ମହେଶୁର: ଚାପୁଡା ମାରିଲେ କଂଗ୍ରେସ ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା । ମହେଶୁର ବିମାନ ବନ୍ଦରର ବାହାରେ ଦେଖିବାକୁ ମିଳିଥିଲା କିଛି ଏଭଳି ଦୃଶ୍ୟ । ଯେଉଁଠି ସେ ନିଜ ସାଥିରେ ଥିବା ଦଳୀୟ କର୍ମୀଙ୍କୁ ଚାପୁଡା ମାରିଥିଲେ । ଯାହା ମିଡିଆ କ୍ୟାମେରାରେ କଏଦ ହୋଇଛି ।
କର୍ମୀଙ୍କୁ ଚାପୁଡା ମାରିଲେ ସିଦ୍ଧରମୈୟା - କର୍ମୀଙ୍କୁ ଚାପୁଡା ମାରିଲେ
ମହେଶୁର ବିମାନ ବନ୍ଦରର ବାହାରେ ଦେଖିବାକୁ ମିଳିଥିଲା କିଛି ଏଭଳି ଦୃଶ୍ୟ । ଯେଉଁଠି ଦଳୀୟ କର୍ମୀଙ୍କୁ ଚାପୁଡା ମାରିଛନ୍ତି କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ।
![କର୍ମୀଙ୍କୁ ଚାପୁଡା ମାରିଲେ ସିଦ୍ଧରମୈୟା](https://etvbharatimages.akamaized.net/etvbharat/prod-images/768-512-4333995-thumbnail-3x2-slap.jpg)
ଫଟୋ ସୌଜନ୍ୟ: ଇଟିଭି ଭାରତ
ଭିଡିଓ ସୌଜନ୍ୟ: ଇଟିଭି ଭାରତ
ସିଦ୍ଧରମୈୟା କୌଣସି ଏକ କାର୍ଯ୍ୟକ୍ରମକୁ ଯିବା ସମୟରେ ଏୟାରପୋର୍ଟରୁ ବାହାରି ଗଣମାଧ୍ୟମ ସହ ଏକ ପ୍ରେସମିଟ କାର୍ଯ୍ୟକ୍ରମ ଥିଲା । ଯାହକୁ ସାରି ସେ ଯାଉଥିବା ସମୟରେ ତାଙ୍କ ସାଥିରେ ଥିବା କର୍ମୀ ଫୋନ ଆସିବାରୁ ସିଦ୍ଧରମୈୟାଙ୍କ ହାତକୁ ଫୋନ ବଢାଇ ଦେଇଥିଲେ ।
ଯାହାକୁ ନେଇ ଦଳୀୟ କର୍ମୀ ଉପରେ ଫୁଲ୍ ଖପ୍ପା ହୋଇଯାଇଥିଲେ ସିଦ୍ଧରମୈୟା । ଆଉ କର୍ମୀଙ୍କୁ ଚାପୁଡା ମାରିଥିଲେ । କଂଗ୍ରେସ ନେତାଙ୍କ ଏହି ଆଚରଣକୁ ନେଇ ଚର୍ଚ୍ଚା ଜୋର ଧରିଛି ।