ନୂଆଦିଲ୍ଲୀ: ପୂର୍ବ ଲଦାଖର ଗଲୱାନ ଘାଟିରେ ଭାରତ ଏବଂ ଚୀନ ସୈନିକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ଘଟଣାକୁ ନେଇ ଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରନ୍ତୁ ବୋଲି ଦାବି କରିଛି କଂଗ୍ରେସ । ଏହା ସହିତ ସ୍ଥିତି ଉପରେ ଆଲୋଚନା କରିବାକୁ ମୋଦି ସରକାର ସର୍ବଦଳୀୟ ବୈଠକ ଡାକନ୍ତୁ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି ।
'ଭାରତ-ଚୀନ ସେନା ମୁହାଁମୁହିଁ ଘଟଣାରେ ଦେଶବାସୀଙ୍କୁ ସମ୍ବୋଧିତ କରନ୍ତୁ ପ୍ରଧାନମନ୍ତ୍ରୀ' - ଦେଶବାସୀଙ୍କୁ ସମ୍ବୋଧିତ କରନ୍ତୁ ପ୍ରଧାନମନ୍ତ୍ରୀ
ପୂର୍ବ ଲଦାଖର ଗଲୱାନ ଘାଟିରେ ଭାରତ ଏବଂ ଚୀନ ସୈନିକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ଘଟଣାକୁ ନେଇ ଦେଶବାସୀଙ୍କୁ ସମ୍ବୋଧିତ କରିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦାବି କରିଛି କଂଗ୍ରେସ ।
କଂଗ୍ରେସ ମୁଖପାତ୍ର ପୱନ ଖେରା ଟ୍ବିଟ କରି କହିଛନ୍ତି, 'ଆଦରଣୀୟ ପ୍ରଧାନମନ୍ତ୍ରୀ ଦୟାକରି ଶହୀଦ ଯବାନଙ୍କ ଦୁଃଖରେ ଥିବା ଦେଶକୁ ସମ୍ବୋଧିତ କରନ୍ତୁ । ଦେଶରେ ଉପୁଜିଥିବା ସଙ୍କଟ ପରିସ୍ଥିତି ମଧ୍ୟରେ ଏକୀକୃତ ରାଜନୈତିକ ଆସନକୁ ବିକଶିତ କରିବା ପାଇଁ ଏକ ସର୍ବଦଳୀୟ ବୈଠକ ଡାକନ୍ତୁ । '
ସେହିପରି ଅନ୍ୟ ଏକ ଟ୍ବିଟରେ କଂଗ୍ରେସ ମୁଖପାତ୍ର ସଞ୍ଜୟ ଝା ମଧ୍ୟ କହିଛନ୍ତି, 'ଚୀନର ଆକ୍ରମଣର ଉଚିତ ଜବାବ ଦେବା ପାଇଁ ଭାରତକୁ ଏକଜୁଟ ହେବାର ସମୟ ଆସିଯାଇଛି । ଯଦିଓ ମୋଦି ପୂର୍ବରୁ କଂଗ୍ରେସ କିମ୍ବା ୟୁପିଏ ସରକାରଙ୍କ ବିରୋଧରେ ଅପମାନଜନକ ବୟାନବାଜି କରିଛନ୍ତି । ହେଲେ ଏବେ ଆମେ ଏହାକୁ ଅଣଦେଖା କରିବୁ । ଆମକୁ ଏବେ ଏକତ୍ର ହୋଇ ଚୀନ ବିରୋଧରେ ଲଢିବାକୁ ହେବ । '