ଓଡିଶା

odisha

ETV Bharat / bharat

ଗୋଆ ମୁଖ୍ୟମନ୍ତ୍ରୀ ଦୌଡରେ ପ୍ରମୋଦ ସାୱନ୍ତ, ସରକାର ଗଠନ ପାଇଁ କଂଗ୍ରେସର ଦାବି - GOA CM

ପାରିକରଙ୍କ ମୃତ୍ୟୁ ହେବାର ଦିନଟିଏ ନପୁରୁଣୁ ଗୋଆରେ ସରକାର ଗଢିବାକୁ ଦାବି ଉଠାଇଛି ବିରୋଧୀ କଂଗ୍ରେସ ପାର୍ଟି । ରାଜ୍ୟପାଳ ମୃଦୁଳା ସିହ୍ନାଙ୍କୁ ଦେଇଥିବା ଚିଠିରେ କଂଗ୍ରେସ ଦାବି କରିଛି ଯେ ପାରିକର ମୁଖ୍ୟମନ୍ତ୍ରୀ ହେବେ ବୋଲି ସର୍ତ୍ତ ରଖାଯାଇ ଗୋଆରେ ମେଣ୍ଟ ସରକାର ଗଠିତ ହୋଇଥିଲା । ତାଙ୍କ ମୃତ୍ୟୁ ପରେ ବିଜେପିର ମେଣ୍ଟ ନାହିଁ ।

ଫାଇଲ ଫଟୋ

By

Published : Mar 18, 2019, 2:41 PM IST

ପାଣାଜୀ: କ୍ୟାନ୍ସରରେ ଗତକାଲି ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କର ମୃତ୍ୟୁ ହୋଇଥିଲା । ଆଜି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବାକୁ ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରେ ଯୋଗ ଦେବେ ବୋଲି ଜଣାପଡିଛି । ଆଉ ଅଳ୍ପ ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ଗୋଆରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ଲୋକଙ୍କ ଶେଷ ଦର୍ଶନ ପାଇଁ ଗୋଆ ଅଫିସରେ ପାରିକରଙ୍କ ପାର୍ଥିବ ଶରୀର ରଖାଯାଇଛି ।

ତେବେ ପାରିକରଙ୍କ ଉତ୍ତରାଧିକାରୀ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ବରିଷ୍ଠ ବିଜେପି ନେତୃବୃନ୍ଦ ପାରିକରଙ୍କ ଶେଷକୃତ୍ୟରେ ଯୋଗ ଦେବାକୁ ଥିବାବେଳେ ଏହି ଅବସରରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଚୂଡାନ୍ତ ନାମ ଉପରେ ମୋହର ମାରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏହି ଦୌଡରେ ସର୍ବାଗ୍ରେ ଅଛନ୍ତି ଗୋଆ ବିଧାନସଭା ବାଚସ୍ପତି ତଥା ବିଜେପିର ଟାଣୁଆ ନେତା ପ୍ରମୋଦ ସାୱନ୍ତ । ପାରିକରଙ୍କ ପରେ ଏବେ ସେ ଗୋଆ ମୁଖ୍ୟମନ୍ତ୍ରୀ ହେବେ ବୋଲି ସୂଚନା ମିଳିଛି ।

ତେବେ ପାରିକରଙ୍କ ମୃତ୍ୟୁ ହେବାର ଦିନଟିଏ ନପୁରୁଣୁ ଗୋଆରେ ସରକାର ଗଢିବାକୁ ଦାବି ଉଠାଇଛି ବିରୋଧୀ କଂଗ୍ରେସ ପାର୍ଟି । ରାଜ୍ୟପାଳ ମୃଦୁଳା ସିହ୍ନାଙ୍କୁ ଦେଇଥିବା ଚିଠିରେ କଂଗ୍ରେସ ଦାବି କରିଛି ଯେ ପାରିକର ମୁଖ୍ୟମନ୍ତ୍ରୀ ହେବେ ବୋଲି ସର୍ତ୍ତ ରଖାଯାଇ ଗୋଆରେ ମେଣ୍ଟ ସରକାର ଗଠିତ ହୋଇଥିଲା । ତାଙ୍କ ମୃତ୍ୟୁ ପରେ ବିଜେପିର ମେଣ୍ଟ ନାହିଁ । ପାରିକରଙ୍କ ଦୁଃଖଦ ବିୟୋଗ ଯୋଗୁଁ କଂଗ୍ରେସ ଗଭୀର ଶୋକ ପ୍ରକାଶ କରୁଛି । ତେବେ ସୁରୁଖୁରୁରେ କ୍ଷମତା ପରିବର୍ତ୍ତନ ଓ ହସ୍ତାନ୍ତର କରାଇବା ଲାଗି ରାଜ୍ୟପାଳଙ୍କୁ ଦଳ ଅନୁରୋଧ କରିଛି ।

ଏହାସହ ଚିଠିରେ କଂଗ୍ରେସ କହିଛି ଯେ ରାଜ୍ୟରେ ବର୍ତ୍ତମାନ କଂଗ୍ରେସ ଏକକ ସଂଖ୍ୟା ଗରିଷ୍ଠ ଦଳ ହୋଇଥିବାରୁ ପରବର୍ତ୍ତୀ ସରକାର ଗଠନ କରିବାକୁ ଦଳକୁ ଆମନ୍ତ୍ରଣ କରାଯିବା ଉଚିତ । ଏପରି ଲେଖିବା ସହ ସରକାର ଗଢିବା ପାଇଁ କଂଗ୍ରେସ ଚିଠିରେ ଦାବି ଉଠାଇଛି ।

ABOUT THE AUTHOR

...view details