ନୂଆଦିଲ୍ଲୀ: ଜେଏନୟୁ କୁଳପତି ଓ ଦିଲ୍ଲୀ ପୋଲିସ କମିଶନରଙ୍କ ବହିଷ୍କାର ଦାବି କରିଛି କଂଗ୍ରେସ । ଜେଏନୟୁରେ ହୋଇଥିବା ହିଂସାର ସମ୍ପୂର୍ଣ୍ଣ ଯାଞ୍ଚ ପାଇଁ ସ୍ବତନ୍ତ୍ର ଜୁଡିସିଆଲ କମିଶନ ଗଠନ ଦାବି କରାଯାଇଛି । କଂଗ୍ରେସ ଦ୍ବାରା ଗଠନ କରାଯାଇଥିବା ସତ୍ୟ ଅନୁସନ୍ଧାନ ଦଳ ରିପୋର୍ଟ ପ୍ରସ୍ତୁତ କରି ସୋନିଆ ଗାନ୍ଧୀଙ୍କୁ ପ୍ରଦାନ କରାଯାଇଛି ମାତ୍ର ରିପୋର୍ଟରେ କ'ଣ ରହିଛି, ସେ ଏନେଇ କିଛି କହିନଥିଲେ ।
ଦିଲ୍ଲୀ ପୋଲିସ ଓ ଭିସିଙ୍କୁ ବହିଷ୍କାର କର: କଂଗ୍ରେସ - sacking of JNU VC, Delhi police commissioner
ଜେଏନୟୁ କୁଳପତି ଓ ଦିଲ୍ଲୀ ପୋଲିସ କମିଶନରଙ୍କ ବହିଷ୍କାର ଦାବି କରିଛି କଂଗ୍ରେସ । ଜେଏନୟୁରେ ହୋଇଥିବା ହିଂସାର ସମ୍ପୂର୍ଣ୍ଣ ଯାଞ୍ଚ ପାଇଁ ସ୍ବତନ୍ତ୍ର ଜୁଡିସିଆଲ କମିଶନ ଗଠନ ଦାବି କରାଯାଇଛି । ଆଗକୁ ପଢନ୍ତୁ...
ଫାଇଲ ଫଟୋ
କଂଗ୍ରେସର ମୁଖ୍ୟ ପ୍ରବକ୍ତା ରଣଦୀପ ସୁରଜେବାଲା ଦାବି କରିଛନ୍ତି, ଜେଏନୟୁ ହିଂସାରେ ଦିଲ୍ଲୀ ପୋଲିସ ଦୋଷୀ ଓ ଏହା ସେ ଏକ କଂଗ୍ରେସର ନେତା ହୋଇ ନୁହେଁ ବରଂ ଜନତାଙ୍କ ନେତା ହିସାବରେ କହୁଛନ୍ତି ।
ଏହି ପୁରା ନାଟକରେ ଗୁଣ୍ଡା ଜେଏନୟୁରେ ପ୍ରବେଶ କରି ହିଂସା କରିଥିଲେ ଓ ଦିଲ୍ଲୀ ପୋଲିସ ସେମାନଙ୍କୁ ସହାୟତା କରିଥିଲା । ଏକ ଉପଯୁକ୍ତ ଯାଞ୍ଚ ହେବା ଜରୁରୀ ବୋଲି ସେ କହିଛନ୍ତି । ଏଥିରେ ଗୃହମନ୍ତ୍ରୀଙ୍କ ଭୂମିକା ମଧ୍ୟ ଯାଞ୍ଚ କରାଯାଉ ବୋଲି ସେ କହିଛନ୍ତି ।