ଓଡିଶା

odisha

ETV Bharat / bharat

କେଜ୍ରିୱାଲଙ୍କ କ୍ରେଜ: ଶୁଭେଛା ଜଣାଇଲେ ମୋଦି, ନବୀନ - କ୍ରେଜ କଲେ କେଜ୍ରିୱାଲ

ପୁଣି ଜବରଦସ୍ତ ଜିତ ଆଣିଛନ୍ତି କେଜ୍ରିୱାଲ । ସମୁଦାୟ 70 ଆସନ ମଧ୍ୟରୁ 62ଟି ଆସନରେ ବିଜୟ ଲାଭ କରିଛି ଆପ । ପୁନର୍ବାର ପୂର୍ଣ୍ଣ ବହୁମତ ସହକାରେ ସରକାର ଗଢିବାକୁ ସଫଳ ହୋଇଛନ୍ତି ଅରବିନ୍ଦଙ୍କ ଆପ । ଯାହାକୁ ନେଇ ଶୁଭେଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ..

congratulations-to-aap-wishing-to-pm-modi
congratulations-to-aap-wishing-to-pm-modi

By

Published : Feb 11, 2020, 7:40 PM IST

ଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ବମ୍ଫର ବିଜୟ ପରେ ସବୁଠୁ ଛୁଟୁଛି ଶୁଭେଛାର ସୁଅ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟର ଜରିଆରେ କେଜ୍ରିୱାଲଙ୍କୁ ଜଣାଇଛନ୍ତି ଶୁଭେଛା । ଦିଲ୍ଲୀବାସୀଙ୍କ ଆକାକ୍ଷାଂକୁ ପୂରଣ କରିଥିବାରୁ ଅରବିନ୍ଦଙ୍କୁ ଢେର ସାରା ଅଭିନନ୍ଦନ ବୋଲି ଉଲ୍ଲେଖ କରିଛନ୍ତି ମୋଦି ।

ଟ୍ବିଟର: @Narendra Modi

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସରକାରର ସଫଳ କାମନା କରିବା ସହ ଶୁଭେଛା ଜଣାଇଛନ୍ତି । କେଜ୍ରିୱାଲ ଦିଲ୍ଲୀରେ ଯେପରି ହ୍ୟାଟ୍ରିକ କରିଛନ୍ତି ତାହା ନିହାତି ପକ୍ଷେ ଏକ ରେକର୍ଡ ବୋଲି କହିଛନ୍ତି ନବୀନ ।

ଟ୍ବିଟର: @naveen patanaik

ସମୁଦାୟ 70 ଆସନ ମଧ୍ୟରୁ ଆପ 62ଟି ଆସନରେ ବିଜୟ ଲାଭ କରିଛି । ବିଜେପିର ଦୃଢ ରଣନୀତି ସତ୍ତ୍ୱେ କେଜ୍ରିୱାଲଙ୍କ କ୍ରେଜ ପୂର୍ବପରି ବଳବତ୍ତର ରହିଥିବା ସ୍ପଷ୍ଟ କରିଛି ନିର୍ବାଚନ ଫଳାଫଳ ।

ABOUT THE AUTHOR

...view details