ଓଡିଶା

odisha

ETV Bharat / bharat

ଏସପିଜି ହଟିବା ପରେ ସୁରକ୍ଷା ଚିନ୍ତାରେ ପ୍ରିୟଙ୍କା ଗାନ୍ଧୀ - ଗାନ୍ଧୀ ପରିବାର ଠାରୁ ଏସପିଜି ସୁରକ୍ଷା ପ୍ରତ୍ୟାହାର

ଗାନ୍ଧୀ ପରିବାର ଠାରୁ ଏସପିଜି ହଟାଯିବା ପରେ ଏବେ ପ୍ରିୟଙ୍କା ଗାନ୍ଧୀଙ୍କ ସେଲଫି ନେବା ପାଇଁ କିଛି ଲୋକ ତାଙ୍କ ଘରେ ଧସେଇ ପଶିଥିଲେ । ଯାହା ତାଙ୍କର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

priyanka gandhis residence
ଏସପିଜି ହଟିବା ପରେ ସୁରକ୍ଷା ଚିନ୍ତାରେ ପ୍ରିୟଙ୍କା

By

Published : Dec 2, 2019, 8:15 PM IST

ନୂଆଦିଲ୍ଲୀ: ଗାନ୍ଧୀ ପରିବାର ଠାରୁ ଏସପିଜି ସୁରକ୍ଷା ପ୍ରତ୍ୟାହାର କରାଯିବା ପରେ ଏବେ ପ୍ରିୟଙ୍କା ଗାନ୍ଧୀଙ୍କ ସୁରକ୍ଷାକୁ ନେଇ ଏବେ ପ୍ରଶ୍ନ ଉଠିଛି । କିଛି ଲୋକ ତାଙ୍କ ସହ ସେଲଫି ନେବା ପାଇଁ ଦିଲ୍ଲୀସ୍ଥିତ ଲୋଧିରୋଡରେ ଥିବା ତାଙ୍କର ବାସଭବନରେ ଧସେଇ ପଶିଛନ୍ତି ।

ଗତ 25 ତାରିଖରେ ଏହି ଘଟଣା ଘଟିଥିବା ବେଳେ ପ୍ରିୟଙ୍କା ଗାନ୍ଧୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ସିଆରପିଏଫକୁ ଜଣାଇ ଦିଆଯାଇଛି । ଏ ସମ୍ପର୍କରେ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଛି ସିଆରପିଏଫ । ସୁରକ୍ଷା ବ୍ୟବସ୍ଥାରେ ସିଆରପିଏଫ ପକ୍ଷରୁ ଢିଲା କରାଯାଇଥିବାରୁ ଏପରି ହୋଇଥିବା ପ୍ରିୟଙ୍କା ଗାନ୍ଧୀଙ୍କ ଅଫିସ ତରଫରୁ କୁହାଯାଇଛି ।

ଏକ କଳା ରଙ୍ଗର ସ୍କର୍ପିଓ ଗାଡିରେ ତିନି ଜଣ ମହିଳା ଓ ଦୁଇ ଜଣ ଯୁବକ ବିନା କୌଣସି ଆପୋଏଟମେଣ୍ଟରେ ପ୍ରିୟଙ୍କା ଗାନ୍ଧୀଙ୍କ ବାସଭବନକୁ ଧସେଇ ପସିଥିଲେ । ସେମାନେ ସେଲଫି ନେବା ପାଇଁ ସେଠାକୁ ଯାଇଥିଲେ ।

ନିକଟରେ ଗୃହ ମନ୍ତ୍ରଣାଳୟର ନିଷ୍ପତ୍ତି ଅନୁସାରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ଠାରୁ ଏସପିଜି ସୁରକ୍ଷା ପ୍ରତ୍ୟାହାର କରାଯାଇଥିଲା । ଏବେ ଗାନ୍ଧୀ ପରିବାରକୁ ସିଆରପିଏଫ ପକ୍ଷରୁ Z ପ୍ଲସ ସୁରକ୍ଷା ଦିଆଯାଉଛି ।

ABOUT THE AUTHOR

...view details