ନୂଆଦିଲ୍ଲୀ: ଚୀନ ଠୁ ଚାନ୍ଦା ନେଇ ଏବେ ବିବାଦ ଘେରରେ କଂଗ୍ରେସ । ଗୃହମନ୍ତ୍ରଣାଳୟର ସ୍କାନରେ ରହିଛି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଚାଲୁଥିବା ରାଜୀବ ଗାନ୍ଧୀ ଫାଉଣ୍ଡେସନ ଟ୍ରଷ୍ଟର । ଏହାର ଯାଞ୍ଚ ନେଇ ଆଦେଶ ଦେଇଛି କେନ୍ଦ୍ର ଗୃହମନ୍ତ୍ରଣାଳୟ । ତେବେ ଏନେଇ ବିଜେପିର ଟାର୍ଗେଟ ପରେ କ୍ରୋଧାନ୍ବିତ ହୋଇପଡିଛି କଂଗ୍ରେସ । କଂଗ୍ରେସ ଏହାର ପାଲଟା ଯବାବ ଦେବାକୁ ଯାଇ ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଗଠନକୁ କରିଛି ଟାର୍ଗେଟ ।
ରାଜୀବ ଗାନ୍ଧୀ ଫାଉଣ୍ଡେସନ ପ୍ରସଙ୍ଗରେ କଡା ପ୍ରତିକ୍ରିୟା ଦେବା ସହ ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ । ଆରଏସଏସ, ବିବେକାନନ୍ଦ ଫାଉଣ୍ଡେସନ ଓ ଇଣ୍ଡିଆ ଫାଉଣ୍ଡେସନକୁ ବିଦେଶୀ ଫଣ୍ଡିଂକୁ ନେଇ ଦଳ ପ୍ରଶ୍ନ ଉଠାଇଛି । ତେବେ ଆରଏଏସକୁ ହେଉଥିବା ଡୋନେସନ ରାଜୀବ ଗାନ୍ଧୀ ଫାଉଣ୍ଡେସକୁ ଆସୁଥିବା ପାଣ୍ଠିଠାରୁ ଡେରଗୁଣା ଅଧିକ ବୋଲି ଦଳ ଅଭିଯୋଗ କରିଛି ଦଳ । ତେବେ ଦଳ ପକ୍ଷରୁ ଏପରି ଅଭିଯୋଗ ଏହି ସମୟରେ ଆସିଛି, ଯତେବେବେଳେ ଗୃହମନ୍ତ୍ରଣାଳୟ ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ପରିଚାଳିତ ରାଜୀବ ଗାନ୍ଧୀ ଫାଉଣ୍ଡେସନ ସମେତ ତିନୋଟି ଟ୍ରଷ୍ଟ ଯାଞ୍ଚ ନେଇ ପାଇଁ ଆଦେଶ ଦେଇସାରିଛନ୍ତି ।