ଓଡିଶା

odisha

ETV Bharat / bharat

'ଟ୍ରେନରେ ପ୍ରବାସୀଙ୍କ ମୃତ୍ୟୁ ହେଲେ 'ଏଗସେଲ ରୁଲ'ରେ ଦିଆଯିବ କ୍ଷତିପରୂଣ' - train

'ଏଗସେଲ ରୁଲ'କୁ ବ୍ୟାଖ୍ୟା କରି କନ୍ନନ କହିଛନ୍ତି, 'ଏହି ଅଧୀନରେ ସେହିମାନେ ଆସନ୍ତି ଯେଉଁମାନେ ପୂର୍ବରୁ ଅସୁସ୍ଥ ରହିଥିବେ । ଯଦି ଏପରି ଲୋକମାନେ ଟ୍ରେନରେ ମରିଯାଆନ୍ତି, ତେବେ ସେମାନଙ୍କୁ କ୍ଷତିପୂରଣ ଦିଆଯାଏ । ଅଧିକ ପଢନ୍ତୁ...

'ଟ୍ରେନରେ ପ୍ରବାସୀଙ୍କ ମୃତ୍ୟୁ ହେଲେ 'ଏଗସେଲ ରୁଲ'ରେ ଦିଆଯିବ କ୍ଷତିପରୂଣ'
'ଟ୍ରେନରେ ପ୍ରବାସୀଙ୍କ ମୃତ୍ୟୁ ହେଲେ 'ଏଗସେଲ ରୁଲ'ରେ ଦିଆଯିବ କ୍ଷତିପରୂଣ'

By

Published : May 31, 2020, 6:01 PM IST

ନୂଆଦିଲ୍ଲୀ: ଲକଡାଉନ କାରଣରୁ ପ୍ରବାସୀ ଶ୍ରମିକମାନଙ୍କୁ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ ଦ୍ୱାରା ସେମାନଙ୍କ ଘରକୁ ପଠାଯାଉଛି । ରେଳ ସୁରକ୍ଷା ବଳ (ଆରପିଏଫ) ଅନୁଯାୟୀ, ଏହି ଯାତ୍ରା ସମୟରେ ଏପର୍ଯ୍ୟନ୍ତ ପ୍ରାୟ 80 ଜଣ ପ୍ରବାସୀଙ୍କର ମୃତ୍ୟୁ ଘଟିଛି । ଏଭଳି ପରିସ୍ଥିତିରେ ପ୍ରବାସୀମାନଙ୍କୁ କ୍ଷତିପୂରଣ ଦିଆଯିବ କି ନାହିଁ ବୋଲି ପ୍ରଶ୍ନ ଉଠିଛି । ରେଳବାଇର ପୂର୍ବତନ ଟ୍ରିବ୍ୟୁନାଲ ପ୍ରଧାନ ବିଚାରପତି କନ୍ନନଙ୍କ ଅନୁଯାୟୀ, ମୃତ୍ୟୁବରଣ କରିଥିବା ପ୍ରବାସୀଙ୍କୁ 'ଏଗସେଲ ରୁଲ' ଅନୁଯାୟୀ କ୍ଷତିପୂରଣ ଦିଆଯାଇପାରେ ।

ସୂଚନାମୁତାବକ, ସାଧାରଣତଃ ଟ୍ରେନରେ ଦୁର୍ଘଟଣା ପରେ ଯାତ୍ରୀମାନଙ୍କୁ କ୍ଷତିପୂରଣ ଦିଆଯାଏ । ରେଲଓ୍ବେ କ୍ଲେମସ ଟ୍ରିବ୍ୟୁନାଲ (ଆରସିଟି) ର 2018ର ବିଚାରକୁ ନେଇ ଜଷ୍ଟିସ କେ କନ୍ନନ କହିଛନ୍ତି ଯେ ଟ୍ରେନ ଉପର ବର୍ଥରୁ ଖସିଯିବା ପରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହା ପରେ ତାଙ୍କ ପରିବାର ସଦସ୍ୟଙ୍କୁ 8 ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଇଥିଲା। କେବଳ ଅସୁସ୍ଥତା କାରଣରୁ ମୃତ୍ୟୁ ହେତୁ ଟ୍ରେନରେ କାହାକୁ କ୍ଷତିପୂରଣ ଦିଆଯାଇପାରିବ ନାହିଁ । ଏଭଳି ପରିସ୍ଥିତିରେ 'ଏଗସେଲ ରୁଲ' ଅନୁଯାୟୀ କ୍ଷତିପୂରଣ ଦିଆଯାଇପାରେ । ତେବେ ଜଷ୍ଟିସ କନ୍ନନ ଏକ ବର୍ଷ ପୂର୍ବେ ଟ୍ରିବ୍ୟୁନାଲର ମୁଖ୍ୟ ଥିଲେ।

