ଓଡିଶା

odisha

ETV Bharat / bharat

ଅନ୍ତର୍ଜାତୀୟ ଯୋଗ ଦିବସ: କୋରୋନାକୁ ହରାଇବାରେ ସହାୟକ ହେବ ଯୋଗାଭ୍ୟାସ - International Yoga Day

ଅନ୍ତର୍ଜାତୀୟ ଯୋଗ ଦିବସ । ପ୍ରାଚୀନ ଭାରତରେ ସୃଷ୍ଟ ଅନୁଶାସନର ବିଭିନ୍ନ ନ୍ୟୁନେସ୍ ବିଷୟରେ ଲୋକଙ୍କୁ ଯୋଗ ମାଧ୍ୟମରେ ଶିକ୍ଷା ଦେଇଛନ୍ତି ବାବା ରାମଦେବ ବାବା ।

ହରିଦ୍ୱାର ପତଞ୍ଜଳି ପୀଠରେ ଯୋଗାସନ ଶିଖାଇଲେ ବାବ ରାମଦେବ
ହରିଦ୍ୱାର ପତଞ୍ଜଳି ପୀଠରେ ଯୋଗାସନ ଶିଖାଇଲେ ବାବ ରାମଦେବ

By

Published : Jun 21, 2020, 9:50 AM IST

ନୂଆଦିଲ୍ଲୀ: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ପ୍ରତିବର୍ଷ ଜୁନ 21 ତାରିଖକୁ ଅନ୍ତର୍ଜାତୀୟ ଦିବସ ଭାବେ ପାଳନ କରାଯାଉଛି । ଦେଶର ବିଭିନ୍ନ ସ୍ଥାନରେ ଯୋଗାସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଏହି ଅବସରରେ ଯୋଗ ଗୁରୁ ବାବା ରାମଦେବ ଯୋଗାସନ କରିଛନ୍ତି ।

ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବାବା ରାମଦେବ ରବିବାର ଦିନ ହରିଦ୍ୱାରର ପତଞ୍ଜଳି ପୀଠରେ ଯୋଗ ପ୍ରଦର୍ଶନ କରିଥିଲେ। ଯୋଗ ଗୁରୁ ବାବା ରାମଦେବ ପ୍ରାଚୀନ ଭାରତରେ ସୃଷ୍ଟ ଅନୁଶାସନର ବିଭିନ୍ନ ନ୍ୟୁନେସ୍ ବିଷୟରେ ଲୋକଙ୍କୁ ଯୋଗ ମାଧ୍ୟମରେ ଶିକ୍ଷା ଦେଇଛନ୍ତି ।

ଚଳିତ ବର୍ଷର ଥିମ ରହିଛି ‘ୟୋଗା ଆଟ ହୋମ ଆଣ୍ଡ ୟୋଗା ଫର ହେଲଥ’ । ମହାମାରୀ କୋରୋନା ପାଇଁ ଦେଶବ୍ୟାପୀ ଭର୍ଚ୍ୟୁଆଲ ମାଧ୍ୟମରେ ଯୋଗ କରାଯାଉଛି । ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି..

ଯୋଗ ଦିବସ ହେଉଛି ଏକଜୁଟ ହେବାର ଦିନ । ଆଜିର ଦିନକୁ ଭାବାତ୍ମକ ଦିନ କହିଲେ ଭୁଲ ହେବ ନାହିଁ । କୋରୋନା ସଙ୍କଟ ଘଡିରେ ଯୋଗାଭ୍ୟାସ ଓ ପ୍ରଣାୟାମ ଅତ୍ୟନ୍ତ ଆବଶ୍ୟକ । କୋରୋନାକୁ ହରାଇବାକୁ ଯୋଗଭ୍ୟାସ ଜରୁରୀ ।

@ANI

ABOUT THE AUTHOR

...view details