ଓଡିଶା

odisha

ETV Bharat / bharat

'ମାଷ୍ଟରଙ୍କ ବୟାନକୁ ପଢୁଛନ୍ତି ରାଜ୍ୟପାଳ' - ରାଜ୍ୟପାଳ କଲରାଜ ମିଶ୍ର

ରାଜସ୍ଥାନ ରାଜନୀତିରେ ବିବାଦ ଘନେଇବାରେ ଲାଗିଛି । ରାଜ୍ୟପାଳଙ୍କ ପ୍ରଶ୍ନର ଉତ୍ତରରେ କଂଗ୍ରେସ କହିଛି ଯେ 'ମାଷ୍ଟର'ଙ୍କ ବୟାନକୁ ରାଜଭବନ ପକ୍ଷରୁ ପଢାଯାଉଛି । ଅଧିକ ପଢନ୍ତୁ...

'ମାଷ୍ଟରଙ୍କ ବୟାନକୁ ପଢୁଛନ୍ତି ରାଜ୍ୟପାଳ'
'ମାଷ୍ଟରଙ୍କ ବୟାନକୁ ପଢୁଛନ୍ତି ରାଜ୍ୟପାଳ'

By

Published : Jul 26, 2020, 5:05 PM IST

ନୂଆଦିଲ୍ଲୀ: ରାଜସ୍ଥାନରେ ଥମୁନାହିଁ ଆରୋପ ପ୍ରତ୍ୟାରୋପର ରାଜନୀତି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଏବେ ନୂଆ ମୋଡ ନେଇ ରାଜ୍ୟପାଳ ଓ କଂଗ୍ରେସ ମଧ୍ୟରେ ପ୍ରଚୀର ଛିଡା କରିଦେଇଛି । କଂଗ୍ରେସର ପାରିବା ପଣିଆ ଉପରେ ରାଜ୍ୟପାଳ କଲରାଜ ମିଶ୍ର ଉଠାଇଥିବା ପ୍ରଶ୍ନର ଜବାବ ଦେଇଛି ଦଳ ।

କଂଗ୍ରେସର ବିରଷ୍ଠ ନେତା ଅଭିଷକ ମନୁ ସିଂଘଓ୍ବୀ କହିଛନ୍ତି, ଏହା ବଡ ଆଶ୍ଚର୍ଯ୍ୟର କଥା ଯେ ଅଧିବେଶନ ଡକାଇବା ପୂର୍ବରୁ ରାଜ୍ୟପାଳ ବିଧାୟକଙ୍କ ଗତିବିଧି ଉପରେ ପ୍ରଶ୍ନ ଛିଡା କରିଛନ୍ତି । ରାଜ୍ୟପାଳଙ୍କ ଏହି ସକ୍ରିୟ ମନୋଭାବ ବେଶ ପ୍ରଶଂସନୀୟ ହେଲେ ଏହା ତାଙ୍କ ଅଧିକାର ବାହାରେ । ଏସମସ୍ତ ବିଷୟ ବିଧାନସଭା ଅଧ୍ୟକ ଅଧିନରେ ଥିବା ସଚ୍ଚିବାଳାୟ ଦେଖେ କିମ୍ବା ସରକାରୀ ଶାସନ କଳ ପରିଚାଳନା କରେ ।

ରାଜ୍ୟପାଳଙ୍କ ଅଭିଜ୍ଞତା ଉପରେ ପ୍ରଶ୍ନ ଛିଡା କରି ସିଂଘଓ୍ବୀ କହିଛନ୍ତି ଯେ ଦେଶରେ ଅନେକ ବିଧାନସଭା ଚାଲୁଛି । କାମ ଆରମ୍ଭ ପାଇଁ ପୁଡୁଚେରୀ, ମହାରାଷ୍ଟ୍ର ଓ ବିହାରରେ ବିଧାନସଭା ଅଧିବେଶନ ଡକାଯାଇଛି । ତେବେ ରାଜସ୍ଥାନ ବିଧାନସଭା ଅଧିବେଶନ ବସିବାରେ ଅସୁବିଧା କେଉଁଠି ବୋଲି ସେ ପ୍ରଶ୍ନ କରିଛନ୍ତି ।

ରାଜ୍ୟପାଳ କଲରାଜ ମିଶ୍ରଙ୍କ ପ୍ରଶ୍ନ ଉପରେ ଅଭିଷକ ଆପତ୍ତି ଜାହିର କରିବା ସହ କହିଛନ୍ତି ଯେ ସମସ୍ତ ପ୍ରଶ୍ନ କେନ୍ଦ୍ର ସରକାରଙ୍କ ଉଚ୍ଚସ୍ତରୀୟ ଅଧିକାରୀଙ୍କ ମାଧ୍ୟମରେ ଆସୁଛି, ଏଥିରେ କୌଣସି ସନ୍ଦେହ ନାହିଁ । ତେବେ 'ମାଷ୍ଟର'ଙ୍କ ବୟାନକୁ ରାଜଭବନ ପକ୍ଷରୁ ପଢାଯାଉଛି ବୋଲି ଅଭିଯୋଗ ଆଣିଛନ୍ତି କଂଗ୍ରେସ ନେତା ।

ABOUT THE AUTHOR

...view details