ଓଡିଶା

odisha

By

Published : May 6, 2020, 4:59 PM IST

ETV Bharat / bharat

ଅର୍ଥନୈତିକ ସଙ୍କଟ: ସ୍ବତନ୍ତ୍ର ପ୍ୟାକେଜ ଦାବି କଲେ କଂଗ୍ରେସ ଶାସିତ ରାଜ୍ୟ

କଂଗ୍ରେସ ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଆଲୋଚନା କରିଛନ୍ତି । ବୁଧବାର ମଧ୍ୟାହ୍ନରେ ଏହି ବୈଠକ ଅନୁଷ୍ଠିତ ହୋଇଛି । COVID-19 ସଙ୍କଟ କାରଣରୁ ରାଜ୍ୟ ଗୁଡିକ କୋଟି କୋଟି ଟଙ୍କା ରାଜସ୍ବ ହରାଇଥିବାରୁ ତୁରନ୍ତ ଆର୍ଥିକ ସହାୟତା ଆବଶ୍ୟକ କରୁଥିବା ଏହି ବୈଠକରେ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ କହିଛନ୍ତି । ଅଧିକ ପଢନ୍ତୁ...

Congress CMs urge Centre for stimulus packages to combat economic fallout of COVID-19 crisis
ଅର୍ଥନୈତିକ ସଙ୍କଟ: ସ୍ବତନ୍ତ୍ର ପ୍ୟାକେଜ ଦାବି କଲେ କଂଗ୍ରେସ ଶାସିତ ରାଜ୍ୟ

ନୂଆଦିଲ୍ଲୀ: କଂଗ୍ରେସ ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଆଲୋଚନା କରିଛନ୍ତି । ବୁଧବାର ମଧ୍ୟାହ୍ନରେ ଏହି ବୈଠକ ଅନୁଷ୍ଠିତ ହୋଇଛି । COVID-19 ସଙ୍କଟ କାରଣରୁ ରାଜ୍ୟ ଗୁଡିକ କୋଟି କୋଟି ଟଙ୍କା ରାଜସ୍ବ ହରାଇଥିବାରୁ ତୁରନ୍ତ ଆର୍ଥିକ ସହାୟତା ଆବଶ୍ୟକ କରୁଥିବା ଏହି ବୈଠକରେ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ କହିଛନ୍ତି ।

କୋରୋନା ଓ ଲକଡାଉନ ସ୍ଥିତି ସଂପର୍କରେ ଆଲୋଚନା ପାଇଁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ଡ. ମନମୋହନ ସିଂ, ରାହୁଲ ଗାନ୍ଧୀଙ୍କ ସମେତ ଅନ୍ୟ ନେତାମାନେ ଉପସ୍ଥିତ ଥିଲେ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ କହିଛନ୍ତି ଯେ, ରାଜ୍ୟଗୁଡିକ ପୂର୍ବରୁ କୋଟି କୋଟି ଟଙ୍କା ହରାଇଥିବାରୁ ସ୍ବତନ୍ତ୍ର ପ୍ୟାକେଜ ଆବଶ୍ୟକ କରୁଛନ୍ତି । ସେହିପରି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଗେଲ କେନ୍ଦ୍ରରୁ ତୁରନ୍ତ ଆର୍ଥିକ ସହାୟତା ପାଇଁ ଦାବି କରିଛନ୍ତି ।

ବାଗେଲ କହିଛନ୍ତି, ‘ ସ୍ବତନ୍ତ୍ର ପ୍ୟାକେଜ ଦିଆ ଯାଉନାହିଁ, ଦିଆ ନଗଲେ ରାଜ୍ୟ ଓ ଦେଶ କିପରି ଚାଲିବ? ଆମେ 10ହଜାର କୋଟି ଟଙ୍କାର ରାଜସ୍ବ ହରାଇଛୁ । ରାଜ୍ୟଗୁଡିକ ସ୍ବତନ୍ତ୍ର ପ୍ୟାକେଜ ପାଇଁ ବାରମ୍ବାର ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ହେଲେ ଏପର୍ଯ୍ୟନ୍ତ ଭାରତ ସରକାରଙ୍କ ଠାରୁ କୌଣସି ପଦକ୍ଷେପ ନିଆଯାଇନାହିଁ । ’ମୁଖ୍ୟମନ୍ତ୍ରୀ ବାଗେଲ ପୁଣି କହିଛନ୍ତି, ‘ରାଜ୍ୟଗୁଡିକ ଏକ ଭୟଙ୍କର ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି । ସେମାନଙ୍କୁ ତୁରନ୍ତ ସହାୟତା ଯୋଗାଇ ଦିଆଯିବା ଆବଶ୍ୟକ । ଛତିଶଗଡ ହେଉଛି ଗୋଟିଏ ରାଜ୍ୟ ଯେଉଁଠାରେ 80% କ୍ଷୁଦ୍ର ଶିଳ୍ପ ପୁନଃ କାର୍ଯ୍ୟକ୍ଷମ ହୋଇଛି ଓ ପ୍ରାୟ 85ହଜାର କର୍ମଚାରୀ କାମକୁ ଫେରିଛନ୍ତି ।’

