ଓଡିଶା

odisha

ETV Bharat / bharat

'ପ୍ରଧାନମନ୍ତ୍ରୀ ମୋଦିଙ୍କର ହତ୍ୟା କରାଯିବା ଉଚିତ୍'

ଆଗକୁ ନିର୍ବାଚନ ଯେତିକି ପାଖେଇ ଆସୁଛି, ସେତିକି ରାଜନୈତିକ ବାକଯୁଦ୍ଧ ଜାରି ରହିଛି। ଗୋଡ ଟଣାଟଣି ଭିତରେ ମଧ୍ୟ ପରସ୍ପରକୁ ଟାର୍ଗେଟ କରିବାକୁ ପଛାଉନାହାଁନ୍ତି ଶାସକ ଓ ବିରୋଧୀ। ଏହି କ୍ରମରେ ରାଜ୍ୟର କଂଗ୍ରେସ ନେତା ବେଲୁର ଗୋପାଳକୃଷ୍ଣ ଏକ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି।

By

Published : Mar 6, 2019, 5:13 AM IST

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ବେଙ୍ଗାଲୁରୁ: ଆଗକୁ ନିର୍ବାଚନ ଯେତିକି ପାଖେଇ ଆସୁଛି, ସେତିକି ରାଜନୈତିକ ବାକଯୁଦ୍ଧ ଜାରି ରହିଛି। ଗୋଡ ଟଣାଟଣି ଭିତରେ ମଧ୍ୟ ପରସ୍ପରକୁ ଟାର୍ଗେଟ କରିବାକୁ ପଛାଉନାହାଁନ୍ତି ଶାସକ ଓ ବିରୋଧୀ। ଏହି କ୍ରମରେ ରାଜ୍ୟର କଂଗ୍ରେସ ନେତା ବେଲୁର ଗୋପାଳକୃଷ୍ଣ ଏକ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କର ହତ୍ୟା କରାଯିବା ଦରକାର।

ସୂଚନା ଅନୁସାରେ, ଏକ ସମାରୋହରେ ଏମିତି କହି ବିବାଦ ଘେରକୁ ଚାଲିଆସିଥିଲେ ବେଲୁର। ତେବେ ଚାରିଆଡୁ ଚାପ ପଡିବା ପରେ ସେ ଭୁଲ ମାଗିଛନ୍ତି। ସେ କହିଛନ୍ତି ଯେ, "ମୁଁ ପ୍ରଧାନମନ୍ତ୍ରୀଙ୍କୁ ବହୁତ ସମ୍ମାନ କରେ। ସଭାରେ ସେମିତି କିଛି ଜାଣିଶୁଣି କହିନାହିଁ। ମୁଁ ହତ୍ୟା ସହିତ ସେ କଥାକୁ ତୁଳନା କରିଥିଲି"।

ତେବେ ବେଲୁର ଏହି ବୟାନ ଦେବା ପରେ ବିଭିନ୍ନ ମହଲରୁ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହାପରେ ସେ ନିଜେ କ୍ଷମା ମାଗିଥିଲେ। କହିଥିଲେ କି ଯଦି ମୋ କଥା କାହାକୁ ଆଘାତ ଦେଇଛି ସେଥିପାଇଁ ମୁଁ ଅନୁତପ୍ତ।

ସୂଚନାଯୋଗ୍ୟ, କଂଗ୍ରେସ ନେତା ବେଲୁର ପ୍ରଥମେ ବିଜେପିର ଜଣ ସକ୍ରିୟ ନେତା ଥିଲେ। ମାତ୍ର ଶିବମୋଗାରୁ ଟିକେଟ ନ ମିଳିବାରୁ ସେ କଂଗ୍ରେସରେ ଯୋଗଦେଇଥିଲେ।

ABOUT THE AUTHOR

...view details