ଜୟପୁର: ରାଜସ୍ଥାନ ରାଜନୀତିରେ ଏବେ ଘଡିକେ ଘୋଡା ଛୁଟୁଛି । ରାଜ୍ୟରେ ଜାରି 'କ୍ଷମତା ଯୁଦ୍ଧ' ପ୍ରତି ମୁହୂର୍ତ୍ତରେ ନୂଆ ମୋଡ ନେଉଛି । ତେବେ ଏହି ମାମଲାରେ ଏବେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ଅଡୁଆ ବଢିବାରେ ଲାଗିଛି । ରାଜସ୍ଥାନରେ କଂଗ୍ରେସ ସରକାରଙ୍କୁ ହଟାଇବା ପାଇଁ ରଚାଯାଇଥିବା ଷଡଯନ୍ତ୍ରରେ ଗଜେନ୍ଦ୍ର ସିଂ ଶେଖାୱତ ସମ୍ପୃକ୍ତ ଥିବା ଅଭିଯୋଗ କରି ଏହାର ତଦନ୍ତ ଦାବି କରିଛି କଂଗ୍ରେସ । ଏନେଇ ସେ ଏକ ଅଡିଓ କ୍ଲିପ ମଧ୍ୟ ଜାରି କରିଛି । ତେବେ ଏହି ନିର୍ଦ୍ଦିଷ୍ଟ ଅଡିଓ କ୍ଲିପ୍ ଆଧାରରେ ସ୍ୱତନ୍ତ୍ର ଅପରେସନ୍ ଗ୍ରୁପ୍ (SOG) କେନ୍ଦମନ୍ତ୍ରୀଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରିଛି । ଏହା ବ୍ୟତୀତ କଂଗ୍ରେସର 2 ନିଲମ୍ବିତ ବିଧାୟକଙ୍କ ବିରୋଧରେ ମଧ୍ୟ ଏଫଆଇଆର ରୁଜୁ ହୋଇଥିବା ଜଣାପଡିଛି । ଏହି ଅଡିଓ କ୍ଲିପର ତଦନ୍ତ ହେବ ବୋଲି ଏସଓଜି ପକ୍ଷରୁ କୁହାଯାଇଛି ।
ରାଜସ୍ଥାନ ଘୋଡ଼ା ବେପାରର ଅଡିଓ କ୍ଲିପ ଘଟଣା, କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ଏତଲା - complain filed against gajendra shekhawat
ସ୍ୱତନ୍ତ୍ର ଅପରେସନ୍ ଗ୍ରୁପ୍ (SOG) କେନ୍ଦମନ୍ତ୍ରୀଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରିଛି । ଏହା ବ୍ୟତୀତ କଂଗ୍ରେସର 2 ନିଲମ୍ବିତ ବିଧାୟକଙ୍କ ବିରୋଧରେ ମଧ୍ୟ ଏଫଆଇଆର ରୁଜୁ ହୋଇଥିବା ଜଣାପଡିଛି । ଏହି ଅଡିଓ କ୍ଲିପର ତଦନ୍ତ ହେବ ବୋଲି ଏସଓଜି ପକ୍ଷରୁ କୁହାଯାଇଛି ।
![ରାଜସ୍ଥାନ ଘୋଡ଼ା ବେପାରର ଅଡିଓ କ୍ଲିପ ଘଟଣା, କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ଏତଲା କେନ୍ଦ୍ରମନ୍ତ୍ରୀ](https://etvbharatimages.akamaized.net/etvbharat/prod-images/768-512-12:36:58:1594969618-768-512-8058970-thumbnail-3x2-i-1707newsroom-1594969608-934.jpg)
ରାଜସ୍ଥାନ କଂଗ୍ରେସର ମୁଖ୍ୟ ସଚେତକ ମହେଶ ଯୋଶୀ ଏହି ମାମଲାରେ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖୱତଙ୍କ ବିରୋଧରେ SOG ନିକଟରେ ଅଭିଯୋଗ କରିଥିଲେ । ଏହା ସହିତ ସେ ଏହି ମାମଲାରେ ସମ୍ପୃକ୍ତ ଥିବା ନେଇ କଂଗ୍ରେସରୁ ନିଲମ୍ବିତ କରାଯାଇଥିବା 2 ବିଧାୟକ ବିଶ୍ବେନ୍ଦ୍ର ସିଂହ ଏବଂ ଭଓଁର ଲାଲ ସିଂହଙ୍କ ବିରୋଧରେ ମଧ୍ୟ ଏଫଆଇଆର ରୁଜୁ କରିଥିଲେ । ଏସଓଜି ଏଫଆଇଆର ରୁଜୁ କରିବାର ପ୍ରକ୍ରିୟା ଅନୁଯାୟୀ ଶୁକ୍ରବାର ଏହି 3 ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି ।
ଉଲ୍ଲେଖଯୋଗ୍ୟ, ରାଜସ୍ଥାନରେ ଘୋଡାୀ ବେପାରରେ ସମ୍ପୃକ୍ତ ଥିବା ଅଭିଯୋଗରେ କଂଗ୍ରେସ ଶର୍ମା ଏବଂ ଅନ୍ୟ ଜଣେ ବିଧାୟକ ବିଶ୍ୱନ୍ଦ୍ର ସିଂଙ୍କୁ ଦଳର ପ୍ରାଥମିକ ସଦସ୍ୟତାରୁ ନିଲମ୍ବିତ କରିଛି । ଗୁରୁବାର ଅଶୋକ ଗେହଲଟଙ୍କ ଗୋଷ୍ଠୀ ଏକ ଅଡିଓ କ୍ଲିପ ଜାରି କରିଥିଲା । ଯେଉଁଥିରେ କଂଗ୍ରେସ ବିଧାୟକଙ୍କୁ କିଣା ବିକା ନେଇ କଥାବର୍ତ୍ତା ହେଉଥିବା କଂଗ୍ରେସ ଦାବି କରିଛି। ଜଣେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ନିକଟତମ ବ୍ୟକ୍ତି କଂଗ୍ରେସ ବିଧାୟକଙ୍କୁ କିଣିବା ନେଇ କଥାବର୍ତ୍ତା ହେଉଥିବାର କଂଗ୍ରେସ ଦାବି କରିଛି। ଏହି ଅଡିଓ କ୍ଲିପ ହିନ୍ଦୀ, ଇଂରାଜୀ ଏବଂ ମାରଓ୍ୱାଡି ଭାଷାରେ ଥିବା ସୂଚନା ରହିଛି। ମୋଟ୍ ତିନୋଟି ଅଡିଓ କ୍ଲିପ ଗେହଲଟ କ୍ୟାମ୍ପ ପ୍ରେସ କନଫରେନସ କରି ଜାରି କରିଛି।