ଓଡିଶା

odisha

ETV Bharat / bharat

ଝାଡଖଣ୍ଡ ବିଧାନସଭା ନିର୍ବାଚନ: 3 ଆସନରେ କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା - ଝାଡ଼ଖଣ୍ଡରେ କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା

ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ରବିବାର କଂଗ୍ରେସ 3 ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହାପୂର୍ବରୁ କଂଗ୍ରେସ ଦୁଇଟି ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି । ଝାଡଖଣ୍ଡର ୮୧ ଆସନ ବିଶିଷ୍ଟ ବିଧାନସଭା ପାଇଁ ୫ଟି ପର୍ଯ୍ୟାୟରେ ଭୋଟିଂ ହେବ ।

ଝାଡଖଣ୍ଡ ବିଧାନସଭା ନିର୍ବାଚନ: 3 ଆସନରେ କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା

By

Published : Nov 18, 2019, 5:04 AM IST

ରାଞ୍ଚି: ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ରବିବାର କଂଗ୍ରେସ 3ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ପ୍ରେସ ରିଲିଜ କରି ଏହି ତାଲିକା ପ୍ରକାଶ କରିଛି । ଏଥିରେ ଜଗନ୍ନାଥପୁର ସିଟ ପାଇଁ କଂଗ୍ରେସ ସୋନା ରାମ ସିଙ୍କୁଙ୍କୁ ପ୍ରାର୍ଥୀ କରିଛି । ସେହିପରି କାଙ୍କେ ବିଧାସଭା ଆସନ ପାଇଁ ସୁରେଶ ବୈଠାଙ୍କୁ ଦଳ ଟିକେଟ ପ୍ରଦାନ କରିଛି । ଅନ୍ୟପଟେ ମାଣ୍ଡର ସିଟ୍‌ରୁ ଶ୍ରୀ ସନ୍ନି ଟୋପେଙ୍କୁ କଂଗ୍ରେସ ନିର୍ବାଚନ ମୈଦାନକୁ ଓହ୍ଲାଇଛି ।

ଝାଡଖଣ୍ଡ ବିଧାନସଭା ନିର୍ବାଚନ: 3 ଆସନରେ କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା

ଏହାପୂର୍ବରୁ କଂଗ୍ରେସ ଦୁଇଟି ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି । ରାଜ୍ୟର ହାଇପ୍ରୋଫାଇଲ ଜାମସେଦପୁର ସିଟରେ ପାର୍ଟିର ମୁଖପାତ୍ର ଗୌରବ ବଲ୍ଲଭଙ୍କୁ ଦଳ ଟିକେଟ ଦେଇଛି । ସେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ବିରୋଧରେ ନିର୍ବାଚନ ଲଢିବେ । ପୂର୍ବରୁ 81ଟି ଆସନରୁ ପ୍ରଥମ ପର୍ଯ୍ୟାୟରେ ଦଳ 5ଟି ବିଧାନସଭା ଓ ଦ୍ବିତୀୟ ପର୍ଯ୍ୟାୟରେ 19ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା । ଏହାପରେ ଶନିବାର 2ଟି ଆସନ ପାଇଁ ରବିବାର ଦଳ 3ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ।

ଚଳିତ ନିର୍ବାଚନରେ କଂଗ୍ରେସ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା(JMM) ଓ ରାଷ୍ଟ୍ରୀୟ ଜନତା ଦଳ(RJD) ସହ ମେଣ୍ଟ କରି ନିର୍ବାଚନ ଲଢୁଛି । ସିଟ୍‌ ବୁଝାମଣା ଅନୁସାରେ 81 ସିଟ୍‌ ବିଶିଷ୍ଟ ବିଧାନସଭା ଆସନରେ ଜେଏମଏମ୍‌ 43, କଂଗ୍ରେସ 31 ଓ ଆରଜେଡି 7ଟି ସିଟ୍‌ରେ ନିର୍ବାଚନ ଲଢିବେ ।

ଏଠାରେ ସୂଚନା ଯୋଗ୍ୟ ଯେ ଝାଡଖଣ୍ଡର ୮୧ ଆସନ ବିଶିଷ୍ଟ ବିଧାନସଭା ପାଇଁ ୫ଟି ପର୍ଯ୍ୟାୟରେ ଭୋଟିଂ ହେବ। ପ୍ରଥମେ ପର୍ଯ୍ୟାୟ ପାଇଁ ଭୋଟିଂ ନଭେମ୍ବର ୩୦ରେ ହେବାକୁ ଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ ପାଇଁ ଡିସେମ୍ବର ୭, ତୃତୀୟ ପର୍ଯ୍ୟାୟ ପାଇଁ ଡିସେମ୍ବର ୧୨, ୪ର୍ଥ ପର୍ଯ୍ୟାୟ ପାଇଁ ୧୬ ଓ ଶେଷ ପର୍ଯ୍ୟାୟ ପାଇଁ ୨୦ ତାରିଖରେ ଭୋଟିଂ ହେବ । ସେହିପରି ୨୩ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

ABOUT THE AUTHOR

...view details