'ଏଗସେଲ ରୁଲ'କୁ ବ୍ୟାଖ୍ୟା କରି କନ୍ନନ କହିଛନ୍ତି, 'ଏହି ଅଧୀନରେ ସେହିମାନେ ଆସନ୍ତି ଯେଉଁମାନେ ପୂର୍ବରୁ ଅସୁସ୍ଥ ରହିଥିବେ । ଯଦି ଏପରି ଲୋକମାନେ ଟ୍ରେନରେ ମରିଯାଆନ୍ତି, ତେବେ ସେମାନଙ୍କୁ କ୍ଷତିପୂରଣ ଦିଆଯାଏ । ରେଳବାଇର ନିୟମ ଅନୁଯାୟୀ ଯେକୌଣସି ବ୍ୟକ୍ତି ଆଘାତ କିମ୍ବା ମୃତ୍ୟୁ ପାଇଁ କ୍ଷତିପୂରଣ ନେଇପାରିବେ।

ଜଷ୍ଟିସ କନ୍ନନ କହିଛନ୍ତି ଯେ, ଟ୍ରିବ୍ୟୁନାଲ ନିଜେ ଯାତ୍ରୀଙ୍କ ମୃତ୍ୟୁ ବିଷୟରେ ଜାଣିଥିଲେ ଏବଂ କ୍ଷତିପୂରଣ ଦେବାକୁ ମଧ୍ୟ କହିଥିଲେ। 2018 ମସିହାରେ ଅଶୋକ ରୟ ନାମକ ଜଣେ ବ୍ୟକ୍ତି ଅମ୍ରାପାଲି ଏକ୍ସପ୍ରେସରେ ଲୁଧିଆନାରୁ ଚାପ୍ରା ଯାଉଥିଲେ । ସେ ତାଙ୍କ ବର୍ଥରୁ ତଳେ ପଡ଼ିଯାଇ ଆହତ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ। ରେଳବାଇ କ୍ଷତିପୂରଣ ଦେବାକୁ ମନା କରିଦେଇଥିଲେ, ପରେ କୋର୍ଟ 8 ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କହିଥିଲେ ।

ମୃତ୍ୟୁ ସମ୍ପର୍କରେ ରେଳବାଇ ଏକ ବିବୃତ୍ତି ଜାରି କରିଛି ଯେଉଁଥିରେ କୁହାଯାଇଛି ଯେ ଶ୍ରମିକ ଟ୍ରେନରେ ପୂର୍ବରୁ କୌଣସି ରୋଗରେ ପୀଡିତ ଥିବା ଲୋକଙ୍କ ମୃତ୍ୟୁ ହେବାର କିଛି ଦୁର୍ଭାଗ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏହା ଦେଖାଯାଇଛି ଯେ, କିଛି ଲୋକ ପୂର୍ବରୁ କିଛି ରୋଗରେ ପୀଡିତ ରହି ଶ୍ରମିକ ଟ୍ରେନରେ ଯାତ୍ରା କରୁଛନ୍ତି, ଯାହା କୋଭିଡ-19 ସଂକ୍ରମଣର ଆଶଙ୍କା ବଢାଇଥାଏ । ଏହା ମଧ୍ୟ କୁହାଯାଇଛି ଯେ ଅନେକ ଲୋକ ଚିକିତ୍ସା ପାଇଁ ସହରକୁ ଯାଇଥିଲେ ।

ABOUT THE AUTHOR

...view details