ଓଡିଶା

odisha

By

Published : Mar 31, 2019, 10:57 PM IST

Updated : Mar 31, 2019, 11:18 PM IST

ETV Bharat / bharat

ସର୍ଜିକାଲ ଷ୍ଟ୍ରାଇକ କରିବ କଂଗ୍ରେସ; ଜାଣନ୍ତୁ, କେବେ ?

କଂଗ୍ରେସ ଅଧ୍ୟକ୍ଷ ରବିବାର ସର୍ଜିକାଲ ଷ୍ଟ୍ରାଇକକୁ ନେଇ ଦେଇଛନ୍ତି ଏକ ମନ୍ତବ୍ୟ । ଆମେ ମଧ୍ୟ ସର୍ଜିକାଲ ଷ୍ଟ୍ରାଇକ କରିବୁ । କିନ୍ତୁ ଏହି ଷ୍ଟ୍ରାଇକ ଦେଶର ଗରିବୀ ଶେଷ କରିବା ପାଇଁ କରାଯିବ ବୋଲି ସେ କହିଛନ୍ତି । ଏହାସହ ସେ କହିଛନ୍ତି ଯେ ଆମେ ଚାହୁଁଛୁ ଏକବିଂଶ ଶତାବ୍ଦୀରେ କେହି ମଧ୍ୟ ମାସିକ ୧୨ ହଜାରରୁ କମ ଆୟ ନ କରନ୍ତୁ ।

ଫାଇଲ ଫଟୋ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପାଇଁ ଜୋରାଦାର ପ୍ରଚାରରେ ଲାଗିଛନ୍ତି ରାଜନେତା । ଦେଶସାରା ବୁଲି ବୁଲି ନିଜ ଦଳ ପାଇଁ ମାଗୁଛନ୍ତି ଭୋଟ । ଏହାସହ ଦେଉଛନ୍ତି ପୁଳାଏ ପ୍ରତିଶ୍ରୁତିର ପୁଡିଆ । ଏହି କ୍ରମରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଘୋଷଣା କରୁଛନ୍ତି ଗୋଟିଏ ପରେ ଗୋଟିଏ ଯୋଜନା । କ୍ଷମତାକୁଫେରିଲେ କଂଗ୍ରେସ କାହିଁ କେତେଯୋଜନାକାର୍ଯ୍ୟକାରୀ କରିବବୋଲି ରାହୁଲ ଦେଉଛନ୍ତି ପ୍ରତିଶ୍ରୁତି।

ଅନ୍ୟପକ୍ଷେ କଂଗ୍ରେସ ଅଧ୍ୟକ୍ଷ ଆଜି ସର୍ଜିକାଲ ଷ୍ଟ୍ରାଇକକୁ ନେଇ ଦେଇଛନ୍ତି ଏକ ମନ୍ତବ୍ୟ । ଆମେ ମଧ୍ୟ ସର୍ଜିକାଲ ଷ୍ଟ୍ରାଇକ କରିବୁ, କିନ୍ତୁ ଏହି ଷ୍ଟ୍ରାଇକ ଦେଶର ଗରିବୀଶେଷ କରିବା ପାଇଁ କରାଯିବ ବୋଲି ସେ କହିଛନ୍ତି । ଏହା ସହ ସେ କହିଛନ୍ତି ଯେ କଂଗ୍ରେସ ଚାହୁଁଛି ଏକବିଂଶ ଶତାବ୍ଦୀରେ କେହି ମଧ୍ୟ ମାସିକ ୧୨ ହଜାରରୁ କମ ଆୟ ନ କରନ୍ତୁ ।

ରାହୁଲ ଆନ୍ଧ୍ରବାସୀଙ୍କୁ ଆଶ୍ବାସନା ଦେଇ କହିଛନ୍ତି ଯେ ଆଗାମୀ ଲୋକସଭା ନିର୍ବାଚନରେ ଆନ୍ଧ୍ର ପ୍ରଦେଶକୁ ବିଶେଷ ରାଜ୍ୟର ମାନ୍ୟତା ଦିଆଯିବ ଓ ଗରିବୀଉପରେ ସର୍ଜିକାଲ ଷ୍ଟ୍ରାଇକ ହେବ । ସର୍ବନିମ୍ନ ଆୟ ଗ୍ୟାରେଣ୍ଟି ଯୋଜନା (ନ୍ୟାୟ) ଅହିଂସାର ଅସ୍ତ୍ର ହେବ ଯାହା ଅତ୍ୟନ୍ତ ଗରିବ ଲୋକଙ୍କ ଉତଥାନ ପାଇଁ ଉପଯୋଗ କରାଯିବ ବୋଲି କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି ।

Last Updated : Mar 31, 2019, 11:18 PM IST

ABOUT THE AUTHOR

...view details