ଓଡିଶା

odisha

ETV Bharat / bharat

କଂଗ୍ରେସ ନେତା ଡି.କେ ଶିବକୁମାରଙ୍କୁ କୋରୋନା - DK Shivkumar admitted to private hospital in Bangalore

ସାଧାରଣ ଲୋକଠାରୁ ଆରମ୍ଭ କରି ଅଭିନେତା ତଥା ବହୁ ରାଜନେତା ଏହାର ଶିକାରରେ । ଏହି ସମୟରେ କର୍ଣ୍ଣାଟକ କଂଗ୍ରେସ ରାଜ୍ୟ ସଭାପତି ଡି.କେ ଶିବକୁମାର କୋରୋନା ସଂକ୍ରମିତ ହୋଇଥିବା ଖବର ଆସିଛି । ତାଙ୍କୁ ବେଙ୍ଗାଲୁରୁର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କଂଗ୍ରେସ ନେତା ଡି.କେ ଶିବକୁମାରଙ୍କୁ କୋରୋନା
କଂଗ୍ରେସ ନେତା ଡି.କେ ଶିବକୁମାରଙ୍କୁ କୋରୋନା

By

Published : Aug 25, 2020, 3:59 PM IST

ବେଙ୍ଗାଲୁରୁ: ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଛି କୋରୋନା । ଏହି ସମୟରେ କର୍ଣ୍ଣାଟକ କଂଗ୍ରେସ ରାଜ୍ୟ ସଭାପତି ଡି.କେ ଶିବକୁମାର କୋରୋନା ସଂକ୍ରମିତ ହୋଇଥିବା ଖବର ଆସିଛି । ତାଙ୍କୁ ବେଙ୍ଗାଲୁରୁର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

କର୍ଣ୍ଣାଟକ କଂଗ୍ରେସ ସଭାପତି ତଥା ରାଜ୍ୟର ଶକ୍ତିଶାଳୀ ନେତା ଡି.କେ ଶିବକୁମାର କହିଛନ୍ତି ଯେ ତାଙ୍କର କୋରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ତାଙ୍କୁ ବେଙ୍ଗାଲୁରୁର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହାପୂର୍ବରୁ ରାଜ୍ୟ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦିୟୁରପ୍ପା ଏବଂ ତାଙ୍କ ଝିଅ ମଧ୍ୟ କୋରୋନାଙ୍କୁ ମାତ ଦେଇଥିଲେ ।

ସୂଚନା ଥାଉକି ଶିବକୁମାରଙ୍କ ପୂର୍ବରୁ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର, କେନ୍ଦ୍ର ମନ୍ତ୍ରୀ ଜଲ ଶକ୍ତି ଗଜେନ୍ଦ୍ର ସିଂ ଶେଖୱାତ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଆୟୁଷ ମନ୍ତ୍ରୀ ଶ୍ରୀପଦ ନାୟକ, କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏବଂ କୈଲାଶ ଚୌଧୁରୀ କୋରୋନା ସଂକ୍ରମିତ ହୋଇସାରିଛନ୍ତି ।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦିୟୁରପ୍ପା, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ତାମିଲନାଡୁର ରାଜ୍ୟପାଳ ବନୱାରିଲାଲ ପୁରୋହିତଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିଥିଲା । ଏହା ବ୍ୟତୀତ ଉତ୍ତରପ୍ରଦେଶ କ୍ୟାବିନେଟର ଏକାକୀ ମହିଳା ମନ୍ତ୍ରୀ କମଲ ରାନୀ ବରୁଣଙ୍କର କୋରୋନା ସଂକ୍ରମଣ ହେତୁ ମୃତ୍ୟୁ ଘଟିଛି ।

For All Latest Updates

TAGGED:

ABOUT THE AUTHOR

...view details