ଅହମ୍ମଦାବାଦ:ଆଜିଠାରୁ ଗୁଜୁରାଟରେ ପବିତ୍ର ଶ୍ରାବଣ ମାସର ଆରମ୍ଭ ହୋଇଛି । ଯେଉଁଥିପାଇଁ ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ମାତ୍ର ସାମାଜିକ ଦୂରତା ନିୟମ ଉଂଲ୍ଲଘନ କରିଥିବାରୁ ପୋଲିସ-ଭକ୍ତ ମୁହାଁମୁହିଁ ପରିସ୍ଥିତି ଦେଖାଯାଇଥିଲା । ଏହି ଘଟଣା ଘଟିଛି ଗୁଜୁରାଟର ସୋମନାଥ ମନ୍ଦିରରେ ।
ସୂଚନା ଅନୁସାରେ, ଶ୍ରାବଣ ମାସର ପ୍ରଥମ ଜ୍ୟୋତିଲିଙ୍ଗ ଦେଖିବାକୁ ସୋମନାଥରେ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଯେଉଁଥିପାଇଁ ସେଠାରେ କୋଭିଡ ସାମାଜିକ ଦୂରତା ନିୟମ ଭୁଲି ଗହଳି କରିଥିଲେ ଶ୍ରଦ୍ଧାଳୁ ।