ଓଡିଶା

odisha

ETV Bharat / bharat

ନାଗଙ୍କ ଅଦାଲତରେ ମିଳୁଛି ନ୍ୟାୟ

ଆଜିର ବୈଜ୍ଞାନିକ ଯୁଗରେ କୋର୍ଟରେ ନୁହେଁ ନାଗ ଅଦାଲତରେ ଲୋକଙ୍କୁ ମିଳୁଛି ନ୍ୟାୟ ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

By

Published : Aug 5, 2019, 11:23 PM IST

ଭୋପାଳ: ମଣିଷକୁ ଦଣ୍ଡ ଓ ନ୍ୟାୟ 2ଟି ଯାକ କୋର୍ଟରେ ମିଳିଥାଏ । ହେଲେ କୌଣସି ଜୀବ ଯଦି ମନୁଷ୍ୟ ଉପରେ ଅନ୍ୟାୟ କରେ କିମ୍ବା ମନୁଷ୍ୟ ଅନ୍ୟ ଜୀବ ମାନଙ୍କ ଉପରେ ଅନ୍ୟାୟ କରେ ତେବେ ନାଗଙ୍କ ଅଦାଲତରେ ଏହାର ନ୍ୟାୟ ଓ ଦଣ୍ଡ ମିଳିଥାଏ ।

ଭିଡିଓ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଖବରମୁତାବକ, ମଧ୍ୟପ୍ରଦେଶର ରାୟସେନ ଜିଲ୍ଲାର ଶ୍ରୀରାମ ରସିୟାଧାମ ସିହୋରା ଖୁର୍ଦ୍ଦରେ ନାଗପଞ୍ଚମୀ ଅବସରରେ ଏଠାରେ ନାଗଙ୍କ ଅଦାଲତ ବସିଥାଏ । ଏହି ଅଦଲାତରେ ନା ଓକିଲ ଅଛନ୍ତି ନାଁ ସାକ୍ଷୀ । କିନ୍ତୁ ବିଶ୍ବାସ ରହିଛି ଯେ, ଏଠାକୁ ଯିଏ ଆସିଛି ସେ ନ୍ୟାୟ ବିନା ଘରକୁ ଫେରିନି । ଏହି ଅଦାଲତରେ ସର୍ପଦଂଶନରେ ପୀଡିତ ଲୋକଙ୍କ ଶରୀରରେ ନାଗର ଆତ୍ମା ପ୍ରବେଶ କରି କାମୁଡିବା କାରଣ କହିଥାଏ । ଏହାପରେ ଲୋକେ ସିହୋରା ଦରବାରରେ ପହଞ୍ଚିଥାନ୍ତି । ଏହି ଚମତ୍କାରୀତାକୁ ଦେଖିବା ପାଇଁ ବହୁ ଦୂରଦୂରନ୍ତରୁ ଲୋକଙ୍କ ସୁଅ ଛୁଟିଥାଏ ।

ନାଗ ଅଦାଲତକୁ ଯାଇଥିବା ଜଣେ ମହିଳାଙ୍କ ସ୍ବାମୀଙ୍କ କହିବାନୂଯାୟୀ, ତାଙ୍କ ପତ୍ନୀଙ୍କୁ ଦୀର୍ଘ 4 ମାସ ଧରି ସାପ କାମୁଡୁଥିଲା ଆଉ ସେ ଠିକ ମଧ୍ୟ ହେଇଯାଇଥିଲେ । ଆଉ ତାଙ୍କ ପତ୍ନୀ ମଧ୍ୟ କହିଛିନ୍ତି ଯେ, ସେ ଜଣେ ନାଗୁଣୀ ଥିଲେ । ଆଉ ତାଙ୍କର ମୃତ୍ୟୁ ହେଇଯିବାପରେ ସେ ମନୁଷ୍ୟ ଜନ୍ମ ନେଇଥିଲେ । କିନ୍ତୁ ସେ ତାର ସ୍ବାମୀ ଓ 3 ଜଣ ଝିଅଙ୍କୁ ଛାଡି ଅନ୍ୟ ଜଣଙ୍କୁ ବିବାହ କରିଦେଇଥିଲେ । କିନ୍ତୁ ସେ ଏ ଜନ୍ମରେ ନାଗ ଓ ନାଗୁଣୀ ମାନଙ୍କ ଦ୍ବାରା ବହୁ ଅସୁବିଧା ଭୋଗୁଥିଲେ । ଆଉ ଏଠାକୁ ଆସି ସେ ନ୍ୟାୟ ପାଇଥିବା କହିଛନ୍ତି ।

ABOUT THE AUTHOR

...view details