ଦଳର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ ଦାବି କରିଛନ୍ତି ଯେ, ‘ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ଆର୍ଥିକ ସଂଘର୍ଷ କରୁଥିବା ରାଜ୍ୟମାନଙ୍କୁ ଟଙ୍କା ଆବଣ୍ଟନ କରୁନାହାନ୍ତି । ଅନେକ ଗଣମାଧ୍ୟମ ରାଜ୍ୟମାନଙ୍କର ଆର୍ଥିକ ସ୍ଥିତିକୁ ଆଗକୁ ଆଣିଛନ୍ତି । ତେଣୁ ସରକାର ଏଥିପାଇଁ ସ୍ବତନ୍ତ୍ର ଦୃଷ୍ଟି ଦିଅନ୍ତୁ । ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଯେଉଁ ମାନଦଣ୍ଡ ଉପରେ ସରକାର ବିଭିନ୍ନ ଜୋନ ବିଭକ୍ତ କରୁଛନ୍ତି ତାହା ଉପରେ ପ୍ରଶ୍ନ କରିଛନ୍ତି ।

ସିଂହ କହିଛନ୍ତି, ‘ଆମେ ଦୁଇଟି କମିଟି ଗଠନ କରିଛୁ । ଗୋଟିଏ ଲକଡାଉନରୁ କିପରି ବାହାରକୁ ଆସିବ ସେନେଇ ରଣନୀତି ପ୍ରସ୍ତୁତ କରିବ । ଏହା ସହ ଅନ୍ୟଟିରେ ଅର୍ଥନୈତିକ ସ୍ଥିତାବସ୍ଥା ଫେରାଇ ଆଣିବାକୁ ଉଦ୍ୟମ କରାଯିବ ।’ ଯାହା ବର୍ତ୍ତମାନ ସମୟରେ ଚିନ୍ତାର ବିଷୟ ବୋଲି ସେ ଉଲ୍ଲେଖ କରିଛନ୍ତି । ସେହିପରି ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଜୋନ ସ୍ଥିର କରିବା ପୂର୍ବରୁ କେନ୍ଦ୍ର କୌଣସି ରାଜ୍ୟ ସହ ପରାମର୍ଶ କରିନଥିବା କଥା ପ୍ରକାଶ କରିଛନ୍ତି ।

ବିଭିନ୍ନ ସ୍ଥାନ ମାନଙ୍କରେ କୋରୋନା ମାମଲା ଗୁଡ଼ିକର ବିପଦର ତୀବ୍ରତାକୁ ଆଧାର କରି କେନ୍ଦ୍ର ସରକାର ରେଡ, ଗ୍ରୀନ ଓ କମଳା ଜୋନରେ ବିଭକ୍ତ କରିଛନ୍ତି । ଏହି ଜୋନ ଗୁଡିକର ତାଲିକା କେନ୍ଦ୍ର ଦ୍ବାରା ସାପ୍ତାହିକ ଭିତ୍ତିରେ କିମ୍ବା ଆବଶ୍ୟକତା ଅନୁଯାୟୀ ଅପଡେଟ କରାଯିବ ବୋଲି କୁହାଯାଇଛି । ତୃତୀୟ ପର୍ଯ୍ୟାୟରେ ଲକଡାଉନ ମେ 4 ତାରିଖ ଠାରୁ ଆରମ୍ଭ ହୋଇଥିବା ବେଳେ କେତେକ ସ୍ଥାନରେ କଟକଣାକୁ କୋହଳ କରାଯାଇଛି ।

@ANI

ABOUT THE AUTHOR

...view details