପରେ ପ୍ରଶ୍ନ କରିଛନ୍ତି । ସେ ପଚାରିଛନ୍ତି ଯେ କୁଆଡେ ଗଲା ମୋଦିଙ୍କ 56 ଇଞ୍ଚିଆ ଛାତି ? ପରିସ୍ଥିତି ଖରାପ ଥିବାବେଳେ ପଡୋଶୀ ଦେଶକୁ ନାଲି ଆଖି ଦେଖାଇବାକୁ କାହିଁକି ଡରୁଛନ୍ତି ମୋଦି ? ଏହା ପ୍ରଧାନମନ୍ତ୍ରୀଙ୍କର ଦୋମୁହାଁ ରାଜନୀତି । ପୂର୍ବରୁ ଚୀନ ସେନା ସୀମା ପାର କରିଥିବା ନେଇ ସେ କଂଗ୍ରେସ ସରକାରଙ୍କୁ ସମାଲୋଚନା କରିଥିଲା । ଏବେ ନିଜେ ଚୀନ ସେନାକୁ ନାଲି ଆଖି ଦେଖାଇବାରେ କାହିଁକି ସଙ୍କୋଚ ପ୍ରକାଶ କରୁଛନ୍ତି ବୋଲି ସିବଲ ପ୍ରଶ୍ନ କରିଛନ୍ତି ।

ସେହିପରି ନେପାଳ ଯେତେବେଳେ ନାଲି ଆଖି ଦେଖାଇଥିଲା ସେତେବେଳେ ମଧ୍ୟ ମୋଦି ଆଲୋଚନା କରିବା ପାଇଁ ପଛଘୁଞ୍ଚା ଦେଇଥିଲେ । ଏବେ ଲଦାଖରେ ଚୀନ ସେନା ଭାରତୀୟ ଅଞ୍ଚଳ ଦଖଲ କରୁଥିବାବେଳେ ପ୍ରଧାନମନ୍ତ୍ରୀ ଡ୍ରାଗନ ଦେଶକୁ ଜବାବ ଦେବା ବଦଳରେ ଚୁପ୍ ରହୁଛନ୍ତି । ନିଜ 56 ଇଞ୍ଚିଆ ଛାତି ପାଇଁ ଗର୍ବ କରୁଥିବା ମୋଦିଙ୍କ ଦମ୍ଭ କୁଆଡେ ଗଲା ବୋଲି କଂଗ୍ରେସର ବରିଷ୍ଠ ନେତା ପ୍ରଶ୍ନ କରିଛନ୍ତି । ପୂର୍ବରୁ ଏହି ପ୍ରସଙ୍ଗରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ମୋଦିଙ୍କ ଚୁପ୍ ରହିବା ଉପରେ ପ୍ରଶ୍ନ ଉଠାଇଥିଲେ ।

ABOUT THE AUTHOR

...view details