ଓଡିଶା

odisha

ETV Bharat / bharat

‘ନିର୍ବଳା’ ସୀତାରମଣ ମନ୍ତବ୍ୟ, ଗୃହରେ କ୍ଷମା ମାଗିଲେ ଅଧୀର ରଞ୍ଜନ - ନିର୍ବଳା ସୀତା ରମଣ ମନ୍ତବ୍ୟ କ୍ଷମା ମାଗିଲେ ଅଧୀର ରଞ୍ଜନ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଲୋକସଭାରେ ‘ନିର୍ବଳା’ କହିବା ପରେ ଏହାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ । ଅଧିକ ପଢନ୍ତୁ...

adhir ranjan chudhary apologize to nirmala sitharaman in lok sabha
ଡିଜାଇନ ଫଟୋ

By

Published : Dec 4, 2019, 8:37 PM IST

ନୂଆଦିଲ୍ଲୀ: ଶେଷରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଲୋକସଭାରେ ‘ନିର୍ବଳା’ କହିବା ପରେ ଏହାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ । ବୁଧବାର ସେ ଗୃହରେ ଅର୍ଥମନ୍ତ୍ରୀଙ୍କୁ କ୍ଷମା ମାଗିଛନ୍ତି। ଅଧୀରଙ୍କ ଏହି ମନ୍ତବ୍ୟ ପରେ ଗୃହରେ ହୋ ହାଲ୍ଲା ହେବା ସହ ଅଧୀରଙ୍କ କ୍ଷମା ପ୍ରାର୍ଥନା ଦାବି କରାଯାଇଥିଲା।

ବୁଧବାର ଅଧୀର ନିର୍ମଳା ସୀତାରମଣଙ୍କୁ ନିଜ ଭଉଣୀ ବୋଲି ବିବେଚନା କରିବା ସହ ନିଜେ ତାଙ୍କ ଭାଇ ବୋଲି କହିଛନ୍ତି। ଏହାସହ ଯଦି ତାଙ୍କ ଶବ୍ଦ ତାଙ୍କୁ ମର୍ମାହତ କରିଥାଏ ତେବେ ସେ କ୍ଷମା ମାଗୁଛନ୍ତି ବୋଲି ବୁଧବାର ଲୋକସଭାରେ କହିଛନ୍ତି।

ଭିଡିଓ ସୌଜନ୍ୟ: ଲୋକସଭା ଟିଭି

ଉଲ୍ଲେଖ ଯୋଗ୍ୟ ଯେ, ଲୋକସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କର୍ପୋରେଟ ଟ୍ୟାକ୍ସ ଓ ଜିଡିପି ଉପରେ ଗୃହରେ ଚର୍ଚ୍ଚା ସମୟରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଆକ୍ଷେପ କରି ବିବାଦୀୟ ବୟାନ ଦେଇଥିଲେ। ଅଧୀର ରଞ୍ଜନ କହିଥିଲେ ଯେ, ବେଳେ ବେଳେ ଭାବୁଛି ଆପଣଙ୍କୁ ନିର୍ମଳା ସୀତାରମଣ ବଦଳରେ ‘ନିର୍ବଳା’ ସୀତାରମଣ କହିବା ଠିକ ହେବ ନା ନାହିଁ | ଆପଣ ମନ୍ତ୍ରୀ ପଦରେ ଅଛନ୍ତି ସତ କିନ୍ତୁ ଆପଣଙ୍କ ମନରେ ଯାହା ଅଛି ତାହା କହିପାରୁନାହାଁନ୍ତି | ଏହି ମନ୍ତବ୍ୟ ପରେ ନିର୍ମଳା ସୀତାରମଣ ମଧ୍ୟ ପ୍ରତି ଉତ୍ତର ଦେଇ ସେ ନିର୍ବଳା ନୁହଁନ୍ତି ସବଳା ବୋଲି କହିଥିଲେ।

ABOUT THE AUTHOR

...view details