ଓଡିଶା

odisha

ETV Bharat / bharat

ବରିଷ୍ଠ କମ୍ୟୁନିଟି ନେତ୍ରୀ ରୋଜା ଦେଶପାଣ୍ଡେଙ୍କ ପରଲୋକ - ଲୋକସଭା ସଦସ୍ୟ ରୋଜା ଦେଶପାଣ୍ଡେ

ବରିଷ୍ଠ କମ୍ୟୁନିଷ୍ଟ ନେତା ତଥା ପୂର୍ବତନ ଲୋକସଭା ସଦସ୍ୟ ରୋଜା ଦେଶପାଣ୍ଡେଙ୍କ ପରଲୋକ ହୋଇଛି । ବୃଦ୍ଧାବସ୍ଥା କାରଣରୁ ଶନିବାର ଅପରାହ୍ନରେ ତାଙ୍କ ବାସଭବନରେ ମୃତ୍ୟୁ ଘଟିଛି।

ଲୋକସଭା ସଦସ୍ୟ ରୋଜା ଦେଶପାଣ୍ଡେ
ଲୋକସଭା ସଦସ୍ୟ ରୋଜା ଦେଶପାଣ୍ଡେ

By

Published : Sep 19, 2020, 9:36 PM IST

ମୁମ୍ବାଇ: ବରିଷ୍ଠ କମ୍ୟୁନିଷ୍ଟ ନେତ୍ରୀ ତଥା ପୂର୍ବତନ ଲୋକସଭା ସଦସ୍ୟ ରୋଜା ଦେଶପାଣ୍ଡେଙ୍କ ପରଲୋକ ଘଟିଛି । ବୃଦ୍ଧାବସ୍ଥା କାରଣରୁ ଶନିବାର ଅପରାହ୍ନରେ ତାଙ୍କର ନିଜ ବାସଭବନରେ ମୃତ୍ୟୁ ଘଟିଛି । ଦେଶପାଣ୍ଡେ 91 ବର୍ଷରେ ମୃତ୍ୟୁବରଣ କରିଛନ୍ତି । ଭାରତର କମ୍ୟୁନିଷ୍ଟ ପାର୍ଟିର ଅନ୍ୟତମ ପ୍ରତିଷ୍ଠାତା ଶ୍ରୀପଦ ଅମୃତ ଡାଙ୍ଗେଙ୍କ ଝିଅ ଥିଲେ ରୋଜା ।

ଦେଶପାଣ୍ଡେ ସଂଯୁକ୍ତ ମହାରାଷ୍ଟ୍ର ଆନ୍ଦୋଳନ ଏବଂ ଅଲ୍ ଇଣ୍ଡିଆ ଛାତ୍ର ସଂଘ, ଗୋଆ ମୁକ୍ତି ସଂଗ୍ରାମରେ ଭାଗ ନେଇଥିଲେ । 1974 ମସିହାରେ ସେ ବମ୍ବେ ଦକ୍ଷିଣ କେନ୍ଦ୍ରୀୟ ନିର୍ବାଚନମଣ୍ଡଳୀରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ସେ କାର୍ଯ୍ୟରତ ମହିଳାମାନଙ୍କ ପାଇଁ ମାତୃତ୍ବ ଛୁଟି ସୁବିଧା ପାଇବା ପାଇଁ ଏକ ଅଭିଯାନର ନେତୃତ୍ବ ନେଇଥିଲେ । ଅନ୍ୟପକ୍ଷେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶ୍ୟାରି ତାଙ୍କ ଦେହାନ୍ତରେ ସମବେଦନା ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details