ଓଡିଶା

odisha

ETV Bharat / bharat

ନୂତନ ଶିକ୍ଷା ନୀତିକୁ ସମର୍ଥନ କରି ରାହୁଲଙ୍କୁ କ୍ଷମା ମାଗିଲେ କଂଗ୍ରେସ ନେତ୍ରୀ

ନୂତନ ଶିକ୍ଷାନୀତିକୁ ସ୍ବାଗତ ଜଣାଇଛନ୍ତି ଚଳଚିତ୍ର ଅଭିନେତ୍ରୀ ତଥା କଂଗ୍ରେସ ନେତ୍ରୀ ଖୁସବୁ ସୁନ୍ଦର । ହେଲେ ଏନେଇ ତାଙ୍କୁ ପରେ ରାହୁଲ ଗାନ୍ଧୀଙ୍କୁ କ୍ଷମା ମାଗିବାକୁ ପଡିଛି । ଅଧିକ ପଢନ୍ତୁ...

ନୂତନ ଶିକ୍ଷା ନୀତିକୁ ସମର୍ଥନ କରି ରାହୁଲଙ୍କୁ କ୍ଷମା ମାଗିଲେ କଂଗ୍ରେସ ନେତ୍ରୀ
ନୂତନ ଶିକ୍ଷା ନୀତିକୁ ସମର୍ଥନ କରି ରାହୁଲଙ୍କୁ କ୍ଷମା ମାଗିଲେ କଂଗ୍ରେସ ନେତ୍ରୀ

By

Published : Jul 30, 2020, 9:46 PM IST

ନୂଆଦିଲ୍ଲୀ: ଦେଶରେ ନୂତନ ଶିକ୍ଷାନୀତିର ଘୋଷଣା କରିଛନ୍ତି ମୋଦି ସରକାର । ଅନେକ ଏହାକୁ ସ୍ବାଗତ କରୁଥିବା ବେଳେ କେହି କେହି ଏହାକୁ ବିରୋଧ ମଧ୍ୟ କରୁଛନ୍ତି । ତେବେ ଏପରିସ୍ଥିତିରେ ନୂତନ ଶିକ୍ଷାନୀତିକୁ ସ୍ବାଗତ ଜଣାଇଛନ୍ତି ଚଳଚିତ୍ର ଅଭିନେତ୍ରୀ ତଥା କଂଗ୍ରେସ ନେତ୍ରୀ ଖୁସବୁ ସୁନ୍ଦର । ହେଲେ ଏନେଇ ତାଙ୍କୁ ପରେ କ୍ଷମା ମାଗିବାକୁ ପଡିଛି ।

ନୂତନ ଶିକ୍ଷା ନୀତିକୁ ସମର୍ଥନ କରି ରାହୁଲଙ୍କୁ କ୍ଷମା ମାଗିଲେ କଂଗ୍ରେସ ନେତ୍ରୀ

ପାର୍ଟି ଲାଇନରୁ ବାହାରି ନୂତନ ଶିକ୍ଷାନୀତିକୁ ସ୍ବାଗତ କରିଥିବାରୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଟ୍ବିଟ କରି କ୍ଷମା ପ୍ରାର୍ଥନା କରିଛନ୍ତି ଖୁସବୁ ସୁନ୍ଦର । ସେ ଟ୍ବିଟରେ ଲେଖିଛନ୍ତି ନୂତନ ଶିକ୍ଷାନୀତି 2020 ଉପରେ ମୋର ମତ ଦଳ ଠୁ ଭିନ୍ନ । ଏନେଇ ମୁଁ ରାହୁଲ ଗାନ୍ଧୀଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ଚାହୁଁଛି । ରୋବର୍ଟ ଭଳି ମୁଣ୍ଡ ହଲାଇବା ବ୍ୟତିତ ତଥ୍ୟ ଉପରେ ହିଁ କଥା କୁହେ । ଆମେ ଆମ ନେତା ସହ ସବୁ କ୍ଷେତ୍ରରେ ସହମତ ହୋଇପାରିବୁ ନାହିଁ । ନାଗରିକ ହିସାବରେ ଆମେ ନିର୍ଭିକ ଭାବରେ ଆମେ ଆମର ବିଚାର ରଖିପାରିବୁ ।

ABOUT THE AUTHOR

...view details