ନୂଆଦିଲ୍ଲୀ: ଚୀନର ଉହାନରୁ ଉଦ୍ଧାର ହୋଇଥିବା ଜଣେ ଭାରତୀୟ ଛାତ୍ରଙ୍କ ସହ ଫୋନ୍ ଯୋଗେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ ଉଦ୍ଧାର ହୋଇଥିବା ଛାତ୍ରଙ୍କୁ ପ୍ରୋତ୍ସାହନ କରିବା ପାଇଁ ପୁଣେ ନାଇଡୁ ହସ୍ପିଟାଲରେ କାର୍ଯ୍ୟରତ ଥିବା ଜଣେ ନର୍ସଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ମୋଦି ।
ଜମ୍ମୁ କାଶ୍ମୀରର ଛାତ୍ର ନିଜାମୁର ରେହମାନ ଉହାନରେ ରହି ଏମବିବିଏସ ପାଠ ପଢୁଥିଲେ । ରେହମାନଙ୍କ ସହ ଆହୁରୀ 60 ଜଣ ଛାତ୍ରଛାତ୍ରୀ ମଧ୍ୟ ଥିଲେ । ଛାତ୍ରଙ୍କ ସହ କଥା ହେବା ସମୟରେ ମୋଦି, ଛାତ୍ରଙ୍କୁ ଚୀନର ଅନୁଭୁତି ସମ୍ପର୍କରେ ପଚାରିଥିଲେ ।