ଓଡିଶା

odisha

ETV Bharat / bharat

ଧାନ ମେସିନକୁ ନେଇ ଗୋଷ୍ଠୀ ସଂଘର୍ଷ: 2ମୃତ, 3 ଗୁରୁତର - ମଥୁରାରେ ଗୋଷ୍ଠୀ ସଂଘର୍ଷ,

ଧାନ ମେସିନ୍ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ ଘଟିଛି । ଏଥିରେ 2 ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇ ଥିବାବେଳେ 3 ଜଣ ଗୁରୁତର ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

community clash, community clash in mathura, double murder, double murder in mathura, ମଥୁରାରେ ଡବଲ ମର୍ଡର, ଗୋଷ୍ଠୀ ସଂଘର୍ଷ, ମଥୁରାରେ ଗୋଷ୍ଠୀ ସଂଘର୍ଷ, ଡବର ମର୍ଡର
ଧାନ ମେସିନକୁ ନେଇ 2 ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ: 2ମୃତ, 3 ଗୁରୁତର

By

Published : Oct 6, 2020, 1:04 PM IST

ଲକ୍ଷ୍ନୌ: ଧାନ ମେସିନ୍ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ ଘଟିଛି । ଏଥିରେ 2 ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇ ଥିବାବେଳେ 3 ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ବ୍ୟକ୍ତିମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ସହ ମାମଲାର ତଦନ୍ତ ଆରମ୍ଭ କରିଛି । ତେବେ ସଙ୍ଘର୍ଷ ସମୟରେ ଲାଇସେନ୍ସ ପ୍ରାପ୍ତ ବନ୍ଧୁକର ବ୍ୟବହାର କରା ଯାଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ ମଙ୍ଗଳବାର ସକାଳେ ଉତ୍ତରପ୍ରଦେଶ ମଥୁରାର ସୁରୀର ଥାନା ଅନ୍ତର୍ଗତ ବିହୋହୀ ଗ୍ରାମର ଅଶୋକ ଏବଂ କୂଳଦୀପଙ୍କ ମଧ୍ୟରେ ବିବାଦ ତୀବ୍ର ରୂପ ନେଇଥିଲା । ଫଳରେ ଉଭୟ ଗୋଷ୍ଠୀ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ଦ୍ବାରା ଗୁଳିଚାଳନା କରିଥିଲେ । ଏଥିରେ ଘଟଣାସ୍ଥଳରେ ଅଶୋକ(60) ଏବଂ ଗୀତା(50)ଙ୍କର ମୃତ୍ୟୁ ହୋଇଛି । ବନ୍ଧୁକ ଶବ୍ଦ ଶୁଣି ଅଶୋକଙ୍କ ପରିବାର ଲୋକେ ପହଞ୍ଚିଲା ବେଳକୁ କୂଳଦୀପ ଓ ତାଙ୍କ ସାଥୀ ଘଟଣାସ୍ଥଳରୁ ଫେରାର୍ ହୋଇ ଯାଇଥିଲେ । ଘଟଣା ବାବଦରେ ସୂଚନା ପାଇ ପୋଲିସ୍ ପହଞ୍ଚି ମୃତଦେହ ଜବତ କରିବା ସହ ଗୁରୁତର ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛି । ଏଥିସହ ମାମଲାରେ ସମ୍ପୃକ୍ତ ଥିବା 3 ଜଣଙ୍କୁ ପୋଲିସ୍ ହେପାଜତରେ ନେଇ ପଚରା ଉଚରା କରୁଛି । ଏନେଇ ମାଣ୍ଟ ସିଓ ରବିକାନ୍ତ ପରାଶର ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details