ଓଡିଶା

odisha

ETV Bharat / bharat

ରାଜସ୍ଥାନ ସଙ୍କଟ ସମୟରେ ରାହୁଲ ଗାନ୍ଧୀଙ୍କ ନିରବତାକୁ ସମର୍ଥନ କରୁଛି କଂଗ୍ରେସ - ରାହୁଲ ଗାନ୍ଧୀଙ୍କ ନିରବତାକୁ ସମର୍ଥନ କରୁଛି କଂଗ୍ରେସ

ରାଜସ୍ଥାନର ସମ୍ପୁର୍ଣ୍ଣ ଘଟଣାକ୍ରମକୁ ନେଇ ରାହୁଲ ଗାନ୍ଧୀ ନିରବତା ଧାରଣ କରିଛନ୍ତି । ଏହି ଘଟଣାରେ ରାହୁଲ ଗାନ୍ଧୀଙ୍କ ନିରବତାକୁ ସମର୍ଥନ କରିଛି କଂଗ୍ରେସ ।

କଂଗ୍ରେସ
କଂଗ୍ରେସ

By

Published : Jul 16, 2020, 7:26 PM IST

ନୂଆଦିଲ୍ଲୀ: ରାଜସ୍ଥାନରେ ସଚିନ ପାଇଲଟଙ୍କ ବିଦ୍ରୋହ ଯୋଗୁଁ କଂଗ୍ରେସ ସରକାର ସଙ୍କଟରେ ପଡିଛି । ସେପଟେ ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଭାରତ-ଚୀନ ବିବାଦ, କୋରୋନା ଭାଇରସ ସମ୍ବନ୍ଧୀୟ ପ୍ରସଙ୍ଗକୁ ନେଇ ମୋଦି ସରକାରଙ୍କୁ ଘେରିବାରେ ବ୍ୟସ୍ତ ଅଛନ୍ତି । ରାଜସ୍ଥାନର ସମ୍ପୁର୍ଣ୍ଣ ଘଟଣାକ୍ରମକୁ ନେଇ ରାହୁଲ ଗାନ୍ଧୀ ନିରବତା ଧାରଣ କରିଛନ୍ତି । ସେପଟେ ଏହି ଘଟଣାରେ ରାହୁଲ ଗାନ୍ଧୀଙ୍କ ନିରବତାକୁ ସମର୍ଥନ କରିଛି କଂଗ୍ରେସ ।

ତେବେ ରାଜସ୍ଥାନ ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କ ନିରବତାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରଶ୍ନ ଉଠିଥିଲା । ଯାହାକୁ ନେଇ ଗୁରୁବାର ରାହୁଲ ଗାନ୍ଧୀ ଗଣମାଧ୍ୟମ ଉପରେ ଆକ୍ରମଣ କରିଛନ୍ତି । ସେ କହିଛନ୍ତି, ଆଜି ଭାରତୀୟ ଗଣମାଧ୍ୟମର ଏକ ବଡ଼ ଅଂଶ ଉପରେ ଫାଶିବାଦ ଶକ୍ତି କବ୍ଜା କରିଛି । ଟେଲିଭିଜନ ଚ୍ୟାନେଲ ହ୍ବାଟସ୍‌ଆପ୍ ଫରୱାର୍ଡ ଏବଂ ମିଥ୍ୟା ଖବର ଦ୍ୱାରା ଘୃଣ୍ୟ କାହାଣୀ ପ୍ରଚାର କରୁଛି । ଏହି ମିଥ୍ୟ ଭାରତକୁ ବିଭାଜନ ପଥରେ ନେଉଛି ବୋଲି ରାହୁଲ ଗାନ୍ଧୀ କହିଛନ୍ତି ।

ରାହୁଲ ଗାନ୍ଧୀଙ୍କ ସମର୍ଥନରେ କଂଗ୍ରେସ ମୁଖପାତ୍ର ରାଜୀବ ତ୍ୟାଗି କହିଛନ୍ତି, କଂଗ୍ରେସ ଏକ ଗଣତାନ୍ତ୍ରିକ ଦଳ। ତେଣୁ ଆଲୋଚନା ହେବା ସ୍ୱାଭାବିକ। ରାହୁଲ ଗାନ୍ଧୀ ଜଣେ ଦାୟିତ୍ବବାନ ନେତା ଭାବରେ କାର୍ଯ୍ୟ କରୁଛନ୍ତି ଏବଂ ଭାରତୀୟ ଜନତା ପାର୍ଟି ସରକାର ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି। ସେ ଏହାକୁ ବିଭିନ୍ନ ଦିଗରେ ପ୍ରକାଶ କରୁଛନ୍ତି। ତାହା କୋରୋନା ମହାମାରୀ ହେଉ କିମ୍ବା ବେରୋଜଗାରୀ ସମସ୍ୟା ଅଥବା ଭାରତ-ଚୀନ ବିବାଦ ।

ସେପଟେ କଂଗ୍ରେସର ସାଧାରଣ ସମ୍ପାଦକ କେ.ସି ଭେଣୁଗୋପାଲ ମଧ୍ୟ ରାହୁଲ ଗାନ୍ଧୀଙ୍କୁ ସମର୍ଥନ କରିଛୱନ୍ତି । ସେ କହିଛନ୍ତି ରାହୁଲ ଗାନ୍ଧୀ ପାର୍ଟି ନିର୍ମାଣରେ ବ୍ୟସ୍ତ ଅଛନ୍ତି । ତାଙ୍କ ଦୃଷ୍ଟିକୋଣ ଅଧିକ ଯୁବକଙ୍କୁ ଦଳ ସହ ଜୋଡିହେବା ନେଇ ସୁନିଶ୍ଚିତ କରିଛି । ସେମାନଙ୍କୁ ଆଗକୁ ବଢିବା ଏବଂ ଦେଶକୁ ପ୍ରତିନିଧିତ୍ୱ କରିବା ପାଇଁ ମଞ୍ଚ ମିଳୁଛି ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଏହା କୌତୁହଳର ବିଷୟ ଯେ କିଛି ନ୍ୟସ୍ତ ଗଣମାଧ୍ୟମ ସେମାନଙ୍କ ସୁବିଧା ପାଇଁ ତଥ୍ୟକୁ ଭୁଲ ଭାବରେ ଉପସ୍ଥାପନା କରୁଛନ୍ତି । ଏଭଳି କରି ସେମାନେ କଂଗ୍ରେସ କର୍ମୀଙ୍କୁ ଭ୍ରମିତ କରିପାରିବେ ନାହିଁ ବୋଲି କହିଛନ୍ତି ।

ABOUT THE AUTHOR

...view details