ନୂଆଦିଲ୍ଲୀ: ପାକିସ୍ତାନରେ ହୋଇଥିବା ଏୟାର ଷ୍ଟ୍ରାଇକକୁ ନେଇ ଜାତୀୟ ରାଜନୀତି ବେଶ ସରଗରମ । ବିଭିନ୍ନ ଦଳର ନେତାମାନେ ଏହାକୁ ନେଇ ଦେଉଛନ୍ତି ବିଭିନ୍ନ ମନ୍ତବ୍ୟ । କଂଗ୍ରେସ ନେତା ତଥା ପୂର୍ବତନ ପ୍ରତିରକ୍ଷା ରାଜ୍ୟମନ୍ତ୍ରୀ ଜିତେନ୍ଦ୍ର ସିଂ ମଧ୍ୟ ସର୍ଜିକାଲ ଷ୍ଟ୍ରାଇକକୁ ନେଇ ଏକ ବଡ ବୟାନ ଦେଇଛନ୍ତି । ୟୁପିଏ ସରକାର କାର୍ଯ୍ୟକାଳ ମଧ୍ୟରେ ୧୮-୧୯ ଥର ସର୍ଜିକାଲ ଷ୍ଟ୍ରାଇକ ହୋଇଛି କିନ୍ତୁ କଂଗ୍ରେସ ଏହାର କେବେ ମଧ୍ୟ ପ୍ରଚାର କରିନାହିଁ ବୋଲି ସେ କହିଛନ୍ତି ।
'ୟୁପିଏ କାର୍ଯ୍ୟକାଳରେ ୧୮-୧୯ ଥର ହୋଇଛି ସର୍ଜିକାଲ ଷ୍ଟ୍ରାଇକ ' - jitendra singh
ଜିତେନ୍ଦ୍ର ସିଂ କହିଛନ୍ତି ଯେ ବିଜେପି ପୁଲୱାମା ବିଷୟକୁ ନେଇ ରାଜନୀତି କରୁଛି । ସେନାକୁ ନେଇ ରାଜନୀତି କରିବା ଠିକ ନୁହଁ । ଏୟାର ଷ୍ଟ୍ରାଇକ ପରେ ବିଜେପି ନେତା କହୁଛନ୍ତି କର୍ଣ୍ଣାଟକରୁ ସେମାନଙ୍କୁ ୨୨ଟି ଆସନ ମିଳିଯିବ । ବିଜେପି ପୁଲୱାମା ଘଟଣାକୁ ରାଜନୀତି ସହ ଯୋଡୁଛି ବୋଲି ସେ କହିଛନ୍ତି।
!['ୟୁପିଏ କାର୍ଯ୍ୟକାଳରେ ୧୮-୧୯ ଥର ହୋଇଛି ସର୍ଜିକାଲ ଷ୍ଟ୍ରାଇକ '](https://etvbharatimages.akamaized.net/etvbharat/images/768-512-2607347-209-bf61f14c-f8cc-4c04-9bc8-d3b57205d8d3.jpg)
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର
ସେ ଆହୁରି କହିଛନ୍ତି ଯେ ବିଜେପି ପୁଲୱାମା ବିଷୟକୁ ନେଇ ରାଜନୀତି କରୁଛି । ସେନାକୁ ନେଇ ରାଜନୀତି କରିବା ଠିକ ନୁହଁ । ଏୟାର ଷ୍ଟ୍ରାଇକ ପରେ ବିଜେପି ନେତା କହୁଛନ୍ତି କର୍ଣ୍ଣାଟକରୁ ସେମାନଙ୍କୁ ୨୨ଟି ଆସନ ମିଳିଯିବ । ବିଜେପି ପୁଲୱାମା ଘଟଣାକୁ ରାଜନୀତି ସହ ଯୋଡୁଛି ବୋଲି ସେ କହିଛି ।
ବିଜେପି ନେତାମାନେ ଏହି ସବୁ ବିଷୟକୁ ଛାଡି ଜନତାଙ୍କୁ ୫ ବର୍ଷରେ କରିଥିବା କାର୍ଯ୍ୟର ହିସାବ ଦେବା ଆବଶ୍ୟକ । ବର୍ତ୍ତମାନ ବିଜେପି ଉପରେ ଜନତାଙ୍କ ବିଶ୍ବାସ ନାହିଁ । ବିଜେପି ସରକାର ଭୋଟ ପାଇଁ ଯେକୌଣସି କାର୍ଯ୍ୟ କରିପାରେ ବୋଲି ପୂର୍ବତନ ପ୍ରତିରକ୍ଷା ରାଜ୍ୟମନ୍ତ୍ରୀ କହିଛନ୍ତି ।
Last Updated : Mar 5, 2019, 11:37 AM IST