ଓଡିଶା

odisha

ETV Bharat / bharat

ମୋଦି ସରକାରଙ୍କୁ ସହଯୋଗ କରିବ କଂଗ୍ରେସ - pm-modi

ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ବିତୀୟ ପାଳି ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଭାରତର ପ୍ରଗତି ଓ ବିକାଶ ପାଇଁ ନୂଆ ସରକାରଙ୍କୁ ସହଯୋଗର ହାତ ବଢାଇଛି କଂଗ୍ରେସ ।

ଫାଇଲ ଫଟୋ

By

Published : May 31, 2019, 10:26 AM IST

ନୂଆଦିଲ୍ଲୀ: ଆରମ୍ଭ ହେଲା ମୋଦିଙ୍କ ଦ୍ବିତୀୟ ଇନିଂସ । ଏହି ଅବସରରେ ମୋଦିଙ୍କ ପାଇଁ ଦେଶ ବିଦେଶରୁ ଶୁଭେଚ୍ଛାର ସୁଅ ଛୁଟୁଛି । ତେବେ ଏଥିରୁ ପଛାଇ ଯାଇନାହିଁ ଦେଶର ପ୍ରମୁଖ ବିରେଧୀ ଦଳ କଂଗ୍ରେସ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ବିତୀୟ ପାଳି ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛି । ଏହା ସହିତ ଭାରତର ପ୍ରଗତି ଓ ବିକାଶ ପାଇଁ ନୂଆ ସରକାରଙ୍କୁ ସହଯୋଗର ହାତ ବଢାଇଛି କଂଗ୍ରେସ ।

ଫଟୋ ସୌଜନ୍ୟ: ଟ୍ବିଟର

ନୂଆ ସରକାରଙ୍କ ଶପଥ ଗ୍ରହଣ ସମାରୋହ ସମୟରେ କଂଗ୍ରେସ ଟ୍ବିଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ନୂଆ କ୍ୟାବିନେଟର ମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛି। ଭାରତ ଏବଂ ତାର ନାଗରିକଙ୍କ ପ୍ରଗତି ଓ ବିକାଶ ପାଇଁ ଆମେ ମିଳିତ ଭାବରେ କାମ କରିବାକୁ ପ୍ରସ୍ତୁତ ଅଛୁ ବୋଲି ଟ୍ବିଟରେ କହିଛି କଂଗ୍ରେସ ।

ସୂଚନା ଯୋଗ୍ୟ ଯେ, ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ସାମିଲ ଥିଲେ ।

For All Latest Updates

ABOUT THE AUTHOR

...view details