ଓଡିଶା

odisha

ETV Bharat / bharat

ଦେଶ ସଂକଟ ବେଳେ ମଧ୍ୟ କଂଗ୍ରେସର ରାଜନୀତି; ସହଯୋଗ ବଦଳରେ ଉଠାଇଛି ପ୍ରଶ୍ନ ! - କଂଗ୍ରେସର ରାଜନୀତି

ସାରା ଦେଶ ମହାମାରୀ କୋରୋନାର ମୁକାବିଲା କରୁଛି । ସରକାର କୋରୋନା ମୁକାବିଲା ପାଇଁ ଅହରାତ୍ରୋ କାର୍ଯ୍ୟ କରୁଛନ୍ତି । ଦେଶର ସଂକଟ ବେଳେ ସାରା ଦେଶବାସୀ ଏକାଠି ହୋଇଛନ୍ତି । କିନ୍ତୁ ଏହି ଘଡସନ୍ଧି ସମୟରେ ମଧ୍ୟ ସୁଯୋଗ ଦେଖି ରାଜନୀତି କରିବାକୁ କଂଗ୍ରେସ ପଛାଉ ନାହିଁ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

congress attacks modi government
congress attacks modi government

By

Published : Mar 25, 2020, 9:14 PM IST

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ କୋରୋନା ମହାମାରୀ ସଂକଟ ସୃଷ୍ଟି କରିଛି । କେନ୍ଦ୍ରରୁ ରାଜ୍ୟ ପର୍ଯ୍ୟନ୍ତ ଲକଡାଉନକୁ ସଫଳ କରିବା ପାଇଁ ଲଗାତାର ପ୍ରୟାସ କରାଯାଉଛି । ହେଲେ ଏହାରି ଭିତରେ କଂଗ୍ରେସ ମୋଦି ସରକାରଙ୍କ ଉପରେ ବିଫଳତାର ବଡ ଅଭିଯୋଗ ଆଣିଛି । ଦଳ ଅଭିଯୋଗ କରିଛି କେନ୍ଦ୍ର ସରକାର କୋରୋନା ବିରୋଧରେ ପଦକ୍ଷେପ ନେବାରେ ବହୁତ ବିଳମ୍ବ କରିଛନ୍ତି ।

ସୌଜନ୍ୟ: @INCIndia

କଂଗ୍ରେସ ନିଜ ଟ୍ବିଟର ହ୍ୟାଣ୍ଡେଲରେ ଲେଖିଛି ବିଜେପି ସରକାର କୋରୋନା ବିରୋଧରେ ଲଢିବା ପାଇଁ ବହୁତ ବିଳମ୍ବ କରିଛି । ଏବେ ଦେଶର ସମ୍ମୁଖରେ ଆର୍ଥିକ ସମସ୍ୟା ଉଭା ହୋଇଛି । ଆମକୁ ବିଶ୍ବାସ ଅଛି ଭୁଲ ଦ୍ବିତୀୟ ଥର ହେବ ନାହିଁ । ବିରୋଧୀ ଆହୁରି ଅଭିଯୋଗ କରିଛନ୍ତି ବିଶ୍ବର ଅନେକ ରାଷ୍ଟ୍ର ମହାମାରୀ କୋରୋନାରୁ ମୁକ୍ତି ପାଇଁ ଓ ଜନତାଙ୍କୁ ସୁରକ୍ଷା ଦେବାପାଇଁ ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ ଦେଇଛନ୍ତି । କଂଗ୍ରେସ ସରକାରଙ୍କୁ ପ୍ରସ୍ତାବ ଦେଇଛି ବର୍ତ୍ତମାନ ଦେଶର ସ୍ଥିତି ଯାହା ନ୍ୟାୟ ଯୋଜନା ଭଳି ଯୋଜନା ଆଣିବାକୁ ପଡିବ । ଯଦ୍ବାରା ଲୋକଙ୍କୁ ସିଧାସଳଖ ଆର୍ଥିକ ସହାୟତ ମିଳିପାରିବ । ଏଠାରେ ସୂଚନାଯୋଗ୍ୟଯେ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ପାର୍ଟି ନିର୍ବାଚନୀ ଇସ୍ତାହାରରେ ନ୍ୟାୟ ଯୋଜନା ଆଣିବାକୁ ଘୋଷଣା କରିଥିଲା । ଏହି ଯୋଜନା ମାଧ୍ୟାମରେ ଦେଶର ଲୋକଙ୍କୁ ପ୍ରତ୍ୟେକ ବର୍ଷ 72 ହଜାର ଟଙ୍କା ଆର୍ଥିକ ସହାୟତ ଦେବାକୁ କଂଗ୍ରେସ ଘୋଷଣା କରିଥିଲା ।

କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରି କହିଛି କେନ୍ଦ୍ର ସରକାରଙ୍କ ପାଖରେ ବର୍ତ୍ତମାନ ସ୍ଥିତିରେ ଦେଶର ଡାକ୍ତର, କିଶାନ, ଗରିବ ଓ ଜନତାଙ୍କୁ ସହାୟତା ଓ ସୁରକ୍ଷା ଦେବାପାଇଁ କୌଣସି ଯୋଜନା ଅଛି କି? ଯଦି ଅଛି କଣ ? ତାହା ଦେଶ ସମ୍ମୁଖରେ ରଖିବା ପାଇଁ ସରକାରଙ୍କୁ ଆହ୍ବାନ ଦେଇଛି ।

ସୂଚନାଯୋଗ୍ୟଯେ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ରାଷ୍ଟ୍ରକୁ ସମ୍ବୋଧନ କରିଥିଲେ । ଯେଉଁଥିରେ କୋରୋନା ମୁକାବିଲା ପାଇଁ 15 ହଜାର କୋଟିର ପ୍ୟାକେଜ ଘୋଷଣା କରିଥିଲେ । ଏସବୁ ସତ୍ବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କୋରୋନାକୁ ନେଇ ଲଗାତାର ସରକାରଙ୍କୁ ସମାଲୋଚନା କରିଆସୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details