ଓଡିଶା

odisha

ETV Bharat / bharat

କୋରୋନା ମୁକାବିଲା: ପିଏମ କେୟାର୍ସକୁ ଦାନ ନେଇ ମୋଦିଙ୍କ ଘୋଷଣା - PMmodi

କୋରୋନା ମୁକାବିଲା ନେଇ ପିଏମ କେୟାର୍ସକୁ ଦାନ କରିବା ନେଇ ଘୋଷଣା କଲେ ମୋଦି । ଦେଶର ଚିନ୍ତା ପାଲଟିଥିବା କୋରୋନା ଦୂର କରିବା ନେଇ ଏଥରେ ଦାନ କରିପାରିବେ ଲୋକେ । ଅଧିକ ପଢନ୍ତୁ....

combating covid-19 pm cares fund in place
ଫାଇଲ ଫଟୋ

By

Published : Mar 29, 2020, 8:35 AM IST

ନୂଆଦିଲ୍ଲୀ: ସାରା ବିଶ୍ୱରେ କୋରୋନା ନେଇ ଚିନ୍ତା । ଜନତାଙ୍କ ସୁରକ୍ଷା ପାଇଁ ଆହ୍ୱାନ ଦେଇଛନ୍ତି ମୋଦି । ଏଭଳି ସମୟରେ ଭାରତର ବିଭିନ୍ନ ଲୋକ ଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଅନୁରୋଧ କରୁଥିବାରୁ ସେମାନଙ୍କ ପାଇଁ ‘ପିଏମ୍‌ କେୟାର୍‌ସ’ ନାମରେ ଏକ ଫଣ୍ଡ ଘୋଷଣା କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘୋଷଣା କରିଛନ୍ତି।

ଏହି ଫଣ୍ଡର ପୂରା ନାମ ‘ପ୍ରାଇମ ମିନିଷ୍ଟର୍ସ ସିଟିଜେନ ଆସିଷ୍ଟାନ୍ସ ଆଣ୍ଡ ରିଲିଫ ଇନ ଏମର୍ଜେନ୍ସି ସିଚ୍ୟୁଏସନ୍ସ ଫଣ୍ଡ’ ରହିଛି। ବର୍ତ୍ତମାନ ସ୍ଥିତି ଏବଂ ଭବିଷ୍ୟତରେ ସେଭଳି ସ୍ଥିତିର ମୁକାବିଲା ପାଇଁ ସ୍ୱତନ୍ତ୍ର ଫଣ୍ଡର ଆବଶ୍ୟକତା ରହିଛି । ଏଥିପାଇଁ ପିଏମ ମୋଦିଙ୍କ ଅଧ୍ୟକ୍ଷତାରେ ଏହି ପଦକ୍ଷେପ ନିଆଯାଇଛି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀ ଏହାର ସଦସ୍ୟ ଭାବେ ରହିବେ। ବିଭିନ୍ନ ସାଧାରଣ ନାଗରିକଙ୍କଠାରୁ ଆରମ୍ଭ କରି ସଙ୍ଗଠନମାନେ pmindia.gov.in ୱେବସାଇଟ ଖୋଲି ସେଥିରେ ଦିଆଯାଇଥିବା ବ୍ୟାଙ୍କ ତଥ୍ୟ ଅନୁଯାୟୀ ଦାନ କରିପାରିବେ। ୟୁପିଆଇରେ ଦାନ କରିବା ପାଇଁ pmcares@sbiୟୁପିଆଇ ଆଇଡି ବ୍ୟବହାର କରିବାକୁ ହେବ। ଏହି ଫଣ୍ଡକୁ ଦାନ କଲେ ଇନକମ ଟ୍ୟାକ୍ସ ଧାରା 80(G)ଲାଗୁ ହେବ ନାହିଁ ।

@ANI

For All Latest Updates

ABOUT THE AUTHOR

...view details