ରାଞ୍ଚି: ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ସୋମବାର କଂଗ୍ରେସ ଦ୍ବିତୀୟ ପର୍ଯ୍ୟାୟରେ 19 ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ରବିବାର କଂଗ୍ରେସ 5ଟି ସିଟ୍ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା।
ଝାଡଖଣ୍ଡ ବିଧାନସଭା ନିର୍ବାଚନ: 19ଟି ଆସନରେ କଂଗ୍ରେସର ପ୍ରାର୍ଥୀ ଘୋଷଣା - ଝାଡଖଣ୍ଡରେ କଂଗ୍ରେସର ପ୍ରାର୍ଥୀ ତାଲିକା
ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ସୋମବାର କଂଗ୍ରେସ ଦ୍ବିତୀୟ ପର୍ଯ୍ୟାୟରେ 19ଟି ବିଧାନସଭା ଆସନ ପାଇଁ ଦଳୀୟ ପ୍ରାର୍ଥୀ ଘୋଷଣା କରିଛି। ରବିବାର କଂଗ୍ରେସ 5ଟି ସିଟ୍ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା।
ରବିବାର ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ପ୍ରେସ ରିଲିଜ କରି ଏହି ତାଲିକା ପ୍ରକାଶ କରିଛି । ଝାଡଖଣ୍ଡର ମୋଟ 81ଟି ଆସନରୁ ପ୍ରଥମ ପର୍ଯ୍ୟାୟରେ ଦଳ ମାତ୍ର 5ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା । ଏହାପରେ ସୋମବାର ଦଳ ଆହୁରି 19ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଅନ୍ୟପଟେ ରବିବାର 81ଟି ଆସନରୁ ବିଜେପି 52ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିଥିଲା।
ନଭେମ୍ବର 1 ତାରିଖରେ ଝାଡଖଣ୍ଡର ୮୧ ଆସନ ବିଶିଷ୍ଟ ବିଧାନସଭା ପାଇଁ ୫ଟି ପର୍ଯ୍ୟାୟରେ ଭୋଟିଂ ହେବା ନେଇ ମୁଖ୍ୟ ନିର୍ବାଚନ ଆୟୋଗ ସୁନୀଲ ଅରୋରା ଘୋଷଣା କରିଥିଲେ । ପ୍ରଥମେ ପର୍ଯ୍ୟାୟ ପାଇଁ ଭୋଟିଂ ନଭେମ୍ବର ୩୦ରେ ହେବାକୁ ଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ ପାଇଁ ଡିସେମ୍ବର ୭, ତୃତୀୟ ପର୍ଯ୍ୟାୟ ପାଇଁ ଡିସେମ୍ବର ୧୨, ୪ର୍ଥ ପର୍ଯ୍ୟାୟ ପାଇଁ ୧୬ ଓ ଶେଷ ପର୍ଯ୍ୟାୟ ପାଇଁ ୨୦ ତାରିଖରେ ଭୋଟିଂ ହେବ। ସେହିପରି ୨୩ ତାରିଖରେ ଭୋଟ ଗଣତି ସହ ନିର୍ବାଚନୀ ଫଳାଫଳ ପ୍ରକାଶ ପାଇବ।