ଓଡିଶା

odisha

ETV Bharat / bharat

'୨୦୧୯ ମହାସମର ପରେ ସିନେମାରେ ଡେବ୍ୟୁ କରିବେ ମୋଦି ' - BJP

ଛଳ, ଡ୍ରାମା ଓ ନାଟକରେ ଭରପୂର ମୋଦି ସରକାରଙ୍କ ଯିବା ସମୟ ଆସିଯାଇଛି ବୋଲି କଂଗ୍ରେସ ପ୍ରବକ୍ତା କହିଛନ୍ତି । ଏହାସହ ସେ କହିଛନ୍ତି ଯେ, ମୋଦିଜୀ ନିଜ ପ୍ରତିଶ୍ରୁତି ମଧ୍ୟ ଭୁଲି ଯାଇଛନ୍ତି । ଯେଉଁ ପ୍ରତିଶ୍ରୁତି ୨୦୧୭ ଫେବୃଆରୀ ୪ରେ ଏଠାକାର ଚାଷୀଙ୍କୁ କରିଥିଲେ ଆଜି ସମଗ୍ର ଦେଶର ଆଖୁ ଚାଷୀଙ୍କ ପ୍ରାୟ ୨୦ ହଜାର କୋଟି ଟଙ୍କା ବକେୟା ପଡିଛି ।

ଫାଇଲ ଫଟୋ

By

Published : Mar 28, 2019, 9:20 PM IST

ନୂଆଦିଲ୍ଲୀ: ୨୦୧୯ର ମହାସମର ଜିତିବା ପାଇଁ ପିଏମ ନରେନ୍ଦ୍ର ମୋଦି ଆଜି ଆରମ୍ଭ କରିଛନ୍ତି ନିର୍ବାଚନୀ ପ୍ରଚାର । ଏହି ପ୍ରଚାରଆରମ୍ଭରୁ ହିଁ ମୋଦି କଂଗ୍ରେସ ଉପରେ ଜୋରଦାର ବର୍ଷିଛନ୍ତି । ଅନ୍ୟପକ୍ଷେ ଏହାର ପାଲଟା ଜବାବଦେବାରେ ଟିକେ ମଧ୍ୟ ବିଲମ୍ବ କରିନାହିଁ କଂଗ୍ରେସ । ଆଜି ଆମେ ମେରଟର ଚାଷୀଙ୍କ ଐତିହାସିକ ଭୂମିରେ ଛଳ, କପଟ ଓ ଡ୍ରାମା ଦେଖିଛୁ । ଏମିତି ଲାଗୁଛି ପିଏମ ମୋଦି ୨୦୧୯ର ନିର୍ବାଚନ ହାରିବା ପରେସିନେମା ଜଗତରେପାଦ ଥାପିବା ନେଇ କଟାକ୍ଷ କରିଛନ୍ତି କଂଗ୍ରେସ ପ୍ରବକ୍ତା ରଣଦୀପ ସୁରଜେୱାଲା।

ସେ ଆହୁରି କହିଛନ୍ତି ଯେ ଛଳ, ଡ୍ରାମା ଓ ନାଟକରେ ଭରପୂର ମୋଦି ସରକାରଙ୍କ ଯିବା ସମୟ ଆସିଯାଇଛି । ମୋଦିଜୀ ନିଜ ପ୍ରତିଶ୍ରୁତି ଭୁଲି ଯାଇଛନ୍ତି। ଯେଉଁ ପ୍ରତିଶ୍ରୁତି ୨୦୧୭ ଫେବୃଆରୀ ୪ରେ ଏଠାକାର ଚାଷୀଙ୍କୁ କରିଥିଲେ । ଆଜି ସମଗ୍ର ଦେଶର ଆଖୁ ଚାଷୀଙ୍କ ପ୍ରାୟ ୨୦ ହଜାର କୋଟି ଟଙ୍କାବକେୟା ପଡିଛି । କେବଳ ୟୁପିରେ ୧୦ ହଜାର ୭୪ କୋଟି ଟଙ୍କାର ବକେୟା ରହିଛି । ୨୦୧୭ ଏପ୍ରିଲ ପରେ ଚିନିମିଲରୁ ସବ୍ସିଡି ଚିନିକ୍ରୟ କରାଯାଉଥିଲା । ତାହା ମଧ୍ୟ ବନ୍ଦ କରାଯାଇଛି । ମିଛ କହିବା ପୂର୍ବରୁ ଏହା ଉପରେ ଟିକେ ଚର୍ଚ୍ଚା କରିଥିଲେ ଭଲ ହୁଅନ୍ତା ବୋଲି ସୁର୍ଜେୱାଲା କହିଛନ୍ତି ।

ପ୍ରଥମର ସର୍ବନିମ୍ନ ଆୟ ଗ୍ୟାରେଣ୍ଟ(ନ୍ୟାୟ) ଯୋଜନାକୁ ସମାଲୋଚନା କରି ଗରିବଙ୍କୁ ଉପହାସ କରିଛନ୍ତି ମୋଦି । ବିମୁଦ୍ରୀକରଣ ବେଳେ ତାଲି ମାରି ମାରି ଦେଶର ଗରିବ ଜନତାଙ୍କୁ ଉପହାସ କରାଯାଇଥିଲା । ଏଥିପାଇଁ ଦେଶବାସୀ କ୍ଷମା କରିବେ ନାହିଁ । ଆପଣ କଂଗ୍ରେସକୁ ଗାଲି କରନ୍ତୁ କିନ୍ତୁ ଗରିବଙ୍କୁଉପହାସ କରନ୍ତୁ ନାହିଁ ବୋଲି କଂଗ୍ରେସ ପ୍ରବକ୍ତା କହିଛନ୍ତି ।

ABOUT THE AUTHOR

...view details