ଓଡିଶା

odisha

ETV Bharat / bharat

ରେଳ ଷ୍ଟେସନରେ ଯାତ୍ରୀଙ୍କୁ ସ୍ବାଗତ କରୁଛନ୍ତି ଆରକେ ଲକ୍ଷ୍ମଣ - ଆରକେ ଲକ୍ଷ୍ମଣ

ଆପଣ ସାଧାରଣତଃ ରେଳ ଷ୍ଟେସନକୁ ଗଲେ କେହି ଆପଣଙ୍କୁ ସ୍ବାଗତ କରୁଥିବା ଦେଖିବାକୁ ପାଇବେନି । କିନ୍ତୁ ଆମ ଦେଶରେ ଏପରି ଏକ ରେଳ ଷ୍ଟେସନ ରହିଛି ଯେଉଠି ଆପଣଙ୍କୁ ଜଣେ ୱେଲକମ୍(ସ୍ବାଗତ) କରିବା ପାଇଁ ଠିଆ ହୋଇଥିବା ଦେଖିବାକୁ ପାଇବେ । ଏହି ରେଳ ଷ୍ଟେସନଟି କର୍ଣ୍ଣାଟକର ଶିବମୋଗାରେ ରହିଛି । ଯାହାର ନାମ ‘ଅରସାଲୁ ରେଳୱେ ଷ୍ଟେସନ’ ।

ରେଳ ଷ୍ଟେସନରେ ଯାତ୍ରୀଙ୍କୁ ୱେଲକମ୍ କରୁଛନ୍ତି ଆରକେ ଲକ୍ଷ୍ମଣ
ରେଳ ଷ୍ଟେସନରେ ଯାତ୍ରୀଙ୍କୁ ୱେଲକମ୍ କରୁଛନ୍ତି ଆରକେ ଲକ୍ଷ୍ମଣ

By

Published : Sep 17, 2020, 1:20 PM IST

ବେଙ୍ଗାଲୁରୁ: ଆପଣ ସାଧାରଣତଃ ରେଳ ଷ୍ଟେସନକୁ ଗଲେ କେହି ଆପଣଙ୍କୁ ସ୍ବାଗତ କରୁଥିବା ଦେଖିବାକୁ ପାଇବେନି । କିନ୍ତୁ ଆମ ଦେଶରେ ଏପରି ଏକ ରେଳ ଷ୍ଟେସନ ରହିଛି ଯେଉଠି ଆପଣଙ୍କୁ ଜଣେ ୱେଲକମ୍(ସ୍ବାଗତ) କରିବା ପାଇଁ ଠିଆ ହୋଇଥିବା ଦେଖିବାକୁ ପାଇବେ । ଏହି ରେଳ ଷ୍ଟେସନଟି କର୍ଣ୍ଣାଟକର ଶିବମୋଗାରେ ରହିଛି । ଯାହାର ନାମ ‘ଅରସାଲୁ ରେଳୱେ ଷ୍ଟେସନ’ ।

ରେଳ ଷ୍ଟେସନରେ ଯାତ୍ରୀଙ୍କୁ ୱେଲକମ୍ କରୁଛନ୍ତି ଆରକେ ଲକ୍ଷ୍ମଣ

ଯଦି ଆପଣ କେବେ ଏହି ରେଳ ଷ୍ଟେସନରେ ଓହ୍ଲାଇବେ ଆପଣଙ୍କୁ ଜଣାଶୁଣା କାର୍ଟୁନିଷ୍ଟ ଆରକେ ଲକ୍ଷ୍ମଣ ସ୍ୱାଗତ କରିବେ । ତେବେ ଦକ୍ଷିଣ ପଶ୍ଚିମ ରେଳୱେ (ଏସଡବ୍ଲୁଆର)ର ନିର୍ଦ୍ଦେଶ ଅନୁଯାୟୀ, ମହିଶୂରର ଅରୁଣ ଯୋଗୀରାଜ ନାମକ ଜଣେ ଶିଳ୍ପୀ ଏଠାରେ ପାଞ୍ଚ ଫୁଟ ଉଚ୍ଚର ଏହି ମୂର୍ତ୍ତି ନିର୍ମାଣ କରିଥିଲେ । ଯାତ୍ରୀଙ୍କୁ ଏକ ସାଧାରଣ ମଣିଷର ବାସ୍ତବ ଜୀବନକୁ ଉପଭୋଗ କରିବା ପାଇଁ ଏଠାରେ ଏହି ମୂର୍ତ୍ତି ରଖାଯାଇଛି ।

ତେବେ ଯେତେବେଳେ ଆରକେ ଲକ୍ଷ୍ମଣ କାର୍ଟୁନିଷ୍ଟ ଭାବରେ ଦୈନନ୍ଦିନ କାମ କରୁଥିଲ । ସେତେବେଳେ ସେ ଲୋକଙ୍କୁ ଏକ ସାଧାରଣ ମଣିଷ କଣ ବୁଝାଇଥିଲେ । ତାଙ୍କ ମାଧ୍ୟମରେ ସେ ସମାଜର ସମସ୍ୟା ଗୁଡିକ ବିଷୟରେ ସ୍ବର ଉତ୍ତୋଳନ କରୁଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details