ଓଡିଶା

odisha

ETV Bharat / bharat

'ବିଦେଶରେ ନାମ ଉଚ୍ଚା କରୁଥିବା ଲୋକଙ୍କ ପାଇଁ ସରକାରଙ୍କ ପାଖରେ କୌଣସି ନୀତି ନାହିଁ ' - Prime Minister Narendra Modi

ସରକାର ନିଜର ତଥାକଥିତ ବନ୍ଧୁ ଡୋନାଲ୍ଡ ଟ୍ରମ୍ପଙ୍କ ସହ ଆଲୋଚନା କରି ଏହି ସମସ୍ୟାର ସମାଧାନ କରିବା ଉଚିତ୍ ବୋଲି କଂଗ୍ରେସ ମୁଖପାତ୍ର ଅଭିଶେଷ ମନୁ ସିଂଘବୀ କହିଛନ୍ତି ।

ଅଭିଶେଷ ମନୁ ସିଂଘବୀ
ଅଭିଶେଷ ମନୁ ସିଂଘବୀ

By

Published : Jul 9, 2020, 6:23 AM IST

ନୂଆଦିଲ୍ଲୀ : ଆମେରିକା ଦ୍ବାରା ଏଚ-1 ବି ଭିସା ନିଲମ୍ବନ ଏବଂ କୁଏତରେ ପାରିତ ଆଇନକୁ ନେଇ ମୋଦି ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ । ବିଦେଶରେ ଦେଶର ନାମ ଉଚ୍ଚା କରୁଥିବା ଲୋକଙ୍କ ସାହାଯ୍ୟ ପାଇଁ ସରକାରଙ୍କ ପାଖରେ କୌଣସି ନୀତି ନଥିବା ଅଭିଯୋଗ କରିଛି ଦଳ । ଏହା ସହିତ ସରକାର ନିଜର ତଥାକଥିତ ବନ୍ଧୁ ଡୋନାଲ୍ଡ ଟ୍ରମ୍ପଙ୍କ ସହ ଆଲୋଚନା କରି ଏହି ସମସ୍ୟାର ସମାଧାନ କରିବା ଉଚିତ୍ ବୋଲି କଂଗ୍ରେସ ମୁଖପାତ୍ର ଅଭିଶେଷ ମନୁ ସିଂଘବୀ କହିଛନ୍ତି ।

ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଟରନ୍ୟାସନାଲ୍ ଏଜୁକେସନ୍ (IIE) ଅନୁଯାୟୀ, 2018-19 ରେ ବିଭିନ୍ନ ସ୍ନାତକ ଏବଂ ସ୍ନାତକୋତ୍ତର କାର୍ଯ୍ୟକ୍ରମରେ ଆମେରିକାରେ 1 ମିଲିୟନରୁ ଅଧିକ ଆନ୍ତର୍ଜାତୀୟ ଛାତ୍ର ନାମ ଲେଖାଇଥିଲେ। ଏହା ଦେଶର ମୋଟ ଛାତ୍ର ସମ୍ପ୍ରଦାୟର ପ୍ରାୟ 5.5 ପ୍ରତିଶତ । ସେଥିମଧ୍ୟରୁ ପ୍ରାୟ ତିନି ଚତୁର୍ଥାଂଶ ଏସିଆର । 48 ପ୍ରତିଶତ ଚୀନ ନାଗରିକ ଏବଂ 26 ପ୍ରତିଶତ ଭାରତୀୟ ନାଗରିକ । IIE ଅନୁଯାୟୀ, F-1 ଭିସାଧାରୀ ଛାତ୍ରମାନେ ଏକାଡେମିକ୍ ପାଠ୍ୟକ୍ରମରେ ଅଂଶଗ୍ରହଣ କରୁଥିବାବେଳେ M-1 ଭିସାଧାରୀ ଛାତ୍ରମାନେ 'ଧନ୍ଦାମୂଳକ ପାଠ୍ୟକ୍ରମ ନେଇଥାନ୍ତି । ଆମେରିକାର ନିଷ୍ପତ୍ତି ଭାରତୀୟ ଛାତ୍ରଙ୍କୁ ଖୁବ ଆଘାତ ଦେଇଥିବା ସିଂଘବୀ କହିଛନ୍ତି ।

ସେହିପରି କୁଏତରେ ପାରିତ ହୋଇଥିବା ଆଇନକୁ ନେଇ ମଧ୍ୟ କଂଗ୍ରେସ ସରକାରଙ୍କ ଉପରେ ବର୍ଷିଛି । ଯାହା ଦେଶରେ 8.5 ଲକ୍ଷ ଭାରତୀୟଙ୍କୁ ଚାକିରୀରୁ ବାହାର କରିପାରେ। କୁଏତ ଏକ ପ୍ରବାସୀ କୋଟା ବିଲ୍ ଡ୍ରାଫ୍ଟକୁ ଅନୁମୋଦନ କରିଛି । ଯାହା ଫଳରେ 8 ଲକ୍ଷ ଭାରତୀୟଙ୍କୁ ଦେଶ ଛାଡିବାକୁ ପଡିପାରେ। ଭାରତୀୟ ସମ୍ପ୍ରଦାୟ କୁଏତର ସର୍ବ ବୃହତ ବିଦେଶୀ ସମ୍ପ୍ରଦାୟ । ଯାହାର ସମୁଦାୟ ଜନସଂଖ୍ୟା ପ୍ରାୟ 1.45 ନିୟୁତ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରମ୍ବାର ଏହି ଦେଶ ଗସ୍ତ କରୁଛନ୍ତି । କିନ୍ତୁ ଏଭଳି ଆଇନ ପ୍ରଣୟନ ହେବାପରେ ସରକାର କ’ଣ କରୁଛନ୍ତି ବୋଲି କଂଗ୍ରେସ ମୁଖପାତ୍ର ଅଭିଷେକ ମନୁ ସିଂଘବୀ ପ୍ରଶ୍ନ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଯେଉଁ ଛାତ୍ରଛାତ୍ରୀଙ୍କର ଅନଲାଇନ ପାଠପଢା ହେଉଛି ସେମାନଙ୍କୁ ଆସନ୍ତା ସେମିଷ୍ଟାର ପାଇଁ ଭିସା ଦିଆଯିବ ନାହିଁ । ଏଭଳି ଛାତ୍ରଛାତ୍ରୀଙ୍କୁ ରହିବାକୁ ମଧ୍ୟ ଅନୁମତି ଦିଆଯିବ ନାହିଁ ବୋଲି ଆମେରିକାର ଇମିଗ୍ରେସନ ଏବଂ କଷ୍ଟମ ଏନଫୋର୍ସମେଣ୍ଟ ବିଭାଗ କହିଛି ।

ABOUT THE AUTHOR

...view details