ମୁମ୍ବାଇ: ଲୋକସଭା ନିର୍ବାଚନ ପାଇଁ ବାଜିଯାଇଛି ବିଗୁଲ । ରାଜନୈତିକ ଦଳଗୁଡିକ ଲାଗିପଡିଛନ୍ତି ରଣନୀତି ପ୍ରସ୍ତୁତିରେ । ୨୦୧୯ର ରଣକ୍ଷେତ୍ର ବିଜୟ ପାଇଁ ଦଳଗୁଡିକ ମଧ୍ୟରେ ହେବ ଜୋରଦାର ଲଢେଇ । ଏହାପୂର୍ବରୁ ଦଳଗୁଡିକ ନିଜ ନିଜ ପକ୍ଷକୁ କରୁଛି ସୁଦୃଢ । ଦଳଗୁଡିକ ମଧ୍ୟରେ ଚାଲିଛି ମେଣ୍ଟ ପର୍ବ ।
କଂଗ୍ରେସ-ଏନସିପି ଡିଲ ଫାଇନାଲ, ଜାଣନ୍ତୁ କାହାକୁ ମିଳିଲା କେତେ ସିଟ ? - NCP
ସୋମବାର ମହାରାଷ୍ଟ୍ରରେ କଂଗ୍ରେସ ଓ ଏନସିପି ମଧ୍ୟରେ ଫାଇନାଲ ହୋଇଛି ଆସନ ବୁଝାମଣା । ରିପୋର୍ଟ ଅନୁସାରେ କଂଗ୍ରେସ ୨୬ଟି ଓ ଏନସିପି ୨୨ଟି ଆସନରେ ଲଢିବ ନିର୍ବାଚନ । ଅନ୍ୟପକ୍ଷେ ଏହି ମେଣ୍ଟରେ ସାମିଲ ଅନ୍ୟ ଛୋଟ ଦଳଗୁଡିକୁ କେତୋଟି ଆସନ ଦିଆଯିବ ତାହାର ସମାଧାନ ଅତିଶୀଘ୍ର କରାଯିବ ।
ଏହିକ୍ରମରେ ସୋମବାର ମହାରାଷ୍ଟ୍ରରେ କଂଗ୍ରେସ ଓ ଏନସିପି ମଧ୍ୟରେ ଫାଇନାଲ ହୋଇଛି ଆସନ ବୁଝାମଣା । ରିପୋର୍ଟ ଅନୁସାରେ କଂଗ୍ରେସ ୨୬ଟି ଓ ଏନସିପି ୨୨ଟି ଆସନରେ ଲଢିବ ନିର୍ବାଚନ । ଅନ୍ୟପକ୍ଷେ ଏହି ମେଣ୍ଟରେ ସାମିଲ ଅନ୍ୟ ଛୋଟ ଦଳଗୁଡିକୁ କେତୋଟି ଆସନ ଦିଆଯିବ ତାହାର ସମାଧାନ ଅତିଶୀଘ୍ର କରାଯିବ । ୟୁପି ପରେ ମହାରାଷ୍ଟ୍ରରେ ସବୁଠାରୁ ଅଧିକ ଲୋକସଭା ଆସନ ରହିଛି । ୨୦୧୪ ଲୋକସଭା ନିର୍ବାଚନରେ ମହାରାଷ୍ଟ୍ରର ୪୮ଟି ଲୋକସଭା ଆସନରୁ ଏନଡିଏ ୪୧ଟି ଆସନ ହାସଲ କରିଥିଲା । ଅନ୍ୟପକ୍ଷେ ୟୁପିଏ ମେଣ୍ଟକୁ ୬ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଥିଲା ।
ଏହାପୂର୍ବରୁ ଏନସିପି ଅଧ୍ୟକ୍ଷ ଶରଦ ପାୱାର କହିଥିଲେ ଯେ ଆଗାମୀ ଲୋକସଭା ନିର୍ବାଚନ ପାଇଁ ମହାରାଷ୍ଟ୍ରରେ ମହାମେଣ୍ଟ ଗଢିବାକୁ ପ୍ରୟାସ କରାଯାଉଛି । ଆମେ ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ(ଆରଏସଏସ) ବିଚାରଧାର ବିରୋଧରେ ଲଢେଇ ଜାରି ରଖିବୁ । ଆମେ ତାଙ୍କ ବିଚାରଧାରାକୁ ସ୍ବୀକାର କରିବୁ ନାହିଁ ବୋଲି ସେ କହିଥିଲେ । ମହାରାଷ୍ଟ୍ରରେ ଚଳିତ ଲୋକସଭା ନିର୍ବାଚନ ୪ଟି ପର୍ଯ୍ୟାୟରେ ହେବାର ଅଛି ।