ଓଡିଶା

odisha

ମହାରାଷ୍ଟ୍ରରେ ଖୁବଶୀଘ୍ର ହେବ ସରକାର ଗଠନ: ସଞ୍ଜୟ ରାଉତ

By

Published : Nov 18, 2019, 9:16 PM IST

ସୋମବାର ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ ଭେଟିବା ପରେ ମହାରାଷ୍ଟ୍ରରେ ଖୁବଶୀଘ୍ର ସରକାର ଗଠନ ହେବା ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

ଫାଇଲ ଫଟୋ

ମୁମ୍ବାଇ: ମହାରାଷ୍ଟ୍ର ସରକାର ଗଠନ ନେଇ ଅଘୋଷିତ ଯୁଦ୍ଧ ଜାରି ରହିଛି । ରାଷ୍ଟ୍ରପତି ଶାସନ ଜାରି ରହିଛି ରାଜ୍ୟରେ । ଏହାଭିତରେ ସରକାର ଗଠନ ନେଇ ଖୁସି ଖବର ଅପେକ୍ଷାରେ ସମସ୍ତେ । ମାତ୍ର ମହାରାଷ୍ଟ୍ରରେ ସରକାର ଗଠନ ନେଇ କେବଳ ଶିବସେନା ମୁଖପାତ୍ର ତଥା ସାଂସଦ ସଞ୍ଜୟ ରାଉତଙ୍କ କଥା ହିଁ ଶାନ୍ତ୍ବନା ଦେଉଛି ସେନା ସମର୍ଥକଙ୍କୁ । ସୋମବାର ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ ଭେଟିବା ପରେ ମହାରାଷ୍ଟ୍ରରେ ଖୁବଶୀଘ୍ର ସରକାର ଗଠନ ହେବା ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ


ଏହାସହ ସଞ୍ଜୟ ରାଉତ ପରୋକ୍ଷ ଭାବରେ ବିଜେପିକୁ କଡା ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ସରକାର ଗଢିବା ଦାୟିତ୍ବ ଶିବସେନାର ନୁହେଁ, ଯେଉଁମାନଙ୍କ ପାଖରେ ସରକାର ଗଠନ କରିବା କ୍ଷମତା ରହିଥିଲା ଏବେ ସେମାନେ ଦୂରେଇ ରହିଛନ୍ତି । ଏବେ ରାଜ୍ୟରେ ଖୁବଶୀଘ୍ର ସରକାର ଗଠନ କରାଯିବ ବୋଲି ସଞ୍ଜୟ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।


ଏଠାରେ ସୂଚନା ଯୋଗ୍ୟ ଯେ ସୋମବାର ଏନସିପି ସୁପ୍ରମୋ ଶରଦ ପାୱାର କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ନୂଆଦିଲ୍ଲୀରେ ଭେଟିଥିଲେ । ଏହି ବୈଠକ ପରେ ଓ ପୂର୍ବରୁ ଶରଦ ପାୱାରଙ୍କ ବୟାନ ଶିବସେନାର ସରକାର ଗଠନ ସ୍ବପ୍ନକୁ ପୁଣି ଥରେ ସସପେନ୍ସରେ ରଖିଛି ।

ABOUT THE AUTHOR

...view details